ଧରିତ୍ରୀ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌: ରକ୍ତ କର୍କଟ ପୀଡ଼ିତ ଶିଶୁଙ୍କ ଚିକିତ୍ସା ସହାୟତା ପାଇଁ ନିବେଦନ କଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ, ୧୪।୩- ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୧୬ ଡ୍ୟାମ୍‌ କଲୋନୀ (ଗାନ୍ଧୀନଗର) ନିବାସୀ ଅଜୟ ଦୀପଙ୍କ ଏକମାତ୍ର ଶିଶୁପୁତ୍ର ରୋହିତ(୫) ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ କ୍ୟାନ୍‌ସର ହସ୍‌ପିଟାଲକୁ ନେଇଛନ୍ତି। ତେବେ ରୋହିତଙ୍କ ପରିବାର ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି ଏବଂ ଚିକିତ୍ସା ସହାୟତା ପାଇଁ ସହଯୋଗର ହାତ ବଢାଇବାକୁ ସରକାର, ପ୍ରଶାସନ ଏବଂ ସ୍ବେଚ୍ଛାସେବୀମାନଙ୍କୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ଶନିବାର ‘ଧରିତ୍ରୀ’ ସମ୍ବଲପୁର ସଂସ୍କରଣରେ ଏକ ଖବର ପ୍ରକାଶ ପାଇଛି। ଏହି ଖବରକୁ ଆଧାର କରି ଶନିବାର ବରଗଡ଼ ସାମାଜିକ କର୍ମୀ ଦୀପା ବାରିକ ରକ୍ତ କର୍କଟ ପୀଡିତ ରୋହିତଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (ସିଏମ୍‌ଆର୍‌ଏଫ୍‌)ରୁ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି। ଏ ନେଇ ଦୀପା ଟୁଇଟ କରି ମୁଖ୍ୟମନ୍ତ୍ରୀ, ବରଗଡ଼ ଜିଲାପାଳ ପ୍ରମୁଖଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଧୋଇଗଲା ପାଙ୍ଗାଲପଦର ରାସ୍ତା : ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

କୋଟଗଡ଼,୧୮ା୮(ଡି.ଏନ.ଏ.)-କୋଟଗଡ ବ୍ଲକ ସଦର ମହକୁମାଠାରୁ ସାରତୁଲ ପଞ୍ଚାୟତ ପାଙ୍ଗାଲପଦର ଗାଁ ୧୨ କି.ମି ଦୂର। ଗତ ଲଗାଣ ବର୍ଷାରେ ଗାଁକୁ ଯାଇଥିବା ରାସ୍ତା ଧୋଇଯିବା ସହ...

ବିଶ୍ୱ ମଧୁମେହ ଦିବସ

ଆସିକା, ୧୪ା୧୧ (ଡି.ଏନ୍‌.ଏ.): ଆସିକା ବସ୍‌ଷ୍ଟାଣ୍ଡସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ପୂର୍ବାହ୍ନରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଛି। କେନ୍ଦ୍ର ସଞ୍ଚାଳିକା...

ହିତାଧିକାରୀଙ୍କ ଘର ଆଗରେ ଅଧିକାରୀ

ଭଦ୍ରକ ଅଫିସ,୧୪।୩- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳର ଲୋକଙ୍କୁ ଗୃହ ଯୋଗାଇ ଦିଆଯାଉଛି। ସମସ୍ତେ ଯେପରି ପକ୍କାଘର ପାଇପାରିବେ ସେ ନେଇ ପ୍ରୟାସ ଜାରି ରହିଛି।...

ରାସ୍ତା ନିର୍ମାଣରେ ବିଳମ୍ବ: ଟାୟାର୍‌ ଜାଳି ରାସ୍ତାରୋକୋ

ମହାକାଳପଡ଼ା,୪।୯(ଡି.ଏନ.ଏ.): ମହାକାଳପଡା ବ୍ଲକ ଅଧୀନ ବିଜୟ ନଗର-ଓରତ ମୁଖ୍ୟ ପୂର୍ତ୍ତ ରାସ୍ତା ନିର୍ମାଣ ବିଳମ୍ବ ପ୍ରତିବାଦରେ ସ୍ଥାନୀୟ ଓଳିଆ ଗ୍ରାମରେ ଲୋକମାନେ ଟାୟାର ଜାଳି ରାସ୍ତା...

ଡମ୍‌ବେଲ ପଞ୍ଚରେ ସୁବ୍ରତଙ୍କ ରେକର୍ଡ

ଢେଙ୍କାନାଳ ଅଫିସ, ୪।୮-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟି ଗ୍ରାମର ସୁବ୍ରତ କୁମାର ସାମଲ ୧ ମିନିଟରେ ୩୩୪ ଥର ଡମ୍‌ବେଲ ପଞ୍ଚ ମାରି ବଜ୍ର...

ବିଦ୍ୟୁତ ନେଲା ଜୀବନ, ମୃତଦେହ ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ବରଗଡ ଅଫିସ, ୨୨।୧୨- ବରଗଡ-ବଲାଙ୍ଗୀର ରାସ୍ତାର ଏକାମ୍ର ଛକ ନିକଟ ଏକ ଗଛ ଉପରକୁ ଚଢି ଗଛଡାଳ କାଟୁଥିଲା ସମୟରେ ରବିବାର ୧୧ କେଭି କ୍ଷମତା...

ସ୍କୁଲ ଆସିଲେନି ପିଲା, ବସି ବସି ଫେରିଲେ ଶିକ୍ଷକ

ବନ୍ତଳା, ୨୩।୭ (ଡି.ଏନ୍‌.ଏ.) ଅନୁଗୋଳ ଜିଲା ଅନ୍ତୁଳିଆ ପଞ୍ଚାୟତ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ସୋମବାର କୌଣସି ଛାତ୍ରୀଛାତ୍ର ଆସି ନ ଥିଲେ। ସ୍କୁଲକୁ ଅଧିକ ୨ଜଣ...

ଭଙ୍ଗା ଷ୍ଟ୍ରିଟଲାଇଟ ଖୁଣ୍ଟକୁ କାଳବୈଶାଖୀ ଭୟ

ନବରଙ୍ଗପୁର,୧।୬(ବି.ପ୍ର.)- ନବରଙ୍ଗପୁର ଜିଲା ଉପକଣ୍ଠ ଚାଉଁରିଆଗାଡା ନିକଟରୁ ଇନ୍ଦ୍ରାବତୀ ପୋଲ ପର୍ଯ୍ୟନ୍ତ ୨୬ ନମ୍ବର ଜାତୀୟ ରାଜପଥ କଡରେ ଲଗାଯାଇଥିବା ଷ୍ଟ୍ରିଟ ଲାଇଟ ଗୁଡିକ ଦିନରେ...

Play 250+ Trending Games
Archives

Model This Week

Why Dharitri