ଧରାପଡିଲେ ଚୋରଗ୍ୟାଙ୍ଗ: ୯ ଗିରଫ, ୩୯ ମୋବାଇଲ, ୩ ବାଇକ ଜବତ

ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଏକ ଚୋରଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ୯ଜଣ ଚୋର ଅଛନ୍ତି। ସେମାନଙ୍କଠାରୁ ୩୯ ମୋବାଇଲ, ୩ ବାଇକ୍‌ ଜବତ କରାଯାଇଥିବା ମଙ୍ଗଳବାର ଅପରାହ୍ନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଏସ୍‌ପି ଉମେଶ ପଣ୍ଡା ଓ ଥାନାଧିକାରୀ ଶୁଭ୍ରାଂଶୁ ନାୟକ ସୂଚନା ଦେଇଛନ୍ତି।

ସହରରେ ଦିନକୁ ଦିନ ବଢ଼ି ଚାଲିଥିବା ମୋବାଇଲ୍‌ ଚୋରି ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ଗତ ୧୨ ତାରିଖ ଅପରାହ୍ନ ସମୟରେ ବାଲିଆସ୍ଥିତ ରାଜକମ୍ପ୍ଲେକ୍ସ ସମ୍ମୁଖରୁ କେତେକ ଦୁର୍ବୃତ୍ତ ସହଦେବଖୁଣ୍ଟା ଗ୍ରାମର ସାଗର ଅଗ୍ରୱାଲ (୩୪)ଙ୍କ ମୋବାଇଲ୍‌ ଲୁଟ୍‌ କରି ବାଇକ୍‌ ଯୋଗେ ପଳାଇଯାଇଥିବା ସହଦେବଖୁଣ୍ଟା ମଡ଼େଲ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ୧୪ତାରିଖରେ ମାମଲା ରୁଜୁ କରି ଥାନାଧିକାରୀ ନାୟକ ତଦନ୍ତ ଆରମ୍ଭ କରିଥିଲେ। ସହରର ପୁରୁଣାବାଲେଶ୍ୱର, ଗୁଡ଼ିପଦା, ଚୁନଭାଟି, ଗୋପାଳଗାଁ ଅଞ୍ଚଳରେ ଚଢ଼ାଉ କରି ୬ଜଣ ମୋବାଇଲ ଚୋରଙ୍କ ସମେତ କଂଗ୍ରେସଗଳି, ଦରଜୀପୋଖରୀ, ମୋତିଗଞ୍ଜ ଅଞ୍ଚଳରେ ଥିବା ୩ଜଣ ମୋବାଇଲ ବିକ୍ରି ଓ ରିପ୍ୟାରିଂ ଦୋକାନୀଙ୍କୁ ଗିରଫ କରିଥିଲେ। ଏନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ମାମଲା (ନଂ. ୧୮୮/୧୯) ରୁଜୁ କରାଯାଇଥିଲା। ଏହି ମାମଲାରେ ୩ଜଣ ଗୋପାଳଗାଁ ଅଞ୍ଚଳର ଶରତ ମାଝି, ଗଜେନ୍ଦ୍ର ଦାସ, ସହଦେବଖୁଣ୍ଟା ଥାନା ଗୁଡ଼ିପଦା ଗ୍ରାମର ଅଜିତ ସିଂହଙ୍କୁ ଗିରଫ କରାଯାଇଥିଲା। ସେହିପରି ମାମଲା ମାମଲା (ନଂ. ୧୯୦/୧୯)କୁ ଭିତ୍ତି କରି ଗୋପାଳଗାଁ ଚୁନଭାଟି ଅଞ୍ଚଳର ଅଶୋକ କମିଳା, କେଶବ କମିଳା, ଗଳାପୋଲ ଅଞ୍ଚଳର ମାବୁଦ ମଲ୍ଲିକ, ସୁନ୍ଦରି ଅଞ୍ଚଳର ଶିବଜୀ ଚୌଧୁରୀ, ସୁନହଟ୍‌ ଅଞ୍ଚଳର ଏସ୍‌କେ ଇର୍ସାଦ୍‌, ଅନ୍ନପୂର୍ଣ୍ଣା ଗଳି ଅଞ୍ଚଳର ଏସ୍‌କେ ରମଜାନ (୧୮)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସହର ଭିତରେ ଲୋକେ ମୋବାଇଲରେ କଥା ହେଉଥିବା ବେଳେ ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ହାତରୁ ଛଡ଼ାଇନେଇ ଦ୍ରୁତଗତିରେ ପଳାଇ ଯାଉଛନ୍ତି। ବାଇକ୍‌ର କମ୍ପାନୀ, ରଙ୍ଗ ଓ ନମ୍ବରକୁ ନୋଟ୍‌ କରିବା ପାଇଁ ସହଦେବଖୁଣ୍ଟା ଥାନାଧିକାରୀ ନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଫଳରେ ଚୋରମାନଙ୍କୁ ସହଜରେ ଠାବ କରାଯିବା ସହ ଚୋରି ସାମଗ୍ରୀ ଉଦ୍ଧାର ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଳିତ ପାଦକୁ ନେଇ ପୋଲିସର ତନଘନା; ନିଖୋଜ ଶିଶୁର ପାଦ ବୋଲି ଦାବି କଲେ ମହିଳା

ଯୋଡ଼ା, ୨୦।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ଟୋଲଗେଟ୍‌ ନିକଟସ୍ଥ ବସ୍ତି ପାଖରେ ପୋଲିସ ଜଣେ ୩ ବର୍ଷର ଶିଶୁର ଗଳିତ ପାଦ ରବିବାର...

୫ ନାଗାବାବାଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର,୨୬ା୬(ସୂର୍ଯ୍ୟକାନ୍ତ ବେହେରା): ମଞ୍ଚେଶ୍ବର ପୋଲିସ ୫ ସନ୍ଦିଗ୍ଧ ନାଗା ବାବାଙ୍କୁ ଅଟକ ରଖିଛି। ମଞ୍ଚେଶ୍ବର ଅଞ୍ଚଳରେ ବୁଲୁଥିବା ବେଳେ ସୋମବାର ଏହି ୫ ଜଣଙ୍କୁ ଉଠାଇ...

ସ୍ତ୍ରୀ, ପୁଅଙ୍କ ତଣ୍ଟିଚିପି ହତ୍ୟାକଲେ ସ୍ବାମୀ

ଭଦ୍ରକ,୨୪ା୭(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡ଼ିଆ ଠାରେ ଜଣେ ମଦ୍ୟପ ସ୍ବାମୀ ସ୍ତ୍ରୀ ଓ ପୁଅର ତଣ୍ଟି ଚିପି ହତ୍ୟା...

୩୦ବର୍ଷ ପରେ ପୁଣି ଆଖୁ ଚାଷ

ସିମୁଳିଆ,୧୮।୫ – ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଟି ପଞ୍ଚାୟତର ହରିସିଂହପୁର ଅଞ୍ଚଳରେ ପ୍ରାୟ ୩୦ବର୍ଷ ପରେ ପୁଣି ଆଖୁଚାଷ ଆରମ୍ଭ ହୋଇଛି। କୃଷି ବିଭାଗର...

ଅଂଶୁଘାତରେ ଛୁଆ ହାତୀର ମୃତ୍ୟୁ

ସଜନାଗଡ଼,୨୦।୫: ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରୁ ବନବିଭାଗ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରିଛି। ହାତୀର ବୟସ ୩ ବର୍ଷ ହେବ।...

ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ୍‌ ବିଭାଗ ଜୁନିୟର ଇଞ୍ଜିନିୟର

କଟକ ଅଫିସ,୨୨।୧୧: ଲାଞ୍ଚ ନେବାବେଳେ କଟକ ଗୋଡ଼ିସାହି ବିଦ୍ୟୁତ୍‌ ବିଭାଗ ଜୁନିୟର ଇଞ୍ଜିନିୟର ଭବାନୀ ଶଙ୍କର ମହାନ୍ତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମଙ୍ଗଳାବାଗର ବିଜୟ ପାତ୍ରଙ୍କଠାରୁ...

ତାଳସଜ ବେପାରରେ ଚଳୁଛି ପରିବାର

ସିମୁଳିଆ,୧୭।୫-ମହାମାରୀ କରୋନା ସମୟରେ କ୍ଷୁଦ୍ର ବ୍ୟବସାୟୀମାନେ ଜୀବିକା ହରାଇ ନିରାଶ ହୋଇପଡିଥିବା ବେଳେ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଗୌଡ଼ଦିଆ ଅଞ୍ଚଳର ୬୪ବର୍ଷୀୟ ବ୍ରଜ ଶିଅଳ...

କରୋନା ଚିକିତ୍ସା ଉପକରଣର କଳାବଜାର

ବାଲେଶ୍ୱର ଅଫିସ, ୧୭।୫-ବାଲେଶ୍ୱର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକମାନେ ଘରେ ରହି ଚିକିତ୍ସିତ ହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ...

Advertisement
Archives

Model This Week