Posted inଖେଳ

ଧୋନୀଙ୍କୁ ଅବସର ନେବାକୁ ବାଧ୍ୟ କରିବା ଉଚିତ ନୁହଁ: ହୁସେନ

ମୁମ୍ବାଇ,୧୧।୪(ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅବସର ନେବାକୁ ବାଧ୍ୟ କରାଯିବା ଉଚିତ୍‌ ନୁହଁ। ଏକଥା କହିଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ। ଧୋନୀଙ୍କ ଭଳି ଖେଳାଳି ଗୋଟିଏ ପିଢିରେ ଥରେ ଆସିଥାନ୍ତି। ଆଉଥରେ ଧୋନୀଙ୍କ ଭଳି ଜଣେ ଖେଳାଳି ଆସିବେ ନାହିଁ। ତେଣୁ ଅବସର ନେଇ ତାଙ୍କୁ ବାଧ୍ୟ କରିବା ପୂର୍ବରୁ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଭାରତୀୟ କ୍ରିକେଟ ପାଇଁ ସେ ଆହୁରି କିଛି ଅବଦାନ ଦେଇପାରିବେ। ୩୯ ବର୍ଷୀୟ ଧୋନୀଙ୍କ ନିକଟରେ ଏବେ ବି କ୍ରିକେଟ ବାକି ଅଛି ବୋଲି ସେ କହିଛନ୍ତି।
ଥରେ ଧୋନୀ ଚାଲିଗଲେ, ଆଉ ଆସିବେ ନାହିଁ। ଅବସର ନେଇ କେବଳ ଧୋନୀଙ୍କୁ ନିଷ୍ପତ୍ତି ନେବାର ସ୍ବାଧିନତା ଦେବା ଆବଶ୍ୟକ। ଅବସର କେବେ ନେବାକୁ ହେବ ତାହା ଧୋନୀ ହିଁ ଜାଣିଛନ୍ତି ବୋଲି ୫୨ ବର୍ଷୀୟ ହୁସେନ କହିଛନ୍ତି। ଗତ ଜୁଲାଇରେ ଦିନିକିଆ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଧୋନୀ ଶେଷଥର ଭାରତ ପାଇଁ ଖେଳିଥିଲେ। ଏହାପରଠାରୁ ସେ କୌଣସି ପ୍ରତିଯୋଗିତାମୂଳକ କ୍ରିକେଟ ମ୍ୟାଚ୍‌ ଖେଳିନାହାନ୍ତି। ତେବେ ଧୋନୀ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଏବେ କଷ୍ଟକର ବୋଲି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ଓ କପିଳ ଦେବ ପୂର୍ବରୁ କହିସାରିଛନ୍ତି।
ତେବେ ଧୋନୀ ଏବେବି ଭାରତୀୟ ଦଳ ପାଇଁ ଖେଳିବାର କ୍ଷମତା ରଖୁଛନ୍ତି। ଭାରତ ପାଇଁ ସେ ଆହୁରି ବହୁ ପରିମାଣରେ କ୍ରିକେଟ ଖେଳିପାରିବେ। ତେବେ ଗତ ବିଶ୍ୱକପ୍‌ରେ ଧୋନୀ ଏକାଧିକ ତ୍ରୁଟି କରିଥିବା କଥା ହୁସେନ କହିଛନ୍ତି। ଏହା ସତ୍ତ୍ୱେ ଧୋନୀଙ୍କ ନିକଟରେ ଏବେବି ପ୍ରତିଭା ରହିଛି। ତେଣୁ ଅବସର ନେଇ ନିଷ୍ପତ୍ତି ତାଙ୍କ ଉପରେ ଛାଡିବା ଠିକ୍‌ ହେବ ବୋଲି ହୁସେନ ଶନିବାର ରାତି ୭ଟାରେ ଏକ ସାକ୍ଷତ୍‌କାର ଦେବା ଅବସରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁନକ ହେଲେ ପ୍ରଧାନମନ୍ତ୍ରୀ, ନେହେରାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଲୋକେ…

ନୂଆଦିଲ୍ଲୀ,୨୬।୧୦: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଭାରତୀୟ ମୂଳ ବଂଶୋଦ୍ଭବ ଋଷି ସୁନକ। ଏହା ଏକ ଐତିହାସିକ ଘଟଣା ବୋଲି କୁହାଯାଉଛି। ତେବେ ଏହାକୁ ନେଇ...

ଟି୨୦ ବିଶ୍ୱକପ୍‌ ପାଇଁ ପାକିସ୍ତାନ ଖେଳାଳିଙ୍କୁ ଦିଆଯିବ ଭିଜା : ବିସିସିଆଇ

ନୂଆଦିଲ୍ଲୀ,୧।୪: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମଧ୍ୟରେ ଭାରତରେ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହି ଆଇସିସି ଇଭେଣ୍ଟ ଲାଗି ପାକିସ୍ତାନ ଖେଳାଳିଙ୍କୁ ନିଶ୍ଚିତ ଭିଜା ପ୍ରଦାନ...

ମେରି କମ୍‌ଙ୍କୁ ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୧୮।୧୧: ୬ ଥର ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନ ତଥା ଅଲିମ୍ପିକ ବିଜେତା ଏମ୍‌ସି ମେରି କମ୍‌ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ଆଥେଲେଟ୍ସ କମିଶନର...

ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ବଡ଼ ନିଷ୍ପତ୍ତି; ସ୍ବଦେଶ ଫେରିଲେ ଏହି ୪ ଖେଳାଳି

ନୂଆଦିଲ୍ଲୀ,୨୩।୧୦: ୟୁଏଇ ଏବଂ ଓମାନରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତ ସହ ଥିବା ୪ ଖେଳାଳି ସ୍ବଦେଶ ଫେରି...

ବାଂଲାଦେଶର ରୋମାଞ୍ଚକ ବିଜୟ

ସିଲ୍‌ହେଟ୍‌, ୪।୩- ଏଠାରେ ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ୪ ରନରେ ରୋମାଞ୍ଚକ ଭାବେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ବାଂଲାଦେଶ ପ୍ରଥମେ ବ୍ୟାଟିଂ...

ଦି ହଣ୍ଡ୍ରେଡ: ବର୍ମିଂହାମ ଫୋଏନିକ୍ସ ପକ୍ଷରୁ ଖେଳିବେ ଶେଫାଳି

ନୂଆଦିଲ୍ଲୀ, ୧୧।୫(ପି.ଟି.)- ଭାରତର ଟିନ୍‌ ବ୍ୟାଟିଂ ସେନ୍‌ସେସନ ଶେଫାଳି ବର୍ମା ‘ଦି ହଣ୍ଡ୍ରେଡ’ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ସଂସ୍କରଣରେ ବର୍ମିଂହାମ ଫୋଏନିକ୍ସ ପକ୍ଷରୁ ଖେଳିବେ। ଏହା ବ୍ୟତୀତ...

ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା

ସିଡନୀ,୨୩।୨: ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ଅନେକ ବଡ ଖେଳାଳି ୧୬ ଜଣିଆ ଦଳକୁ...

୫ଟି ବଲ୍‌ରୁ ୩୦ ରନ୍‌ର ବିସ୍ଫୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌

ଗ୍ରେନାଡା,୨୮।୬: ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜରେ ଦକ୍ଷିଣ ଆଫ୍ରିକା ଏକ ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲା...

Advertisement
Archives

Model This Week