ଦ୍ୱିତୀୟ ଦିନରେ ବି ଖୋଲିଲାନି ତାଲା, ଗଛ ମୂଳେ ପାଠ ପଢିଲେ ଛାତ୍ରୀଛାତ୍ର

ତଳଗାଁ,୨୫।୭(ଡି.ଏନ.ଏ) ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଗଣ୍ଡାପାଜୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ବେହେରାଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦରେ ଅଭିଭାବକମାନେ ସ୍କୁଲରେ ପକାଇଥିବା ତାଲା ବନ୍ଦ ଆନ୍ଦୋଳନ ବୁଧବାର ଦ୍ୱିତୀୟ ଦିବସରେ ପହଞ୍ଚିଛି । ଛାତ୍ରୀଛାତ୍ର ସ୍କୁଲକୁ ଆସିଥିବାବେଳେ ତାଲା ଖୋଲାଯାଇ ନ ଥିବାରୁ ଗଛମୂଳରେ ବସିପାଠ ପଢିଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ବେହେରାଙ୍କୁ ଅନ୍ୟତ୍ର ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ରାଧାନଗର ବିଦ୍ୟାଳୟର ଶିକ୍ଷୟିତ୍ରୀ ମମତା ମଙ୍ଗରାଜଙ୍କୁ ଗଣ୍ଡାାଜୁ ସ୍କୁଲକୁ ବଦଳି ହୋଇଛି । ଗତ ସୋମବାର ବଦଳି ଆଦେଶ ଅନୁସାରେ ଶିକ୍ଷୟିତ୍ରୀ ମଙ୍ଗରାଜ ଗଣ୍ଡାପାଜୁ ବିଦ୍ୟାଳୟରେ ଯୋଗ ଦେବାକୁ ଯାଇଥିଲେ । କିନ୍ତୁ ଅଭିଭାବକ ଓ ବିଦ୍ୟାଳୟ କମିଟି ଶିକ୍ଷକ ବେହରାଙ୍କୁ ପୁନଃ ନିଯୁକ୍ତି ଦାବି କରି ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ ା ପୁନର୍ବାର ମଙ୍ଗଳବାର ବିଦ୍ୟାଳୟକୁ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ଓ ବଦଳି ହୋଇ ଆସିଥିବା ଶିକ୍ଷୟିତ୍ରୀ ପହଞ୍ଚିଥିଲେ । କିନ୍ତୁ ଅଭିଭାବକ ଓ ବିଦ୍ୟାଳୟ କମିଟି ବିରୋଧ କରି ବିଦ୍ୟାଳୟ ଫାଟକ ଆଗରେ ବସି ରହିଥିଲେ । ବିଦ୍ୟାଳୟ କମିଟିକୁ ବୁଝାଶୁଝା କରିବା ପାଇଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧିରେନ୍ଦ୍ର ବେହେରା ପହଞ୍ଚିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ଥିଲା । ଏପଟେ ଶିକ୍ଷୟିତ୍ରୀ ଶିକ୍ଷକ ମାନେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ନିକଟସ୍ଥ ଗଛମୂଳରେ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫିଦିନିଅଁ। ରାସ୍‌ତା ଦାବି କଲେ ପରୁଆପଡ଼ାବାସୀ

ଲୋଇସିଂହା,୯।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ପଁଚେତ୍‌ ଅଧୀନ ପରୁଆପଡ଼ାକେ ଫିଦିନିଅଁ। ରାସ୍‌ତା ଖଁଡ଼େ ନଁ। ଇଁନ। ବରଷା ଦିନେ ପଡ଼ାବାସୀ ଯିବାର ଆଏବାର...

ବନ୍ୟପ୍ରାଣୀ ଶିକାର କରି ଆଣୁଥିଲେ, ପଡ଼ିଲେ ଧରା

ଜମନକିରା,୫ା୫(ଡି.ଏନ୍‌.ଏ.): ବାମରା ବନ୍ୟପ୍ରାଣୀ ବନାଞ୍ଚଳ ବଡ଼ରମା ରେଞ୍ଜ ଟିକିବା ପଞ୍ଚାୟତ ଅନ୍ତର୍ଗତ ବଡଖଲିଆ ଗାଁରେ ଗୁରୁବାର ବନ କର୍ମଚାରୀ ଚଢ଼ାଉ କରି ଚଉଶିଙ୍ଗାର ମୁଣ୍ଡ, ଚମଡ଼ା...

କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରିବା ଘଟଣା: ପାଟଣାଗଡ଼ ବିଧାୟକଙ୍କ ପାଇଁ ଅଡୁଆ ବଢ଼ିଲା

ବଲାଙ୍ଗିର ଅଫିସ/ଭୁବନେଶ୍ୱର, ୮ା୬(ବ୍ୟୁରୋ): ନିମ୍ନମାନର ରାସ୍ତା କାମ ପାଇଁ ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର ଗତ ୫ତାରିଖରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସମ୍ମୁଖରେ...

ଉଦ୍ଧବକୁଁ ସାହାଯ୍‌ର ହାତ ବଢ଼ାଲା ପରଶାସନ

ଲାଠୋର, ୨୨ା୬ (ଡି.ଏନ୍‌.ଏ) :  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଁଚେତ୍‌ ଅଧୀନ କହ୍ନେଇଛାପର ଖଇରାପଡ଼ାର ପକ୍ଷାଘାତ ରୁଗୀ ଉଦ୍ଧବ ଭୋଇ(୫୨)କୁଁ ବ୍ଲକ ପରଶାସନ...

ଭିମ୍‌ସାର ଡାକ୍ତର କରୋନାରେ ଆକ୍ରାନ୍ତ

ସମ୍ବଲପୁର, ୧୩।୭ (ବ୍ୟୁରୋ) -ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ର ଜଣେ ପିଜି ଡାକ୍ତର କରୋନା...

ହୀରାକୁଦ ଜଳଭଣ୍ଡାରର ୧୮ଗେଟ୍‌ରେ ଜଳ ନିଷ୍କାସନ: ତଳ ମୁଣ୍ଡରେ ବିପଦ ଆଶଙ୍କା

ସମ୍ବଲପୁର,୧୫।୯(ବ୍ୟୁରୋ): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଏହାର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା...

୨ଦିନ ହେଲା ଖାଇବା ଛାଡିଦେଇଛି ଦନ୍ତା

ସମ୍ବଲପୁର,୨୧ା୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ୍‌ ଅନ୍ତର୍ଗତ ସାପଲହରା ଗ୍ରାମ ପୋଖରୀରେ ୫ ଦିନ ହେଲା ଏକ ଆହତ ଦନ୍ତା ମୃତ୍ୟୁ ସହ ସଂଗ୍ରାମ କରୁଛି।...

ଋତୁ ଶାଗ୍‌ କୁଲେରର ଚାହିଦା କାହିଁରେ କେତେ

ପଦ୍ମପୁର, ୨୪।୪ (ଡି.ଏନ.ଏ)-  ପଶ୍ଚିମ ଓଡ଼ିଶାର ଅନେକ ଜିଲା ଆଦିବାସୀ ବହୁଲ। ଇଠାନେ ଭିନେ ଭିନେ ସମିଆରେ ଅନେକ କିସମର ସାଗ୍‌, ଫଲମୂଲ, କଁଦା ଖାଏବାକେ...

Advertisement
Archives

Model This Week