ଧନୀଙ୍କ ପସନ୍ଦ ଦୁବାଇ

ଭୁବନେଶ୍ୱର,୧୮ା୭(ବ୍ୟୁରୋ):ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ପ୍ରମୁଖ ସହର ଦୁବାଇର ଦୃଢ଼ ଆର୍ଥିକ ବ୍ୟବସ୍ଥା, ଉଚ୍ଚତମ ଅଟ୍ଟାଳିକା, ଉନ୍ନତମାନର ଅନ୍ତଃରାଷ୍ଟ୍ରୀୟ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ, ସୌନ୍ଦର୍ଯ୍ୟଭରା ସମୁଦ୍ରକୂଳ, ବିକଶିତ ରାଷ୍ଟ୍ର ସହ ସମକକ୍ଷ ସାମାଜିକ ବିଧିବ୍ୟବସ୍ଥା ଗତ କିଛି ବର୍ଷ ହେଲା ଭାରତର ଧନିକ ଗୋଷ୍ଠୀକୁ ବେଶ୍‌ ଆକୃଷ୍ଟ କରିପାରିଛି। ବିଶେଷକରି ସୁନା ଓ ହୀରା ଅଳଙ୍କାର ବ୍ୟବସାୟ କ୍ଷେତ୍ରରେ ଦୁବାଇ ସାରା ବିଶ୍ୱରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ସେଠାରେ ବ୍ୟବସାୟ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବିଭିନ୍ନ ସୁବିଧା ମିଳିପାରୁଛି। ୨୦୦୪-୦୬ରେ ୟୁଏଇ ସରକାର ରିୟଲ ଇଷ୍ଟେଟ ବ୍ୟବସାୟରେ ବିଦେଶ ପୁଞ୍ଜି ନିବେଶକୁ ଅନୁମତି ପ୍ରଦାନ କରିଥିଲେ। ଆଉ ସେବେଠାରୁ ରିୟଲ୍‌ ଇଷ୍ଟେଟରେ ପୁଞ୍ଜି ନିବେଶ କରିବାପାଇଁ ଭାରତୀୟ ବେଶ୍‌ ଆଗ୍ରହ ପ୍ରକାଶ କରୁଛନ୍ତି। କାରଣ ଦୁବାଇ ସହରର ମୁଖ୍ୟ ସ୍ଥଳରେ ୧କକ୍ଷ ବିଶିଷ୍ଟ ଅତ୍ୟନ୍ତ ବିଳାସପୂର୍ଣ୍ଣ ଫ୍ଲାଟ ଭାରତୀୟ ମୁଦ୍ରା ୪୫ରୁ ୫୦ଲକ୍ଷ ମଧ୍ୟରେ ମିଳିଯାଇପାରୁଛି, ଯାହାକି ଭାରତର ମେଟ୍ରୋ ସହରରେ ମିଳୁଥିବା ଘର ମୂଲ୍ୟଠାରୁ ମଧ୍ୟ କମ୍‌। ରିୟଲ ଇଷ୍ଟେଟ ବ୍ୟବସାୟରେ କିପରି ପଶ୍ଚିମ ଏସୀୟ ରାଷ୍ଟ୍ରଗୁଡ଼ିକ ଅଧିକରୁ ଅଧିକ ପୁଞ୍ଜି ନିବେଶ କରିପାରିବେ ସେଥିପାଇଁ ଓଡ଼ିଶାରେ ମଧ୍ୟ ବିଭିନ୍ନ ବିଜ୍ଞାପନ ଓ ହୋର୍ଡିଂ ମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ଦୁବାଇକୁ ବୁଲିବାକୁ ଯିବାକୁ ମଧ୍ୟ ଭାରତୀୟଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ୨୦୧୮ରେ ୨ନିୟୁତରୁ ଊର୍ଦ୍ଧ୍ୱ ଭାରତୀୟ ସେଠାକୁ ଗସ୍ତ କରିଥିବା ଜଣାପଡ଼ିଛି। ଏପରି କି ଦୁବାଇର ମୋଟ ଜନସଂଖ୍ୟାର ୩୫ପ୍ରତିଶତ କେବଳ ଭାରତୀୟ ଅଟନ୍ତି। ମିଳିଥିବା ତଥ୍ୟ ଅନୁସାରେ ୨୦୧୩ରୁ ୨୦୧୭ ମଧ୍ୟରେ ୧,୩୮୭ ଭାରତୀୟ ନାଗରିକ ୟୁଏଇରେ ରିୟଲ ଇଷ୍ଟେଟରେ ପୁଞ୍ଜି ନିବେଶ କରିଛିନ୍ତି। ସେଠାରେ ଭାରତୀୟଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ଦେଢ଼ ହଜାର କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ୟୁଏଇରେ ଆୟକର ବ୍ୟବସ୍ଥା ନାହିଁ। ସେଥିପାଇଁ ସେଠାରେ ଚାକିରି ଓ ବ୍ୟବସାୟ କରିବା ପାଇଁ ସାରା ବିଶ୍ୱରୁ ଲୋକେ ଆଗ୍ରହ ଦେଖାଉଛନ୍ତି। ଏକ୍ଷେତ୍ରରେ ଭାରତ, ପାକିସ୍ତାନ, ବାଂଲାଦେଶର ନାଗରିକଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ। ବିଶେଷକରି ପୁଞ୍ଜି ନିବେଶ କରିଥିବା ଭାରତୀୟଙ୍କ ମଧ୍ୟରେ ଅଧିକାଂଶ ବ୍ୟବସାୟୀ, ସିନେ ଜଗତ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ। ସେମାନେ ଆୟକର ଛାଡ଼ କିମ୍ବା କଳାଧନକୁ ଲୁଚାଇବା ପାଇଁ ୟୁଏଇକୁ ସୁରକ୍ଷିତ ସ୍ଥାନ ମଣୁଛନ୍ତି। ଏପରି କି ଦୈନିକ ୧ନିୟୁତ ଡଲାର ଭାରତୀୟ ମୁଦ୍ରା ଦୁବାଇକୁ ଯାଉଥିବା ଜଣାପଡ଼ିଛି। କିନ୍ତୁ ଭାରତୀୟମାନେ ଦୁବାଇରେ କରୁଥିବା କାରବାର ସମ୍ପର୍କରେ ଏବେ ଭାରତର ଆୟକର ବିଭାଗ ନଜର ରଖିବା ଆରମ୍ଭ କଲାଣି। ୨୦୧୮ରେ ପ୍ରାୟ ୭,୫୦୦ ଭାରତୀୟ ଦୁବାଇରେ ସମ୍ପତ୍ତି କ୍ରୟ କରିଥିବା ଭାରତୀୟ ଆୟକର ବିଭାଗ ପକ୍ଷରୁ ଜଣାପଡ଼ିଛି।
ଦୁବାଇରେ ରିୟଲ ଇଷ୍ଟେଟ, ସୁନା, ହୋଟେଲ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ଭାରତୀୟଙ୍କ ବିପୁଳ ପୁଞ୍ଜି ନିବେଶ ରହିଥିବାବେଳେ ସେଠାକୁ ଯିବା ପାଇଁ ଉତ୍ତମ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି। ଏଭଳି କ୍ଷେତ୍ରରେ ଓଡ଼ିଶା ସରକାର ଦୁବାଇକୁ ସିଧା ବିମାନ ସେବା ପାଇଁ ମଧ୍ୟ ଆଗ୍ରହ ଦେଖାଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି। ସିଧାସଳଖ ବିମାନ ସେବା ଦ୍ୱାରା ଓଡ଼ିଶା ଶିଳ୍ପର ବିକାଶ ସେଭଳି କିଛି ହେବା ଭଳି ମନେ ହେଉନାହିଁ। କାରଣ ଏଠାରୁ ଲୋକମାନେ ଦୁବାଇ ଗସ୍ତ କରୁଛନ୍ତି ହେଲେ ସେଠାକାର ଲୋକ ସେହିଭଳି ଏଠାକୁ ଆସୁ ନ ଥିବାରୁ ପର୍ଯ୍ୟଟନ ଶିଳ୍ପର ମଧ୍ୟ ଉନ୍ନତି ହେବ ନାହିଁ। ଅପରପକ୍ଷରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କିଛି ବର୍ଷ ହେଲା ସୁନା ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସାଧାରଣରେ ଏହି ଧାରଣା ସୃଷ୍ଟି ହେଉଛି ଯେ, ଦୁବାଇକୁ ଯଦି ସିଧା ବିମାନ ସେବା ଉପଲବ୍ଧ ହେବ ତେବେ ସେଠାରେ ରିୟଲ୍‌ ଇଷ୍ଟେଟ ଓ ଅନ୍ୟ କେତେକ କାରବାରରେ କଳାଧନ ନିୟୋଜନର ପର୍ଯ୍ୟାପ୍ତ ସୁଯୋଗକୁ ଅଧିକ ସହାୟକ ହେବ। ଏପରି କି ବିଦେଶରୁ ଓଡ଼ିଶାକୁ ବେଆଇନ ସୁନା ଆମଦାନୀ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri