Posted inଖେଳ

ଧୋନୀଙ୍କୁ ଆଇପିଏଲର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୧୮।୩- ଭାରତୀୟ କ୍ରିକେଟ ବିଶେଷଜ୍ଞଙ୍କ ମତରେ ଆଇପିଏଲ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିପାରେ। ମାତ୍ର କରୋନା ଭାଇରସ ଯୋଗୁ ଆଇପିଏଲର ୧୩ତମ ସଂସ୍କରଣ ଅନିଶ୍ଚତତା ଘେରକୁ ଚାଲି ଯାଇଛି। ଯଦି ଚଳିତ ବର୍ଷ ଆଇପିଏଲ ଅନୁଷ୍ଠିତ ହୋଇ ନ ପାରେ, ତେବେ କ’ଣ ଧୋନୀଙ୍କ ପାଇଁ ଜାତୀୟ ଦଳକୁ ଫେରିବା ବାଟ ବନ୍ଦ ହୋଇଯିବ? ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ତଥା ଭାଷ୍ୟକାର ଆକାଶ ଚୋପ୍ରା। ତାଙ୍କ ମତରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଲାଗି ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ଆଇପିଏଲର ଆବଶ୍ୟକତା ନାହିଁ। ଧୋନୀଙ୍କୁ ଜଣା କ’ଣ କରୁଛନ୍ତି। ତାଙ୍କ ଭଳି ଖେଳାଳିଙ୍କ ପାଇଁ ଆଇପିଏଲ କଦାପି ଏକ ବାଧା ନୁହେଁ ବୋଲି ଏକ ୟୁଟ୍ୟୁବ ଭିଡିଓରେ ଆକାଶ କହିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଆଇପିଏଲରେ ଧୋନୀ ଭଲ ସ୍କୋର କଲେ ଭାରତୀୟ ଦଳକୁ ଫେରିପାରିବେ। ମାତ୍ର ଧୋନୀ ଜାତୀୟ ଦଳକୁ ଫେରିବାକୁ ଚାହୁଁଥିଲେ, ପ୍ରଥମେ ନିଜକୁ ଉପଲବ୍ଧ କରିବାକୁ ପଡ଼ିବ। ଚୟନକର୍ତ୍ତା ତାଙ୍କୁ ସିଧାସଳଖ ଦଳରେ ନେବେ। କାରଣ ଅଭିଜ୍ଞତା ସୁପରମାର୍କେଟରେ ମିଳେ ନାହିଁ। ଧୋନୀ ଜଣେ ଖୁବ୍‌ ଅଭିଜ୍ଞ ଖେଳାଳି। ଯଦି ଭାରତୀୟ ଦଳ ତାଙ୍କୁ ଚୟନ କରିବାକୁ ଚାହେଁ, ଆଇପିଏଲ ହେଉ କିମ୍ବା ନ ହେଉ ସେଥିରେ କିଛି ଫରକ ପଡ଼ିବ ନାହିଁ ବୋଲି ଆକାଶ ଉକ୍ତ ଭିଡିଓରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆଇପିଏଲ ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହେବାର ଥିଲା। ମାତ୍ର କରୋନା ଯୋଗୁ ଏହାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ସ୍ଥିତି ନ ସୁଧିରିବା ପର୍ଯ୍ୟନ୍ତ ଆଇପିଏଲ ଖେଳାଯାଇ ପାରିବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ୍‌ ପୂର୍ବରୁ ମା’ଙ୍କୁ ମାଗିଥିଲେ ଏହି ଜିନିଷ: ସେହି ଦମ୍‌ରେ ଦଳକୁ ବିପଦରୁ କଲେ ରକ୍ଷା

ହାଇଦ୍ରାବାଦ୍‌,୧୯।୧: ହାଇଦ୍ରାବାଦରେ ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ଜିତିଛି। ୩୫୦ ରନ ସ୍କୋର କରିବା ସତ୍ତ୍ୱେ ଭାରତ...

ଦକ୍ଷିଣ ଭାରତୀୟ ରୀତିନୀତିରେ ବିବାହ

ବମ୍ବେ: ବିଗତ କିଛି ମାସ ଧରି ବଲିଉଡ୍‌ରେ ବିବାହ ଋତୁ ଚାଲିଛି। ଏହି ସମୟ ମଧ୍ୟରେ ଅଭିନେତା ବିକ୍କି କୌଶଲଙ୍କଠାରୁ ଆରମ୍ଭ କରି ଫର୍‌ହାନ ଅଖ୍‌ତର,...

କଷ୍ଟରେ ୨୦୦ ପାର କଲା ଭାରତ

ଜୋହାନ୍ସବର୍ଗ,୩।୧: ଅଧିନାୟକ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ୨୦୨ ରନ୍‌ରେ ସୀମିତ ରହିଛି। ପୂର୍ବ ମ୍ୟାଚ୍‌ ଭଳି ଏଥର ବି...

ରାଜ୍ୟପାଳ ହେଲେ ଏହି ପ୍ରସିଦ୍ଧ କ୍ରିକେଟର

କଲମ୍ବୋ,୨୮।୧୧: କ୍ରିକେଟରେ ରାଜ୍‌ କରିବା ପରେ ଏବେ ରାଜନୈତିକ ମୈଦାନରେ ଜଲଓ୍ବା ଦେଖାଇବାକୁ ଯାଉଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମୂଥୟା ମୁରଲିଧରନ। ତାମିଲ ବହୁଳ ଉତ୍ତର...

ଅଲିମ୍ପିକ୍ସରେ ଭାଗ ନେବେନି କୋଲ୍‌ମ୍ୟାନ

ଜେନେଭା, ୧୭ା୪(ଏପି)- ଆମେରିକାନ୍‌ ସ୍ପ୍ରିଣ୍ଟର ଖ୍ରିଷ୍ଟିଆନ୍‌ କୋଲ୍‌ମ୍ୟାନ ଅଲିମ୍ପିକ୍ସରେ ଭାଗ ନେଇପାରିବେ ନାହିଁ। ଜାଣିଶୁଣି ଡୋପିଂ ଟେଷ୍ଟ ଦେଇ ନ ଥିବାରୁ ତାଙ୍କ ଉପରେ୧୦୦ମିଟର ବିଶ୍ୱଚାମ୍ପିୟନଙ୍କୁ...

ଭାରତ-କାତାର ମ୍ୟାଚ ସମ୍ପର୍କରେ ନିଷ୍ପତ୍ତି ମଙ୍ଗଳବାର

ନୂଆଦିଲ୍ଲୀ,୭ା୩ (ପି.ଟି.): ମାରାତ୍ମକ କରୋନା ଭାଇରସ ଆଶଙ୍କାରେ କାତାର ବିପକ୍ଷରେ ଖେଳାଯିବାକୁ ଥିବା ଭାରତର ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିବା ବିଷୟକୁ ସର୍ବଭାରତୀୟ...

ଗାଭାସ୍କରଙ୍କ ବଡ଼ ଘୋଷଣା: କୋହଲିଙ୍କ ପରେ ଏହି ଖେଳାଳିଙ୍କୁ ଦିଆଯାଉ ଅଧିନାୟକ ପଦ

ନୂଆଦିଲ୍ଲୀ,୨୯।୯: ନିକଟରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଭାରତର ଟି -୨୦ ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ୨୦୨୧ ଟି...

ଆର୍ଚେରୀ ବିଶ୍ୱକପ୍‌: କ୍ୱାଲିଫିକେଶନ ରାଉଣ୍ଡରେ ଶୀର୍ଷରେ ଭାରତୀୟ ମହିଳା

ଗ୍ବାଟେମାଲା ସିଟି,୨୨।୪(ପି.ଟି.): ଦୀର୍ଘ ଦୁଇବର୍ଷ ପରେ ଆର୍ଚେରୀ ବିଶ୍ୱକପ୍‌କୁ ପ୍ରତ୍ୟାବର୍ତ୍ତନ କରି ଭାରତୀୟ ରିକର୍ଭ ଆର୍ଚରମାନେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। କ୍ୱାଲିଫିକେଶନ ରାଉଣ୍ଡରେ ଭାରତୀୟ ମହିଳା...

Advertisement
Archives

Model This Week