ଦୁର୍ନୀତିରେ ପରଜଙ୍ଗ ବ୍ଲକ ଜିଲାରେ ପ୍ରଥମ

ପରଜଙ୍ଗ,୨।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲାର ପରଜଙ୍ଗ ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ଆଣିଛି ଭାଜପା। ଏହାର ପ୍ରତିବାଦରେ ଆଗାମୀ ଦିନରେ ବ୍ଲକ ଘେରାଉ କରାଯିବ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶନିବାର ସ୍ଥାନୀୟ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ମଣ୍ଡଳସ୍ତରୀୟ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଦଳୀୟ ନେତୃବୃନ୍ଦ।
ଦୁର୍ନୀତିମୂଳକ କାର୍ଯ୍ୟକଳାପକୁ ସମୀକ୍ଷା କଲେ ପରଜଙ୍ଗ ଜିଲାରେ ପ୍ରଥମ ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଛି। ଯୋଗ୍ୟ ହିତାଧିକାରୀଙ୍କ ପରିବର୍ତ୍ତେ ଆର୍ଥିକ ସ୍ବଚ୍ଛଳ ପରିବାରକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଜିଆରଏସ୍‌ମାନେ ଅଣଶ୍ରମିକଙ୍କୁ ଶ୍ରମଜୀବୀ ଦର୍ଶାଇ ବ୍ୟାପକ ଅର୍ଥ ହେର୍‌ଫେର କରୁଛନ୍ତି। ଗାଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ବିଦ୍ୟୁତ୍‌ ସେବା ପ୍ରଦାନରେ ପ୍ରଶାସନ ବିଫଳ ହୋଇଛି। କନ୍ତରୁ ପଞ୍ଚାୟତରେ ଅବିବାହିତଙ୍କୁ ବିବାହିତା ଦର୍ଶାଇ ରାସନ କାର୍ଡ ଦିଆଯାଇଛି। ଧାନକିଣା, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ବ୍ୟାପକ ଅନିୟମିତତା ହେଉଛି। କୁଆଳୋ, କଲଦା, ପିତିରି, କଙ୍କଡାସୋଡ଼ା, ଆମ୍ବପଳାସ ଗ୍ରାମରେ ଉଠାଜଳସେଚନ ପ୍ରକଳ୍ପ ପାଣିର ଗାର ପାଲଟିଛି। ରେଙ୍ଗାଳି ବାମ କେନାଲରେ ନିର୍ମିତ ବୃହତ ଉଠା ଜଳସେଚନ ପଏଣ୍ଟ ଅଚଳ ହୋଇପଡ଼ିଛି। ହାତୀ ଉପଦ୍ରବ ଚରମ ସୀମାରେ ପହଞ୍ଚତ୍ଛି। ଏ ନେଇ ଅଭିଯୋଗ କରିବା ସତ୍ତ୍ୱେ ବ୍ଲକ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ଥିବା ଭାଜପା ନେତାମାନେ କହିଛନ୍ତି। ଏହାର ପ୍ରତିବାଦରେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସେହିପରି କୁଆଲୋ-ବଡ଼ଝରା କେନାଲ ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର, ପ୍ରସ୍ତାବିତ ପରଜଙ୍ଗ ଏନ୍‌ଏସିରେ ମୁଣ୍ଡେଇଲା ପଞ୍ଚୟତକୁ ସାମିଲ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।
ଖବରଦାତା ସମ୍ମିଳନୀରେ ପୂର୍ବତନ ଜିଲା ସଭାପତି ବିଭୂତି ପ୍ରଧାନ, ଦୁର୍ଗାପ୍ରସାଦ ସାହୁ, ଦୟାନିଧି ସାହୁ, ରମେଶ ସାହୁ, ଲଷ୍ମୀଧର ସାହୁ, ଦୁର୍ଗାଚରଣ ନାୟକ, ରବିନାରାୟଣ ଜେନା, ଜଗନ୍ନାଥ ଗଡ଼ନାୟକ, କମଳଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଜୁରି ଗ୍ରାମରେ ଭାଜପାର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଢେଙ୍କାନାଳ,୩।୩(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ମଙ୍ଗଳପୁର ପଞ୍ଚାୟତ ମଜୁରି ଗ୍ରାମର ଜଳନ୍ଧର ସାହୁଙ୍କ ଝିଅ ତଥା କଲେଜ ଛାତ୍ରୀ ଜସ୍ମିନ ସାହୁଙ୍କ ହତ୍ୟା...

ନିର୍ବାଚନରେ ବିଜୟ ପାଇଁ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଢେଙ୍କାନାଳ,୪।୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଭାଜପାର ନିର୍ବାଚନ ପରିଚାଳନା କମିଟି ବୈଠକ ଜିଲା କାର୍ଯ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାଜପାର...

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ବରିଷ୍ଠ ନେତାଙ୍କୁ ବାହାର କଲା ବିଜେଡି

ଢେଙ୍କାନାଳ,୨୮ା୨: ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବିଜୁ ଜନତା ଦଳ (ବିଜେଡି) ବୁଧବାର ଢେଙ୍କାନାଳ ଜିଲାର କଙ୍କଡାହାଡାର ପୂର୍ବତନ ବ୍ଲକ ଚେୟାରମ୍ୟାନ୍ କାର୍ତ୍ତିକ ସାହୁଙ୍କୁ ବହିଷ୍କାର...

ବିଜେଡି ଛାଡ଼ିଲେ ପୂର୍ବତନ ନଗରପାଳ

ଢେଙ୍କାନାଳ,୨୮।୨(ରତନ ନାୟାର): ଢେଙ୍କାନାଳ ପୌରସଂସ୍ଥାର ପୂର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ(ନବୀନ) ମଙ୍ଗଳବାର ବିଜୁ ଜନତା ଦଳ ଛାଡ଼ିଛନ୍ତି। ସେ ରାଜ୍ୟ ବିଜେଡି ସଭାପତି ତଥା...

ଢେଙ୍କାନାଳରେ କଲରାପତରିଆଙ୍କ ସଂଖ୍ୟା ବଢୁଛି

ଢେଙ୍କାନାଳ,୨୮।୨(ରତନ ନାୟାର): ଢେଙ୍କାନାଳ ଜିଲାରେ କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାରେ ପ୍ରାୟ ୧୦ଟି କଲରାପତରିଆ ବାଘ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଶେଷ...

ଚା’ ଖଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପରଜଙ୍ଗ,୨୪।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଆଲୋ ପଞ୍ଚାୟତ ପରମହଂସପୁର ଛକରେ ଥିବା ଏକ ଚା’ ଦୋକାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ସମୟ...

ବିବାହ ପରେ କିନ୍ନରଙ୍କୁ ପ୍ରତାରଣା ଅଭିଯୋଗ

କାମାକ୍ଷାନଗର,୨୪।୨(ସୁଧୀର ପରିଡ଼ା): କିନ୍ନରଙ୍କୁ ପ୍ରେମ ବିବାହ ପରେ ଜଣେ ଯୁବକ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ କିନ୍ନର ଶୁକ୍ରବାର ଢେଙ୍କାନାଳ ଜିଲା...

ଶ୍ୱଶୁର ଘର ଜାଳିଦେଲେ ଜ୍ୱାଇଁ

କାମାକ୍ଷାନଗର,୨୩।୨(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୂଆଁ ଆଳତୁମା ଗାଁରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଶ୍ୱଶୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri