ଶଙ୍କରାଖୋଲ,୨୪ା୬(ଡି.ଏନ୍.ଏ.)- ଟିକାବାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ସଲପଗଁାର ବାଦଲ ଦିଗାଳ। ଏନେଇ ଟିକାବାଲି ଥାନାରେ ନଂ.୩୭/୨୦ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି। ଯୁବକଙ୍କର ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ମାତ୍ର ଏହାକୁ ନାବାଳିକାଙ୍କ ପରିବାର ଲୋକେ ବିରୋଧ କରୁଥିଲେ। ବାଦଲ ନାବାଳିକାଙ୍କୁ ଅପହରଣ କରି ନେଇଯାଇଥିଲେ। ୨୦ ତାରିଖରେ ତାଙ୍କ ପରିବାର ଲୋକେ ଏନେଇ ଟିକାବାଲି ଥାନାରେ ଏତଲା ଦେଇଥିଲେ। ପୋଲିସ ବୈଦ୍ଧ ଜିଲା ଲଣ୍ଡିଜୁ ଗ୍ରାମରେ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଯୁବକଙ୍କୁ ଗିରଫ କରିଥିଲା।

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଇକୋ ରିଟ୍ରିଟ୍ କାର୍ଯ୍ୟ
ଦାରିଙ୍ଗବାଡ଼ି,୨୩ା୧୦(ଡି.ଏନ୍.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ଦୁଇଦିନ ହେଲା ଶୀତ ଅନୁଭୂତ ହେଉଛି। ତାପମାତ୍ରା ତଳମୁହାଁ ହୋଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପାର୍ବଣ...

ଗାଜଲବାଡ଼ି ଘାଟିରାସ୍ତା ସିଲ୍
ଦାରିଙ୍ଗବାଡ଼ି,୨୬ା୯(ଡି.ଏନ୍.ଏ.):ବାତ୍ୟା ଗୁଲାବ ପ୍ରଭାବରେ ରବିବାର ସନ୍ଧ୍ୟାରୁ ଧୀରେ ଧୀରେ ବର୍ଷାର ପରିମାଣ ବୃଦ୍ଧି ପାଉଛି। ପ୍ରବଳ ବର୍ଷା ହେଲେ ଭୂସ୍ଖଳନ ଆଶଙ୍କା ଥିବାରୁ କନ୍ଧମାଳ ଏବଂ...

କନ୍ଧମାଳ ସାହିତ୍ୟ ମହୋତ୍ସବ ଉଦ୍ଘାଟିତ: କୌଣସି ସ୍ଥାନ ଓଡ଼ିଆ ସାହିତ୍ୟଠାରୁ ଦୂରରେ ନାହିଁ
ଫୁଲବାଣୀ ଅଫିସ, ୧୫ା୧୨-ଫୁଲବାଣୀ ଗାନ୍ଧୀ ସ୍ମୃତିଭବନ ପରିସରରେ କନ୍ଧମାଳ ସାହିତ୍ୟ ମହୋତ୍ସବ ଶନିବାର ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ କାର୍ଯ୍ୟ ନିର୍ବାହୀ ସଦସ୍ୟ ତଥା...

୧୪ କେଜି ଗଞ୍ଜେଇ ଜବତ: ୩ ଗିରଫ
କୋଟଗଡ଼, ୬।୮(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡା ଥାନା ବାରଖମା-ରେବିଙ୍ଗିଆ ରାସ୍ତା ଗ୍ୟାସ୍ ଡିପୋ ନିକଟରେ ବାଲିଗୁଡ଼ା ପୋଲିସ ମଙ୍ଗଳବାର ଚଢ଼ାଉକରି ୧୪ କେଜି ୮୦୦ ଗ୍ରାମ୍...

ଚକ୍ଖଡ଼ିରେ କ୍ଷୁଦ୍ର ରଥ
ଫୁଲବାଣୀ ଅଫିସ୍, ୮ା୧୧: କନ୍ଧମାଳ ଜିଲାର ଏନ୍. ପ୍ରତ୍ୟୁଷ କୁମାର ଚୌଧୁରୀଙ୍କ ଦ୍ୱାରା ଚକ୍ ଖଡ଼ିରେ ଖୋଦିତ ଜଗନ୍ନାଥଙ୍କ କ୍ଷୁଦ୍ରାକୃତି ରଥ ଏସିଆ ବୁକ୍ ଅଫ...

ବାତ୍ୟା ଆଶଙ୍କା, ସଚେତନ କଲା ପ୍ରଶାସନ
ଦାରିଙ୍ଗବାଡ଼ି,୧୭।୫(ଡି.ଏନ.ଏ)- ବାତ୍ୟା ଅମ୍ଫନ୍କୁ ନେଇ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଛି। ବହୁ ଲୋକ ଦୁର୍ଗମ ଗ୍ରାମରେ ରହୁଥିବାବେଳେ...

ଗଣବଳାତ୍କାର ମାମଲା: ଜଣେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ
ଫୁଲବାଣୀ ଅଫିସ, ୧୯ା୯-କନ୍ଧମାଳ ଜିଲା ଖଜୁରିପଡା ଥାନା ଅଞ୍ଚଳରେ ୨୦୧୫ରେ ହୋଇଥିବା ଏକ ଗଣବଳାତ୍କାର ମାମଲାର ରାୟ ବୁଧବାର ପ୍ରକାଶ ପାଇଛି ା ଫୁଲବାଣୀ ଅତିରିକ୍ତ...

ଖବର ପ୍ରକାଶ ପରେ ଦିବ୍ୟାଙ୍ଗ ଭାଇ, ଭଉଣୀଙ୍କୁ ମିଳିଲା ଭତ୍ତା
ଖଜୁରିପଡ଼ା/ବଲସକୁମ୍ପା,୩୧ା୫(ଡି.ଏନ୍.ଏ.)- ଖଜୁରିପଡା ବ୍ଲକ ବଲସକୁମ୍ପା ପଞ୍ଚାୟତ ଛନ୍ଦୁରୁପଦର ଗ୍ରାମର ବୀରେନ୍ଦ୍ର ପ୍ରଧାନଙ୍କ ପୁଅ ସତ୍ୟବାନ ଏବଂ ଝିଅ ସତ୍ୟପ୍ରଭା ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସେମାନଙ୍କୁ...