Posted inଫୁରସତ

ଦେଶ ବିଦେଶରୁ ଏଠାରୁ ବର କିଣିବାକୁ ଆସନ୍ତି ଅଭିଭାବକ

ପରିବା ହାଟ କଥା ସମସ୍ତେ ଜାଣିଥିବେ। ହେଲେ ବରଙ୍କ ହାଟକଥା ଶୁଣିଲେ ଟିକେ ଅଡୁଆ ଲାଗୁଥାଇପାରେ କିନ୍ତୁ ଏହା ସତ। ଏହା ଆଉ କେଉଁଠି ନୁହେଁ ବିହାରର ମଧୁବନି ଜିଲାରେ ଲାଗିଥାଏ। ଏଠାରେ ଥିବା ମୈଥିଳି ବ୍ରାହ୍ମଣ ପରିବାରର ପୁଅଙ୍କୁ ବର ବେଶରେ ସଜାଇ ସେମାନଙ୍କ ଭାଗ୍ୟ ପରୀକ୍ଷା କରାଯାଇଥାଏ। ୯ ଦିନ ଧରି ଚାଲୁଥିବା ଏହି ମେଳାରେ ବହୁ ସଂଖ୍ୟାରେ ବରପାତ୍ର ଯୋଗ ଦେଇଥାଆନ୍ତି। ସୌରଥସଭା ନାଁରେ ପ୍ରସିଦ୍ଧ ଏହି ମେଳା ଜ୍ୟେଷ୍ଠ-ଆଷାଢ ମାସ ମଧ୍ୟରେ ଅନୁଷ୍ଠିତ ହୋଇଥାଏ। ଆଉ ଏମାନଙ୍କୁ ବିବାହ କରିବା ଲାଗି କନ୍ୟା ଘରର ଲୋକେ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଏଠାକୁ ଧାଇଁ ଆସିଥାଆନ୍ତି। ଏଠାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି ସ୍ଥାନୀୟ ଜ୍ୟୋତିଷ। କଥାହେଲା କନ୍ୟା ଘରର ଲୋକେ ଯେଉଁ ବରପାତ୍ରକୁ ପସନ୍ଦ କରନ୍ତି ତାଙ୍କର ୭ ପୀଢି ଓ କନ୍ୟା ଘରର ସାତ ପୀଢିର ହିସାବ ମାଗି ଥାଆନ୍ତି ଜ୍ୟୋତିଷ। ଯେମିତି ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ନ ଥାଏ। ଯଦି କୌଣସି ସମ୍ପର୍କ ମିଳିଥାଏ ତେବେ ସେହି ବରପାତ୍ରକୁ ପସନ୍ଦ କରିଥିବା କନ୍ୟାଘର ଲୋକେ ନିଜ କନ୍ୟାକୁ ସେଠାରେ ବିବାହ ଦେଇ ପାରନ୍ତି ନାହିଁ। ଜ୍ୟୋତିଷଙ୍କ ମତରେ ଉଭୟଙ୍କ ମଧ୍ୟରେ ଯଦି ପୂର୍ବରୁ ସମ୍ପର୍କ ରହିଥିବ ତେବେ ରକ୍ତ ସମାନ ହୋଇଯିବ ଯାହା ଦମ୍ପତିଙ୍କ ପାଇଁ ଭଲ ନୁହେଁ ବୋଲି କୁହନ୍ତି। ବର ହାଟ ବସିବାର ପରମ୍ପରା ପ୍ରାୟ ୭ଶହ ବର୍ଷ ପୂର୍ବର ହୋଇଥିବା ବେଳେ ୧୯୭୧ରେ ଏଠାରେ ପ୍ରାୟ୧.୫ ଲକ୍ଷ ବରଙ୍କର ବିବାହ ହୋଇଥିବା କୁହାଯାଏ। ଏବେ କିନ୍ତୁ ଏହି ସଂଖ୍ୟା କମି ଯାଇଥିବା କୁହନ୍ତି ସ୍ଥାନୀୟ ଲୋକେ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?