Posted inଭଦ୍ରକ

ନବୋଦୟ ବିଦ୍ୟାଳୟରେ ଶତାଧିକ ଛାତ୍ରୀଛାତ୍ର ଅସୁସ୍ଥ

ବାସୁଦେବପୁର, ୫।୯ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ଚାନ୍ଦମାଳିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଶତାଧିକ ଛାତ୍ରୀଛାତ୍ର ଜ୍ୱର ସହିତ ଝାଡ଼ା ଓ ମୁଣ୍ଡବ୍ୟଥା ହେଉଥିବାରୁ ଅସୁସ୍ଥ ହୋଇପଡ଼ିଛନ୍ତି। ଗତ ଦୁଇଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲାଣି। ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିବା ବେଳେ ଅଭିଭାବକମାନେ ସେମାନଙ୍କୁ ଘରକୁ ନେଇଯାଉଥିତ୍ବା ସୂଚନା ମିଳିଛି। ସେହିପରି ଆଗକୁ ଏହି ଜ୍ୱର ଅନ୍ୟ ପିଲାଙ୍କୁ ବଢ଼ିବାର ଆଶଙ୍କା ଥିବାରୁ ଭୟରେ ଅଭିଭାବକ ତାଙ୍କ ପିଲାଙ୍କୁ ଘରକୁ ନେଇ ଚିକିତ୍ସା କରାଉଥିବା ଜଣାପଡ଼ିଛି। ତେବେ କେଉଁ କାରଣ ପାଇଁ ଛାତ୍ରୀଛାତ୍ର ଜ୍ୱର ଓ ଝାଡ଼ାରେ ଆକ୍ରାନ୍ତ ହେଉଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ପିଇବା ପାଣି ସଂକ୍ରମଣ ଓ ଦୂଷିତ ପରିବେଶ ଏହାର କାରଣ ହୋଇଥାରେ ବୋଲି ଅନୁମାନ କରାଯାଉଛି। ଏହା ଏକ କେନ୍ଦ୍ରୀୟ ବିଦ୍ୟାଳୟ ହୋଇଥିବା ବେଳେ ନିୟମିତ ଭାବେ ଡାକ୍ତର ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଡାକ୍ତର ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଯାଉ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷା ସଙ୍ଗୀତା ଜୟସ୍ବାଲଙ୍କୁ ପଚାରିବାରୁ ଛାତ୍ରୀଛାତ୍ର ଜ୍ୱର, ଝାଡ଼ାରେ ପୀଡ଼ିତ ହେବା ଘଟଣାକୁ ସ୍ବୀକାର କରିଥିଲେ। ଚିକିତ୍ସା ପାଇଁ ଏଠାକୁ ନିୟମିତ ଡାକ୍ତର ଆସୁ ନ ଥିବା ସମ୍ପର୍କରେ ସେ ଜିଲାପାଳଙ୍କୁ ଅବଗତ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ ସକ୍ରିୟ, ବିଦ୍ରୋହୀ ମାଳ ମାଳ

ଭଦ୍ରକ ଅଫିସ, ୧୨ ।୩ ଭଦ୍ରକ ପୌରାଧ୍ୟକ୍ଷା ପଦ ପାଇଁ ଏବେ ୭ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୌରପାଳିକାର ୪ ନଂ. ୱାର୍ଡ...

ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ

ବନ୍ତ,୨୭।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲାରେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ରାଜ୍ୟ ସରକାର ଭଦ୍ରକ ଜିଲାକୁ ୬୦ ଘଣ୍ଟା ପାଇଁ ସଟ୍‌ ଡାଉନ୍‌ ଘୋଷଣା...

ପାଟ୍ରୋଲିଂ ବେଳେ ମଦ ଜବତ: ଜଣେ ଗିରଫ

ଧାମନଗର,୧୮।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ସୋମବାର ରାତିରେ ଭଗବାନପୁର ଛକ ନିକଟରୁ ଜଣଙ୍କୁ ଗିରଫ କରିଛି। ତାଙ୍କଠାରୁ ୩୧ ବୋତଲ (୬ ଲିଟର...

ପ୍ରତାରଣାର ଶିକାର ହୋଇ ଧାରଣା ଦେଲେ ପ୍ରେମିକା

ଭଦ୍ରକ ଅଫିସ, ୫।୯: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ମେରାଇନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଜଣେ ଯୁବକ ପ୍ରେମରେ ଫସାଇ ବିବାହ  ପ୍ରତିଶ୍ରୁତି...

ଏବେବି ଆର୍‌ଟିଓରେ ଆବେଦନକାରୀଙ୍କ ଭିଡ଼

ଭଦ୍ରକ ଅଫିସ,୧୨।୩-ଏବେ ସବୁଠି ମୋଟରଯାନ ଆଇନ କଡ଼ାକଡ଼ି। ନିୟମ ଉଲ୍ଲଂଘନ କଲେ ଗଣିବାକୁ ପଡୁଛି ଜରିମାନା। ଏଥିସହ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରିଦିଆଯାଉଛି। ଏହି...

କରୋନା ହଟ୍‌ସ୍ପଟ୍‌ ତାଲିକା: ରେଡ୍‌ ଜୋନ୍‌ରେ ଭଦ୍ରକ

ଭଦ୍ରକ ଅଫିସ,୧।୫: କରୋନା ହଟ୍‌ସ୍ପଟ୍‌ ଜୋନରେ ଓଡ଼ିଶାର ୩ଟି ଜିଲା ରହିଛି। ସେଗୁଡ଼ିକ ହେଉଛି ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ସେହିପରି ଅରେଞ୍ଜ ଜୋନରେ ରାଜ୍ୟର...

ଭୁଲିଗଲେ ସମ୍ପର୍କ: ସ୍ତ୍ରୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ସ୍ବାମୀ

ଭୁବନେଶ୍ୱର,୭।୬(ବ୍ୟୁରୋ): ଭୁଲିଗଲେ ସମ୍ପର୍କ। ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିିଓ ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ସ୍ବାମୀ। ଏଭଳି ଏକ ଘଟଣାରେ କମିଶନରେଟ ପୋଲିସର ଭୁବନେଶ୍ୱରସ୍ଥିତ ସାଇବର...

୯୧ କରୋନା ଯୋଦ୍ଧାଙ୍କ ନମୁନା ସଂଗ୍ରହ

ଭଣ୍ଡାରିପୋଖରୀ, ୩୦।୪ (ଡି.ଏନ.ଏ.)-କରୋନାର ମୁକାବିଲା ପାଇଁ ଦିନ ରାତି ଏକ କରି ନିୟୋଜିତ ଥିବା ଯୋଦ୍ଧା ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କ ସ୍ବାବ ନମୁନା...

Advertisement
Archives

Model This Week