‘ଧରିତ୍ରୀ’ ପ୍ରଭାବ: ଷ୍ଟାଣ୍ଡ୍‌କୁ ଫେରିଲା ‘ମୋ ସାଇକେଲ’

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ବାଟବଣା ହୋଇଯାଇଥିବା ମୋ ସାଇକେଲ୍‌ ଯୋଜନାକୁ ପୁଣିଥରେ ଟ୍ରାକ୍‌କୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଲୋକଙ୍କ ଅକ୍ତିଆରରେ ଥିବା ‘ମୋ ସାଇକେଲ’କୁ ପୁଣିଥରେ ଷ୍ଟାଣ୍ଡ୍‌କୁ ଫେରାଇ ଆଣିବାକୁ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ(ସିଆର୍‌ୟୁଟି) ପଦକ୍ଷେପ ନେଇଛି। ମୋ ସାଇକେଲଗୁଡ଼ିକର ରକ୍ଷଣାବେକ୍ଷଣ ଓ ପରିଚାଳନା ଠିକ୍‌ ଭାବେ ହେଉ ନ ଥିଲା। ଫଳରେ ଲୋକେ ମୋ ସାଇକେଲକୁ ନିଜ ଘରକୁ ନେଇଯାଇଥିଲେ। ‘ଲୋକଙ୍କ ଅକ୍ତିଆରରେ ମୋ ସାଇକେଲ’ ଶୀର୍ଷକ ଖବର ମଙ୍ଗଳବାର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ସହରର ବିଭିନ୍ନ ସ୍ଥାନରେ ଥିବା ମୋ ସାଇକେଲ୍‌ ଷ୍ଟାଣ୍ଡ୍‌ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଯାଞ୍ଚ କରାଯାଇ ଲୋକଙ୍କ ଘରୁ ସାଇକେଲ୍‌ ଉଦ୍ଧାର କରାଯାଇଛି।
ପଳାସୁଣୀଠାରୁ ବଡ଼ଗଡ଼ ପର୍ଯ୍ୟନ୍ତ କେନାଲ ରୋଡ୍‌ ପର୍ଯ୍ୟନ୍ତ ଅଞ୍ଚଳ ଏବଂ ଝାରପଡ଼ା, ଲକ୍ଷ୍ମୀସାଗର, ଚିନ୍ତାମଣିଶ୍ୱର କଲୋନୀ, ବିଜେବି ନଗର ଅଞ୍ଚଳରେ ମଙ୍ଗଳବାର ସିଆର୍‌ୟୁଟି ଟିମ୍‌ ଚଢ଼ାଉ କରି ବହୁ ସାଇକେଲ୍‌ ଉଦ୍ଧାର କରିଛନ୍ତି। ଲୋକଙ୍କ ଘର ଏବଂ ଆଖପାଖରେ ଖୋଜାଖୋଜି କରି ଯେତିକି ସାଇକେଲ ମିଳିଲା ତାହାକୁ ପୁଣିଥରେ ମୁଖ୍ୟ ଷ୍ଟାଣ୍ଡ୍‌ରେ ରଖାଯାଇଛି। ଏହାସହ ମରାମତି ଆବଶ୍ୟକ କରୁଥିବା ସାଇକେଲଗୁଡ଼ିକୁ ମୋ ସାଇକେଲ ଡିପୋକୁ ପଠାଇ ଦିଆଯାଇଛି ବୋଲି ସିଆର୍‌ୟୁଟିର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି। ଆଗକୁ ମଧ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଜାରି ରହିବ। ଯେଉଁଠି ମୋ ସାଇକେଲ ଲୋକଙ୍କ ଅକ୍ତିଆରରେ ଅଛି, ତାହାକୁ ଉଦ୍ଧାର କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଏବେ ବି ସହରର ଅନ୍ୟାନ୍ୟ ଅଞ୍ଚଳରେ ଏକାଧିକ ‘ମୋ ସାଇକେଲ’ ଲୋକଙ୍କ କବ୍‌ଜାରେ ରହିଛି। ଏପରିକି କେତେଜଣ ଏହାକୁ ଘର ମଧ୍ୟରେ ଲୁଚାଇ ରଖିଥିବାରୁ ତାହାକୁ ଖୋଜି ବାହାର କରିବା ବା ଘରେ ପଶି ତାହାକୁ ଉଦ୍ଧାର କରିବା ପାଇଁ କର୍ତ୍ତୃପକ୍ଷ ସାହସ ଜୁଟାଇ ପାରୁନାହାନ୍ତି।
ସୂଚନାଯୋଗ୍ୟ, ହକି ବିଶ୍ୱକପ୍‌ ପୂର୍ବରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ‘ମୋ ସାଇକେଲ ସେବା’ ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। କିଛି ରାସ୍ତା କଡ଼ରେ ପଡ଼ିରହୁଥିବାବେଳେ ଆଉ କେହି ତାକୁ ନିଜ ଘରେ ଲୁଚାଇ ରଖୁଛନ୍ତି। ସାଇକେଲ ନ ଥିବାରୁ ଅଧିକାଂଶ ଷ୍ଟାଣ୍ଡ୍‌ ଏବେ ଫାଙ୍କା ପଡ଼ିଛି। ପୁଣି କେଉଁଠି ସାଇକେଲ ଚଲାଇ ସାରିବା ପରେ ଲୋକେ ଯେଉଁଠି ଇଚ୍ଛା ସେଠି ପକାଇ ଚାଲିଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଭେଣ୍ଡିଂ ଜୋନ୍‌ ଆଶା ମଉଳିଲା

ଭୁବନେଶ୍ୱର,୬।୧୨(ବ୍ୟୁରୋ):ବକେୟା ବିଲ୍‌ ପାଉ ନ ଥିବାରୁ ଠିକା ସଂସ୍ଥାଗୁଡ଼ିକ ମନଇଚ୍ଛା କାମ କରୁଛନ୍ତି। ଫଳରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବହୁ ପ୍ରକଳ୍ପ ଆଗେଇ ପାରୁନାହିଁ।...

କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ମାମଲା: ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଅଟକ

ପୁରୀ ଅଫିସ,୨୧।୩: ଶ୍ରୀମନ୍ଦିର ସେବାୟତ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ (କାଳିଆ)ଙ୍କୁ ଗୁଳିକରି ହତ୍ୟା ମାମଲାରେ ରବିବାର ପୁରୀ ପୋଲିସ ୪ଜଣଙ୍କୁ...

୩ ଦିନ ବନ୍ଦ ରହିବ ବିଏମ୍‌ସି ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ବିଏମ୍‌ସି ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ । ୩୧ରୁ ୨ ତାରିଖ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ...

ଯୁକ୍ତ୨ ପରୀକ୍ଷା ନେଇ ଆଜି ବସିବ ବୈଠକ

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ରାଜ୍ୟ ସରକାର ଯୁକ୍ତ ୨ର ବାକି ପରୀକ୍ଷାଗୁଡିକ ବାତିଲ କରିଦେବା ନେଇ ସମ୍ଭାବନା ଅଧିକ ମାତ୍ରାରେ ଦେଖାଦେଇଛି। ସିବିଏସଇ ଓ ଆଇସିଏସଇ ପକ୍ଷରୁ ଯୁକ୍ତ...

କୃଷି ଯନ୍ତ୍ରାଂଶ ସବ୍‌ସିଡି ନାଁରେ ହଡ଼ପ

ଭୁବନେଶ୍ୱର,୧୧ା୩(ବ୍ୟୁରୋ):ଅନୁସୂଚିତ ଜାତି(ଏସ୍‌ସି) ଓ ଜନଜାତି(ଏସ୍‌ଟି) ଚାଷୀଙ୍କ ଆର୍ଥିକ ଅଭିଭୃଦ୍ଧି ଏବଂ ବୈଜ୍ଞାନିକ ପଦ୍ଧତିରେ ଉନ୍ନତ ମାନର ଚାଷ ପାଇଁ କୃଷି ଯନ୍ତ୍ରାଂଶ କିଣାରେ ରାଜ୍ୟ ସରକାର...

ଆଜି ଭାଲେଣ୍ଟାଇନ୍ସ ଡେ: ଏଥର ହେବନି ବିରୋଧ, କେବଳ ସଚେତନତା

ଭୁବନେଶ୍ୱର,୧୪।୨(ବ୍ୟୁରୋ) : ନା ହେବ ବିରୋଧ ନା କିଏ କରିବ ପ୍ରତିବାଦ। ଏଥର ପ୍ରେମ ଦିବସରେ ମନେପଡ଼ିବେ ଶହୀଦ ଯବାନମାନେ। ପାର୍କ ହେଉ କି ପର୍ଯ୍ୟଟନସ୍ଥଳୀ,...

ଆଗକୁ ବିଜେପୁର ଉପନିର୍ବାଚନ, ଧାରଣାରେ ବସିଲେ ଚିନିକଳ କର୍ମଚାରୀ

ବରଗଡ଼ ଅଫିସ, ୧୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ସପ୍ତାହେ ବାକି। ୨/୩ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରକୁ ନିର୍ବାଚନୀ...

ମରାମତି ବେଳେ ଚାର୍ଜ ହେଲା ୧୧ କେଭି, ପୋଡ଼ିଗଲେ କର୍ମଚାରୀ

ବଡ଼ବିଲ,୨୫ା୬(ସ୍ବ.ପ୍ର.): ଟାଟା ପାଓ୍ବରର ଖାମଖିଆଲି କାର୍ଯ୍ୟ ଯୋଗୁ କେନ୍ଦୁଝର ଜିଲା ବଡ଼ବିଲରେ କାର୍ଯ୍ୟରତ ଜଣେ କର୍ମଚାରୀ ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ...

Advertisement
Archives

Model This Week