ଦେଶୀ ଆମ୍ବ ଏବେ ଅଲୋଡ଼ା

କେନ୍ଦୁଝର,୨୮।୫(ସ୍ବ.ପ୍ର.)-ଏକଦା କେନ୍ଦୁଝର ଜିଲାର ଦେଶୀ ଆମ୍ବର ଅଧିକ ଚାହିଦା ରହିଥିଲା। ଆଦିବାସୀମାନେ ବଣ ପାହାଡ଼ ବୁଲି ଏହାକୁ ସଂଗ୍ରହ କରୁଥିଲେ। ଏଣୁ ଜିଲାରୁ ଦେଶୀ ଆମ୍ବ ବାହାର ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଉଥିଲା । ଏବେ କଳମୀ ବା ହାଇବ୍ରିଡ ଆମ୍ବ ଚାଷ ଯୋଗୁ ଦେଶୀ ଆମ୍ବର ଚାହିଦା କମିବାରେ ଲାଗିଛି। ଆଉ ଆଗ ଭଳି ହାଟ ବଜାରରେ ଦେଶୀ ଆମ୍ବର ପସରା ଦେଖିବାକୁ ମିଳୁ ନାହିଁ ା ଅନ୍ୟପକ୍ଷେ ଦେଶୀ ଆମ୍ବ ଗଛ ସଂଖ୍ୟା ମଧ୍ୟ କମି ଗଲାଣି।
ଜିଲାର ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ସଦର, ଘଟଗାଁ ଆଦି ବ୍ଲକ ଅଞ୍ଚଳରେ ସମ୍ପ୍ରତି ଅଧିକ ପରିମାଣରେ କଲମୀ ଆମ୍ବ ଚାଷ କରାଯାଉଛି। ଉଦ୍ୟାନ ବିଭାଗ ପ୍ରୋତ୍ସାହନରେ ଚାଷୀମାନେ ଆମ୍ବ ବଗିଚା କରି ଲାଭବାନ ହେଉଛନ୍ତି। ହାଟ ବଜାରରେ ଦେଶୀ ଆମ୍ବ ଜାଗାରେ ଅଧିକ କଳମୀ ଆମ୍ବ ବିକ୍ରି ହେଉଛି। ଏ ସମ୍ପର୍କରେ କୃଷକ ନେତା କୀତ୍ତର୍ର୍ନ ବିହାରୀ ଜେନା କହିଛନ୍ତି, କେନ୍ଦୁଝର ଜିଲାରେ ପ୍ରଚୁର ଆମ୍ବ ଉତ୍ପାଦନ ହେଉଥିଲେ ମଧ୍ୟ ଏଥିଲାଗି ଉପଯୁକ୍ତ ବଜାର ଓ ସଂରକ୍ଷଣ ବ୍ୟବସ୍ଥା ସୃଷ୍ଟି କରାଯାଉ ନାହିଁ । ଆମ୍ବ ସାଇତି ରଖିବା ସକାଶେ ଶୀତଳ ଭଣ୍ଡାର ନ ଥିବାରୁ ଚାଷୀମାନେ ବେପାରୀଙ୍କୁ ଆମ୍ବ ବିକି ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି। ଏଭଳି କାରଣରୁ ଆମ୍ବଚାଷୀମାନେ ଆମ୍ବ ବଗିଚାକୁ ବେପାରୀମାନଙ୍କୁ ମଧ୍ୟ କମ ମୂଲ୍ୟରେ ଲିଜ ଦେଉଥିବା କହିଛନ୍ତି। ଅନ୍ୟପକ୍ଷେ ବଣ ପାହାଡ ବୁଲି ଦେଶୀ ଆମ୍ବ ଓ ଅନ୍ୟ ଫଳ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଉଥିବା ଆଦିବାସୀଙ୍କ ଜୀବନ ଜୀବିକା ଅଧିକ ପ୍ରଭାବିତ ହେଉଛି। ପାରମ୍ପରିକ ବୃତ୍ତିକୁ ନେଇ ବଞ୍ଚୁଥିବା ଅନେକ ଆଦିବାସୀ ଏବେ ମଧ୍ୟ ବହୁ ଦୂରରୁ ଆମ୍ବ ଓ ଅନ୍ୟଫଳର ବୋଝ ମୁଣ୍ଡାଇ ଚାଲି ଚାଲି ଆସି ହାଟବଜାର ଓ ରସ୍ତାକଡ଼ରେ ବସି ବିକୁଥିବା ଦେଖିବାକୁ ମିଳୁଛି। କିନ୍ତୁ ସେମାନେ ଉଚିତ ମୂଲ୍ୟ ପାଉ ନ ଥିବାରୁ ପାରମ୍ପରିକ ଜୀବିକାଠାରୁ କ୍ରମେ ଦୂରେଇ ଯାଉଥିବା ପରିବେଶବିତ୍‌ ଡକ୍ଟର ବିମ୍ବାଧର ବେହେରା ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

କର୍କଟ ରାଶିରେ ଏକାଠି ହେବେ ୩ ବଡ଼ ଗ୍ରହ: ୪ ରାଶିଙ୍କ କ୍ୟାରିୟରରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ କୋଟିକୋଟି ଟଙ୍କା!

ଭୁବନେଶ୍ୱର,୨୨।୯: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ତିନିଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କରନ୍ତି, ସେତେବେଳେ ତ୍ରିଗ୍ରହୀ ଯୋଗ ଗଠିତ ହୁଏ। ଆସନ୍ତା ଅକ୍ଟୋବର ୪ରେ…

ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ: ଏହି ୭ ଜିଲାରେ ଭୀଷଣ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୨।୯: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?