ନନ୍ଦିରା ଉପରେ ନିର୍ଭର

ବଅଁରପାଳ,୧ା୬(ଡି.ଏନ.ଏ.)  ପ୍ରତି ଘରେ ପହଞ୍ଚିବ ପାଇପ୍‌ ପାଣି। ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ବର୍ଷ ବର୍ଷ ଧରି ଏପରି ଆଶ୍ୱାସନା ଦେଉଛନ୍ତି ସରକାର। ହେଲେ ଘର ତ ଦୂରର କଥା ସମସ୍ତ ଗାଁରେ ମଧ୍ୟ ଏଯାଏ ପହଞ୍ଚିନି ସରକାରଙ୍କ ପାନୀୟ ଜଳ ପ୍ରକଳ୍ପ ଯୋଜନା। ଫଳରେ କେଉଁଠି ଖୋଲାକୂଅ ତ ଅନ୍ୟକେଉଁଠି ନଦୀ, ନାଳ ନଚେତ ଚୁଆ ପାଣି ପିଇବାକୁ ପଡ଼ୁଛି ଲୋକଙ୍କୁ। ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁକୁଡାଙ୍ଗ ପଞ୍ଚାୟତର ରଙ୍କାସିଂହା ଗ୍ରାମବାସୀ ବି ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଡ଼ୋଶୀ ଗାଁରେ ଜଳ ପ୍ରକଳ୍ପ ଥିଲେ ମଧ୍ୟ ରଙ୍କାସିଂହାକୁ ପାଇପ୍‌ ସଂଯୋଗ ହୋଇପାରି ନାହିଁ। ଫଳରେ ନଳକୂଅ ପାଣି ପର୍ଯ୍ୟାପ୍ତ ହେଉ ନ ଥିବାରୁ ଖରାଦିନେ ଏଠାକାର ଲୋକେ ନିକଟସ୍ଥ ନନ୍ଦିରା ଉପରେ ନିର୍ଭର କରୁଛନ୍ତି।
ରଙ୍କାସିଂହା ଗ୍ରାମରେ ପ୍ରାୟ ୮୦ ପରିବାର ରୁହନ୍ତି। ପାନୀୟ ଜଳ ପାଇଁ ଏଠାରେ ୭ ନଳକୂଅ ଓ ଗୋଟିଏ ଖୋଲା କୂଅ ବ୍ୟବସ୍ଥା ଅଛି। ହେଲେ ସେଥିରୁ ୪ଟି ନଳକୂଅ ଅଚଳ ହୋଇପଡିଛି। ବାକି ୩ ନଳକୂଅ ଭୂତଳ ଜଳ ହ୍ରାସ କାରଣରୁ ଆବଶ୍ୟକ ପରିମାଣର ପାଣି ଯୋଗାଇ ପାରୁନାହିଁ। ତେଣୁ ବହୁ ସମୟରେ ଲୋକେ ଗ୍ରାମ ନିକଟ ନନ୍ଦିରାନାଳର ଅପରିଷ୍କାର ପାଣି ବ୍ୟବହାର କରୁଛନ୍ତି। ଗ୍ରାମର ଜଲି ରାଣୀ ଦାସ, ସୁଭଦ୍ରା ଦାସ, ରଶ୍ମି ଦାସ, ଶିଶିର ଦାସ ପ୍ରମୁଖ କହିଛନ୍ତି, ପଡୋଶୀ ଗ୍ରାମକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ହୋଇଥିଲେ ହେଁ ରଙ୍କାସିଂହା ସେଥିରୁ ବଞ୍ଚିତ ରହିଛି। ଏ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଛି। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଚଳ ନଳକୂଅଗୁଡ଼ିକୁ ମଧ୍ୟ ମରାମତି କରାଯାଉ ନାହିଁ। ତେଣୁ ପାନୀୟ ଜଳର ଅଭାବ ମେଣ୍ଟାଇବାକୁ ବାଧ୍ୟ ହୋଇ ନନ୍ଦିରା ପାଣି ଘରକୁ ନେବାକୁ ପଡ଼ିୁଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ସରପଞ୍ଚ ପ୍ରତାପ ସେନାପତି କହିଛନ୍ତି, ରଙ୍କାସିଂହାକୁ ପାଇପ୍‌ ପାଣି ପହଞ୍ଚି ନ ଥିବାରୁ ସେଠାରେ ଜଳ ସଙ୍କଟ ରହିଛି। ଯେତେଶୀଘ୍ର ସମ୍ଭବ ପାଇପ୍‌ ପାଣି ବ୍ୟବସ୍ଥା କରିବାକୁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି। ବଅଁରପାଳ ବିଡିଓ ଏଲିଜା ମିଶ୍ର କହିଛନ୍ତି, ଯଦି ଉକ୍ତ ଗ୍ରାମରେ ଜଳ ସଙ୍କଟ ଥାଏ ତାହାର ଅନୁଧ୍ୟାନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଖ୍ୟମନ୍ତ୍ରୀ ବସ୍‌’ ଯୋଜନାରୁ ବଞ୍ଚିତ ଦୁଇ ପଞ୍ଚାୟତବାସୀ

ତୁମୁଡ଼ିବନ୍ଧ,୨୭ା୭(ଦୀପକ କୁମାର ପରସେଠ): ସରକାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଗମନାଗମନ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ବସ୍‌(ପୂର୍ବରୁ ଲକ୍ଷ୍ମୀ ବସ୍‌) ଯୋଜନା ଆରମ୍ଭ କରିଛନ୍ତି। ଯାହାଫଳରେ ଗ୍ରାମାଞ୍ଚଳର...

ଦାନ୍ତକାଠି ଭାଙ୍ଗୁଥିଲେ ମହିଳା,୩ ଭାଲୁ ମିଶି ଝୁଣିଦେଲେ

ପାଟଣା,୨୭।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାର ପଡ଼ା ସେକ୍ସନ ଡାଳପକା ପଞ୍ଚାୟତ କୁଦାବେଡା ଗ୍ରାମରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଜଣେ ୩୯...

କାର୍‌ରେ ଆସି ବସ୍‌ରୁ ରୁପା ଭର୍ତ୍ତି ବ୍ୟାଗ ନେଇଗଲେ ଦୁର୍ବୃତ୍ତ

ଖଲ୍ଲିକୋଟ,୨୬ା୭(ପ୍ରଶାନ୍ତ କୁମାର ମିଶ୍ର): କୋଲକାତା ଅଭିମୁଖେ ଯାଉଥିବା ଏକ ବସ୍‌ରୁ ଜଣେ ବ୍ୟବସାୟୀଙ୍କ ପ୍ରାୟ ୫୦ କେଜି ପୁରୁଣା ରୁପା ଜିନିଷ ଓ ୪ ଲକ୍ଷ...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri