ନାଟକ ‘ଜାଣି ଅଜଣା’ ମାଧ୍ୟମରେ ସଚେତନତା ବାର୍ତ୍ତା

ରୂପ୍‌ସା, ୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲାସ୍ତରୀୟ ଆଶାକର୍ମୀ ଓ ଗାଁ କଲ୍ୟାଣ ସମିତି ସମାବେଶରେ ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଶୁକ୍ରବାର ଏକ ସ୍ବାସ୍ଥ୍ୟ ସଚେତନତା ଭିତ୍ତିକ ନାଟକ ‘ଜାଣି ଅଜଣା’ ମଞ୍ଚସ୍ଥ କରାଯାଇଛି। ଏହି ନାଟକ ମାଧ୍ୟମରେ ଡାଇବେଟିସ୍‌, ବ୍ଲଡ଼ପ୍ରେସର, ହାର୍ଟ, କ୍ୟାନସର, କରୋନା ଭାଇରସ, ମାତୃ ଓ ଶିଶୁ ସ୍ବାସ୍ଥ୍ୟ ସମ୍ପର୍କିତ ସଚେତନତା ବାର୍ତ୍ତା ଦିଆଯାଇଛି। ଅବସରପ୍ରାପ୍ତ ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଜଗନ୍ନାଥ ସ୍ବାଇଁଙ୍କ ରଚିତ ତଥା ନିର୍ଦ୍ଦେଶିତ ଏହି ନାଟକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଓ ମେଡ଼ିକାଲ ଅଫିସର ଡା. ଅସୀତ କୁମାର ପ୍ରଦାନ, ଆଶାକର୍ମୀ ସାବିତ୍ରୀ ପଣ୍ଡା, ରେବତୀ ମହାନ୍ତି, ତିଳୋତ୍ତମା ସେନାପତି, ଶୁଭଶ୍ରୀ ଦାସ, ତନୁଜା ନାୟକ, ସ୍ବାସ୍ଥ୍ୟକର୍ମୀ ଅରୁଣ ନାୟକ, ଦିଲୀପ ସିଂ, ବସନ୍ତ ମଞ୍ଜରୀ ଦାସ ପ୍ରମୁଖ ଅଭିନୟ କରି ସମସ୍ତଙ୍କୁ ସୁସ୍ଥ ନିରୋଗ ଜୀବନଯାପନ ପାଇଁ ଆହ୍ବାନ ଦେଇଥିଲେ।
ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ସତ୍ୟସୁନ୍ଦର ଗୋସ୍ବାମୀ ନାଟକ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଜିଲାପରିଷଦ ଚେୟାରମ୍ୟାନ ନିବେଦିତା ମହାନ୍ତି ଏହି ସମାବେଶକୁ ଉଦ୍‌ଘାଟନ କରିଥିଲେ। ସମ୍ମାନନୀୟ ଅତିଥି ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ଡିଇଓ ପ୍ରମୋଦ କୁମାର ଷଡ଼ଙ୍ଗୀ, ଜିଲା ସମାଜ ମଙ୍ଗଳ ଅଧିକାରିଣୀ କୁସୁମମାଳା ଦାସ ଓ ଶ୍ରମ ଅଧିକାରୀ କୁବେର ବେହେରା ପ୍ରମୁଖ ବକ୍ତବ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର ଶିକ୍ଷା ଠପ୍‌

ବୌଦ୍ଧ,୧୬।୭( ଅଜିତ କୁମାର ବାରିକ )ଶିକ୍ଷାର ଉନ୍ନତି ସକାଶେ ସରକାର ଗୁରୁତ୍ୱ ଦେବା ସହ ବର୍ତ୍ତମାନ ବିଦ୍ୟାଳୟଗୁଡିକ ୫-ଟିରେ ରୂପାନ୍ତରିତ କରାଯାଇ ବିଭିନ୍ନ ସୁବିଧା ଯୋଗାଇ...

ଢେଙ୍କାନାଳରେ ହିମାଚଳ ପ୍ରଦେଶ ଅଧିକାରୀ: ଛତୁ ଫାର୍ମ ବୁଲିଲେ, ଚାଷୀଙ୍କୁ ଉତ୍ସାହିତ କଲେ

ଢେଙ୍କାନାଳ ଅଫିସ, ୬ା୭ – ହିମାଚଳ ପ୍ରଦେଶ ସୋଲାନ ଛତୁ ଗବେଷଣା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ବେଦ ପ୍ରକାଶ ଶର୍ମା ଶୁକ୍ରବାର ଢେଙ୍କାନାଳ ଜିଲାରେ ଛତୁ...

ଜଳିଗଲା କାର୍‌, ୪ ଗୁରୁତର

ପୁରୀ ଅଫିସ,୪ା୩: ପରିବାର ସହ ଜଗନ୍ନାଥ ଦର୍ଶନ ପାଇଁ ଯିବା ବେଳେ ବାଟରେ ଘଟିଛି ଅଘଟଣ। ଏକ କାର୍‌ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯିବାରୁ...

ଡ. ସୁରେନ୍ଦ୍ର ମିଶ୍ର ପାଇବେ ଗଙ୍ଗାଧର ବଳ ସ୍ମୃତି ସମ୍ମାନ

ପୁରୀ ଅଫିସ, ୧୭।୧୦: ଆସନ୍ତା ୧୯ ତାରିଖରେ କଟକସ୍ଥ ଶ୍ରୀରାମଚନ୍ଦ୍ର ଭବନରେ ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ -ସଂସ୍କୃତି ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଗଙ୍ଗାଧର...

ଡାକ୍ତରଖାନାରେ ଦଲାଲି, ଔଷଧ ଦୋକାନୀ ଗିରଫ

ଆସିକା,୨୭ା୯(ଡି.ଏନ୍‌.ଏ.): ଆସିକା ସବଡିଭିଜିନାଲ୍‌ ହସପିଟାଲକୁ ଆସୁଥିବା ରୋଗୀଙ୍କୁ ଭୂଆଁ ବୁଲାଇ ନିଜ ଔଷଧ ଦୋକାନକୁ ନେଉଥିବା ଏବଂ ମନଇଛା ଔଷଧ ଦେଇ ଲୁଟୁଥିବା ଅଭିଯୋଗରେ ପୋଲିସ...

ପୁରୀରେ ପୁଣି ୪ ନୂଆ ଆକ୍ରାନ୍ତ ଚିହ୍ନଟ: ସମସ୍ତେ ଅସ୍ତରଙ୍ଗ, କାକଟପୁର ବ୍ଲକର; କ୍ୱାରାଣ୍ଟାଇନ୍‌ରେ ଥିଲେ

ପୁରୀ ଅଫିସ,୧୬।୫: ପୁରୀ ଜିଲାରେ ପୁଣି ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଛୁଇଁଛି। ମୋଟ...

ଘର ନିକଟରେ କବର ଖୋଳାକୁ ନେଇ ଉତ୍ତେଜନା

ପିପିଲି,୩୦।୫(ସ୍ବ.ପ୍ର.): ପିପିଲି ପୌରାଞ୍ଚଳ ୧୪ୱାର୍ଡ ସୁଲତାନନଗର ଗ୍ରାମର ଏକ ଘର ନିକଟରେ ଶନିବାର ମୃତଦେହ ପୋତିବା ନିମନ୍ତେ ଏକ କବର ଖୋଳିବାକୁ ନେଇ ଉତ୍ତେଜନା ଦେଖାଦେଇଛି।...

ଖୋର୍ଦ୍ଧା ଗୁଳିକାଣ୍ଡ: ଔଷଧ ଦୋକାନୀଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଖୋର୍ଦ୍ଧାର ଏକ କ୍ଲିନିକରେ ହୋଇଥିବା ଗୁଳିମାଡ ଘଟଣାରେ ଗୁରୁତର ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଏହି ଗୁଳିମାଡ ଗୁରୁତର...

Advertisement
Archives

Model This Week