Posted inଜାତୀୟ

‘ଦେଶରେ ଚାଲିଛି ଏକଛତ୍ରବାଦ ଶାସନ’

ନୂଆଦିଲ୍ଲୀ,୫।୮: ସାରା ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ବିରୋଧରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି। କଂଗ୍ରେସ ନେତାମାନେ ଦିଲ୍ଲୀ ସମେତ ସାରା ଦେଶରେ ବିରୋଧ କରୁଛନ୍ତି। ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖିରେ ସେଠାରେ ୧୪୪ ଧାରା ଜାରି କରାଯାଇଛି। ଏସବୁ ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଖବରଦାତା ସମ୍ମିଳନୀ କରି ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ କହିଛନ୍ତି,ଆଜି ଦେଶରେ କୌଣସି ଗଣତନ୍ତ୍ର ନାହିଁ। ଏକଛତ୍ରବାଦୀ ଶାସନ ଚାଲିଛି। ଆମେ ମୁଦ୍ରାସ୍ଫୀତି, ବେକାରୀ ପ୍ରସଙ୍ଗ ଉଠାଇବାକୁ ଚାହୁଁଛୁ କିନ୍ତୁ ଏଥିପାଇଁ ଅନୁମତି ନାହିଁ। ସଂସଦରେ କୌଣସି ଆଲୋଚନା ହୋଇନାହିଁ। ଆମକୁ ପୋଲିସ ପକ୍ଷରୁ ଅଟକ ରଖାଯାଉଛି। ଗିରଫ କରାଯାଇଛି । ଆଜି ଏହା ହେଉଛି ଭାରତର ଅବସ୍ଥା। ୭୦ ବର୍ଷର ଗଣତନ୍ତ୍ର ୮ ବର୍ଷରେ ଶେଷ ହୋଇଛି। ଏହାର ପରିଣାମ ଭୋଗିବାକୁ ପଡିବ। ଭାରତବାସୀ ଚୁପ ରହିବେ ନାହିଁ। ବିଭିନ୍ନ ଅନୁଷ୍ଠାନ ନିଜ ନିୟନ୍ତ୍ରଣକୁ ନେଇ ହିଟଲର ମଧ୍ୟ ନିର୍ବାଚନ ଜିତିଛନ୍ତି।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି, ଦେଶରେ ଇଡି ଆତଙ୍କର ପରିବେଶ ରହିଛି। ଆଜି ଯଦି ଆମେ ଚୁପ ରହିବା, ଇତିହାସ ଆମକୁ କ୍ଷମା କରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ହିମନ୍ତ

ଗୁଆହାଟୀ,୨୮।୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଉପ ରାଜ୍ୟପାଳଙ୍କୁ ଗୁଆହାଟୀ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଏପ୍ରିଲ ୧୪ରେ...

ବିଦ୍ରୋହର ପୁରସ୍କାର, ସିନ୍ଧେଙ୍କୁ ମିଳିପାରେ ଉପମୁଖ୍ୟମନ୍ତ୍ରୀ ପଦ…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଏବେ ରାଜ୍ୟରେ ଭାଜପା ପକ୍ଷରୁ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ...

ମୋଦିଙ୍କୁ ଭାଇ ସମ୍ବୋଧନ କରି ରାକ୍ଷୀ ବାନ୍ଧିଲେ ମୁସଲମାନ ମହିଳା, ଏଥିପାଇଁ କଲେ ଧନ୍ୟବାଦ

ବାରଣାସୀ,୩୧।୭: ଆଜିକୁ ଠିକ୍‌ ଏକ ବର୍ଷ ପୂର୍ବେ କେନ୍ଦ୍ର ସରକାର ତିନ୍‌ ତଲାକ ଭଳି କୁପ୍ରଥାକୁ ହଟାଇ ଦେଇଥିଲେ। ଏହି ସ୍ମରଣୀୟ ଦିନକୁ ମନେପକାଇ ଶୁକ୍ରବାର...

‘ସନାତନକୁ ଶେଷ କରିବାକୁ ଗଠନ ହୋଇଛି ଇଣ୍ଡିଆ’, ବିରୋଧୀ ମେଣ୍ଟକୁ ମୋଦିଙ୍କ ଟାର୍ଗେଟ

ଭୋପାଳ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟକୁ ୬୦,୦୦୦ କୋଟି ଟଙ୍କା ମୂଲ୍ୟର ଅନେକ ବଡ ଉପହାର...

କମଲନାଥଙ୍କ ଉପରେ ବର୍ଷିଲେ ଶିବରାଜ କହିଲେ କଂଗ୍ରେସରେ ଭରି ରହିଛି ଅହଂକାର

ଇନ୍ଦୋର,୧୯ ।୧୦: ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ରାଜ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବୟାନକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ...

ହାଜତରେ ମହିଳାଙ୍କ ମୃତ୍ୟୁ

ଅହମଦାବାଦ,୧୭।୨: ଗୁଜରାଟର ବାଲସାଦ ଜିଲାରେ ବିଦେଶୀ ମଦ ଚୋରା ଚାଲାଣ ବେଳେ ଗିରଫ ହୋଇଥିବା ଜଣେ ୭୦ ବର୍ଷୀୟ ମହିଳାଙ୍କର ଭାପି ଥାନାରେ ମୃତ୍ୟୁ ଘଟିଛି।...

‘ଚାଇନାକୁ ବହୁମୂଲ୍ୟ ଦେବାକୁ ପଡ଼ିବ’

ନୂଆଦିଲ୍ଲୀ,୨୮ା୬: ଭାରତୀୟ ଭୂଖଣ୍ଡର ପୂର୍ବ ଲଦାଖ ଅଞ୍ଚଳରେ ଚାଇନାର ଆକ୍ରମଣାତ୍ମକ ସୈନ୍ୟ ଦୁଃସାହସ ଯୋଗୁ ବହୁମୂଲ୍ୟ ଦେବାକୁ ପଡ଼ିବ ଓ ବିଶ୍ୱରେ ଏକଘରକିଆ ହୋଇଯିବ ବୋଲି...

୨୦୨୪ ନିର୍ବାଚନରେ ଏସପି ସମସ୍ତ ୮୦ ଆସନ ଜିତିବ: ଅଖିଳେଶ…

ଲକ୍ଷ୍ନୌ,୧୧।୬ : ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ୨୦୨୪ ଲୋକସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ବିରୋଧୀ...

Advertisement
Archives

Model This Week