ନଦୀ ଖୋଳା, ପୋଲ ନିର୍ମାଣରେ ଅନିୟମିତତା

ଖଇରା, ୨୩।୬(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୋଚିଆକୋଇଲି ଦେଇ ଯାଇଥିବା ଢଙ୍କଣ ନଦୀ ଖୋଳା ଓ ଅନ୍ୟ ୩ ପୋଲ ନିର୍ମାଣରେ ଅନିୟମତତା ହୋଇଥିବା ନେଇ ନଦୀ ଓ ପୋଲ ସଂଲଗ୍ନ ଗ୍ରାମଗୁଡିକର ଅଧିବାସୀ ଅଭିଯୋଗ କରିଛନ୍ତି ା ଉକ୍ତ କାର୍ଯ୍ୟର ବିଧିବଦ୍ଧ ତଦନ୍ତ କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।
ଉକ୍ତ ନଦୀରେ ୧୫କି.ମି. ନଦୀ ଖୋଳା, ଏହି ନଦୀର ଗଡ, ତାଳମହୁରୀ, ମଳିହା, ମୁଖୀସାହି ଏବଂ କୁରୁଣ୍ଟା ଶାସନରେ ଖଣ୍ଡିଆ ନଦୀ ଉପରେ ଏହିଭଳି ମୋଟ ୫ଟି ପାଦଚଲା ପୋଲ ନିର୍ମାଣ ପାଇଁ ୧କୋଟି ୮୯ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା। ନିର୍ମାଣ କାର୍ଯ୍ୟ ୨୦୧୮ ଡିସେମ୍ବରରେ ଆରମ୍ଭ ହୋଇଥିବା ବେଳେ ଶେଷ ଅବଧି ୨୦୧୯ମସିହା ନଭେମ୍ବର ପର୍ଯ୍ୟନ୍ତ ରହିଛି ା ୪ଟି ପୋଲର ଛାତ ପଡିସାରିଥିବା ବେଳେ ଗଡପୋଲର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ ା ପୋଲଗୁଡିକ ମଧ୍ୟରୁ କେତେକ ପୋଲର ଭିତ୍ତିପ୍ରସ୍ତର କାର୍ଯ୍ୟରେ ହୋଇଥିବା ମାଟିତଳ ବୋରିଂ ଏବଂ ଏଥିରେ ଦିଆଯାଇଥିବା ରଡ ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ଏଭଳିକି କିଛି ସ୍ଥାନରେ ପୁରୁଣା ଫାଉଣ୍ଡେଶନ ବ୍ୟବହୃତ ହୋଇଥିବା କେତେକ ଗ୍ରାମବାସୀ କହିଛନ୍ତି। ତାଳମହୁରୀ ନିକଟରେ ପୋଲ କାମ ଶେଷ ହୋଇଥିଲେ ମଧ୍ୟ ଆପ୍ରୋଚ ରୋଡ ଠିକ ଭାବେ ନିର୍ମାଣ ହୋଇ ନ ଥିବାରୁ ଗ୍ରାମବାସୀ କାଦୁଅ ପଚ ପଚ ରାସ୍ତାରେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଟେଣ୍ଡର ନେଇଥିବା ଠିକାଦାର ନିଜେ ଏହି କାମ ନ କରି ଅନ୍ୟ କେତେକ ଛୋଟ ଛୋଟ ଠିକାଦାରଙ୍କୁ କାମ ବିକ୍ରୀ କରିବା ଏବଂ ବିଭାଗୀୟ ଯନ୍ତ୍ରୀମାନେ ଜାଣିଶୁଣି ଚୁପ୍‌ ରହିବା ଭଳି ଅନିୟମିତତାକୁ ପ୍ରଶ୍ରୟ ଦେଉଥିବା କୁହାଯାଉଛି। ସେହିଭଳି ନଦୀଖୋଳା ମଧ୍ୟ ଠିକ୍‌ ଢଙ୍ଗରେ କରାଯାଇ ନ ଥିବା ନେଇ ତାଳମହୁରୀ, ମଳିହା, ଚାରିଘେରିଆ, ପଳସା, ନଛିପୁର ଗ୍ରାମର ଅଧିକାଂଶ ବାସିନ୍ଦା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ ସୁବାସ ସଙ୍କ ମତାମତ ନେବାରେ ଏହି କାର୍ଯ୍ୟରେ ଅନିୟମିତତା ହୋଇଥିବା ଘଟଣାକୁ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri