ନଦୀଜଳ ପ୍ରଦୂଷଣ ରୋକିବାକୁ ପ୍ରୟାସ: ୨୬ ସହରରେ ହେବ ସେପ୍‌ଟେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ରାଜ୍ୟର ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳକୁ ବିଶୋଧନ କରା ନ ଯାଇ ସିଧାସଳଖ ନଦୀକୁ ଛଡ଼ାଯାଉଥିବା ଯୋଗୁ ନଦୀଜଳ ପ୍ରଦୂଷିତ ହେଉଛି। ତେଣୁ ସହରାଞ୍ଚଳ ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳର ବିଶୋଧନ ଏବଂ ପରିଚାଳନା ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଧାୟକ ବ୍ୟୋମକେଶ ରାୟ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଲିଖିତ ଉତ୍ତରରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରାଜ୍ୟର ସମସ୍ତ ସହରାଞ୍ଚଳରୁ ବାହାରୁ ଥିବା ଜୈବିକ ଓ ଅଣଜୈବିକ ବର୍ଜ୍ୟବସ୍ତୁକୁ ପୃଥକ୍‌ଭାବେ ସଂଗ୍ରହ କରାଯାଉଛି। ତାକୁ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରକୁ ପଠାଯାଇ କମ୍ପୋଷ୍ଟ ପ୍ରସ୍ତୁତ କରାଯାଉଛି। ତାହାକୁ ନେଇ କୃଷିକାର୍ଯ୍ୟରେ ବ୍ୟବହାର କରିବାକୁ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ପ୍ରବାହିତ ମହାନଦୀ, କୁଆଖାଇ, କାଠଯୋଡ଼ି ଏବଂ ବ୍ରାହ୍ମଣୀ ନଦୀଜଳକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଓଡବ୍ଲ୍ୟୁଏସ୍‌ଏସ୍‌ବି ମାଧ୍ୟମରେ ଭୁବନେଶ୍ୱର, କଟକ, ସମ୍ବଲପୁର ଏବଂ ରାଉରକେଲା ଆଦି ସହରଗୁଡିକରେ ନୂତନ ସ୍ବେରେଜ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହାସହ ୭ ସହର ଯଥା: ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାରିପଦା, ପୁରୀ ଓ ଢେଙ୍କାନାଳରୁ ନିର୍ଗତ ସେପ୍‌ଟେଜ୍‌କୁ ବିଶୋଧନ କରିବା ପାଇଁ ନୂତନ ସେପ୍‌ଟେଜ୍‌ ପ୍ଲାଣ୍ଟ ନିର୍ମାଣ ହେଉଛି। ବାଲେଶ୍ୱର ଏବଂ କଟକ ସହରର ସେପ୍‌ଟେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆସନ୍ତା ଅକ୍ଟୋବର ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ କହିଛନ୍ତି। ଅନୁଗୋଳରେ ସେପ୍‌ଟେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣାଧୀନ ରହିଛି। ଏହା ବ୍ୟତୀତ ରାଜ୍ୟର ଅନ୍ୟ ୨୬ ସହରାଞ୍ଚଳରେ ସେପ୍‌ଟେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି। ଏହାବ୍ୟତୀତ ସହରର ନାଳରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ନଦୀକୁ ନ ଯିବା ଲାଗି ସମସ୍ତ ସହରରେ ଥିବା ନାଳରେ ଜାଲି ଲଗାଇବାକୁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଜେନା ଉତ୍ତର ରଖିଛନ୍ତି। ଯଦି ସରକାର ଏତେ ବ୍ୟବସ୍ଥା କରିଛନ୍ତି, ତେବେ ରାଜ୍ୟରେ ଥିବା ନଦୀଜଳ କାହିଁକି ପ୍ରଦୂଷିତ ହେଉଛି ତାକୁ ନେଇ ବିରୋଧୀ ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି। ସେହିପରି ବିଭିନ୍ନ ନଦୀକୂଳରେ ସରକାର ପ୍ରଦୂଷଣ ରୋକିବାକୁ ବ୍ୟାପକ ବ୍ୟବସ୍ଥା କରିଛନ୍ତି ବୋଲି କହୁଥିଲେ ମଧ୍ୟ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭିନ୍ନ।
ଅନ୍ୟପଟେ ସମାନଦିନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ କହିଛନ୍ତି, ରାଜ୍ୟରେ ୫ ନଦୀଜଳ ପ୍ରଦୂଷିତ ହୋଇଛି। ମହାନଦୀ, ଶଙ୍ଖ, କୋଏଲ, ବ୍ରାହ୍ମଣୀ ଓ ବୈତରଣୀ ନଦୀଜଳ ପ୍ରଦୂଷିତ ହୋଇଯାଇଛି। ମହାନଦୀର ୨ଟି, ଶଙ୍ଖ ଓ କୋଏଲ ନଦୀର ଗୋଟିଏ ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି। ସେହିପରି ବ୍ରାହ୍ମଣୀର ୪ ଏବଂ ବୈତରଣୀର ୩ ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି। କଟକ ଓ ସମ୍ବଲପୁର ସହରର ପରିତ୍ୟକ୍ତ ଜଳ ମହାନଦୀରେ ମିଶୁଥିବାରୁ ମହାନଦୀର ଦୁଇଟି ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି। ସେହିପରି ରାଉରକେଲା ସହରର ପରିତ୍ୟକ୍ତ ପାଣି ଓ ଷ୍ଟିଲ ପ୍ଲାଣ୍ଟର ବର୍ଜ୍ୟବସ୍ତୁ ନିଷ୍କାସନ ଯୋଗୁ ବ୍ରାହ୍ମଣୀ ନଦୀ ପ୍ରଦୂଷିତ ହେଉଥିବା ମନ୍ତ୍ରୀ ଆରୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଆସ୍‌ତିଅ ସେବାରୁ ବଁଚିତ୍‌ ବେହେରା, ଛଞ୍ଚାଣବାହାଲି ପଁଚେତ୍‌ବାସୀ: ଦରଖଁଡ଼ିଆ ହେଇ ପଡ଼ିଛେ ଡାକ୍‌ତରଖାନା କୁଠା

ପର୍ଲା,୧୩।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଅଧୀନ ବେହେରା ଆର ଛଞ୍ଚାଣବାହାଲି ଗଁ। ରେ ଥିବାର ହୋମିଓପ୍ୟାଥି ଡାକ୍‌ତରଖାନା ଲୁକ୍‌କର ସେବାରେ...

୨୫ ପର୍ଯ୍ୟଟକଙ୍କୁ ଛାଡ଼ି ମଦ୍ୟପ ଡ୍ରାଇଭର ଫେରାର

ଗୋପ,୨୨।୨(ଡି.ଏନ.ଏ.): ଚେନ୍ନାଇରୁ ପୁରୀ-କୋଣାର୍କ ବୁଲି ଆସିଥିବା ୨୫ଜଣ ପର୍ଯ୍ୟଟକଙ୍କୁ ମଦ୍ୟପ ଡ୍ରାଇଭର ଗୋପ-କୋଣାର୍କ ରାସ୍ତାର ବାଲିସାହି ନିକଟରେ ଛାଡ଼ିଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ...

ରେଳପଥ ପାଇଁ ଉଜୁଡିବ ୩୨.୭୯୨ ହେକ୍ଟର ଜଙ୍ଗଲ: ଦଶପଲ୍ଲା ରେଞ୍ଜରେ ଚିହ୍ନଟ ପ୍ରକ୍ରିୟା ଶେଷ

ନୟାଗଡ଼ ଅଫିସ,୨୧ା୩: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ଉଦ୍ଦେଶ୍ୟରେ ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜର ଅରାସାହି, କୁଞ୍ଜବନଗଡ, ନିଜ ଅନ୍ଧାରକୋଟ ରେଭିନ୍ୟୁ ଓ ରିଜର୍ଭ ଫରେଷ୍ଟର ୩୨.୭୯୨...

ନାବାଳିକାଙ୍କୁ ଦନ୍ତା କଚାଡ଼ି ମାରିବା ଘଟଣା: କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ, ତହସିଲଦାରଙ୍କୁ ଅଟକ

ପାଟଣା,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଟେଣ୍ଡେରା ପଞ୍ଚାୟତ ହରିହରପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା କ୍ରମରେ ଏକ ଗୋଠଛଡା ଦନ୍ତା ଜଣେ...

ଯୌତୁକଜନିତ ବଧୂ ହତ୍ୟା ନେଇ ଶାଶୁ, ଶ୍ୱଶୂର, ସ୍ବାମୀଙ୍କ ନାମରେ ଅଭିଯୋଗ

କୃଷ୍ଣପ୍ରସାଦ,୨ା୭.(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଶିଆଳ ଗାଁରେ ଜଣେ ନବ ବିବାହିତା ବଧୂଙ୍କୁ ଅଧିକ ଯୌତୁକ ଦାବି କରି ସୋମବାର ହତ୍ୟା କରାଯାଇଥିବା କୃଷ୍ଣପ୍ରସାଦ ଥାନାରେ...

କୃତୀ ଛାତ୍ରୀଙ୍କ ଇସ୍ରୋ ପରିଦର୍ଶନ

ଭବାନୀପାଟଣା,୧୫ା୬(ଡି.ଏନ୍‌.ଏ.): ଟାଟାଷ୍ଟିଲର ଦ୍ୱାଦଶତମ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତାରେ ୩୦୦ଟି ବିଦ୍ୟାଳୟର ୬୩ ହଜାର ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଟପ୍‌-୨୦ରେ ପଞ୍ଚମସ୍ଥାନ ଅଧିକାର କରିଛନ୍ତି ଅମ୍ବିକା...

ହୀରାକୁଦ ଜଳଭଣ୍ଡାରରେ କେଜ୍‌ କଲ୍‌ଚର ମାଛ ଚାଷ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍‌ଫରେନ୍ସ ଜରିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ୧୫ ଅନ୍‌ଲାଇନ ସେବା ଶୁଭାରମ୍ଭ କରିଛନ୍ତି। ଏଥିସହିତ...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଭାଜପା ପକ୍ଷରୁ ଫଳ ବଣ୍ଟନ

କୋମନା,୧୮।୯(ଡି.ଏନ.ଏ.)-ନୂଆପଡ଼ା ଜିଲା କୋମନା ପାତାଳେଶ୍ୱର ମଣ୍ଡଳ ଭାଜପା ପକ୍ଷରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ତମ ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଗୋଷ୍ଠୀ...

Play 250+ Trending Games
Archives

Model This Week

Why Dharitri