Posted inଭଦ୍ରକ

ଦୁର୍ଦ୍ଦିନରେ ଦିବାକରଙ୍କ ପରିବାର

ତିହିଡ଼ି, ୮।୧୨(ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ଗ୍ରାମର ପାଲାଗାୟକ ଦିବାକର ଜେନାଙ୍କ ପରିବାର ଦୟନୀୟ ଜୀବନ ବିତାଉଛନ୍ତି। ଘରର ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନ ଥିବାବେଳେ ରାଶନ କାର୍ଡ ହିଁ ତାଙ୍କ ପରିବାର ପାଇଁ ଏକମାତ୍ର ଭରସା। ସେହିପରି ବିଭିନ୍ନ ସମୟରେ ତିହିଡ଼ି ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଦିବାକରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିପାରି ନାହିଁ। ଘର ଚାଳ ଛପର କରିବାକୁ ତାଙ୍କର ସାମର୍ଥ୍ୟ ନ ଥିବାରୁ ପଲିଥିନ ଢାଙ୍କି ପରିବାର ରହୁଛନ୍ତି। ଚାଳଛପର ଘର ଖଣ୍ଡିଏକୁ ଛାଡ଼ି ଦେଲେ ଜମିବାଡ଼ି ସେମିତି କିଛି ନାହିଁ। ଦୁର୍ଦ୍ଦିନରେ ତାଙ୍କ ଅସହାୟ ପରିବାର ଜୀବନ ବିତାଉଥିବାବେଳେ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡୁ ନ ଥିବା ସେ ପ୍ରକାଶ କରିଛନ୍ତି।
ଦିବାକର କହନ୍ତି, ଦୀର୍ଘ ୨୦ବର୍ଷ ଧରି ସେ ବିଭିନ୍ନ ସ୍ଥାନରେ ପାଲା ପରିବେଷଣ କରିଆସୁଛନ୍ତି। ପ୍ରଥମେ ପାଳିଆ ଭାବେ ତାଙ୍କର କଳାକାର ଜୀବନ ଆରମ୍ଭ ହୋଇଥିଲା। ପରେ ସେ ଗାୟକ କଳା ହାସଲ କରି କେତେଜଣ ସହଯୋଗୀଙ୍କୁ ନେଇ ପାଲା ଗାଇବା ଆରମ୍ଭ କରିଥିଲେ। ବର୍ତ୍ତମାନ ସମୟରେ ପାଲାର ଆଦର କମିଯାଇଥିବାରୁ ତାଙ୍କୁ ସେମିତି ଆଉ ପାଲା ଗାଇବାକୁ ସୁଯୋଗ ମିଳୁନି। ଫଳରେ ତାଙ୍କର ରୋଜଗାରର ପନ୍ଥା ଏକପ୍ରକାର ବନ୍ଦ ହୋଇଯାଇଛି। ଦୃଷ୍ଟିହୀନ ମା’, ସ୍ତ୍ରୀ, ଦୁଇପୁଅ ଓ ଦୁଇ ଝିଅଙ୍କୁ ନେଇ ତାଙ୍କ ପରିବାର। ସେ ପାଲା ଗାଇ ଯାହା ରୋଜଗାର କରିଥିଲେ ସେଥିରେ ବଡ଼ଝିଅର ବିବାହ ସାରି ଦେଇଛନ୍ତି। ବଡ଼ପୁଅ ରୋଜଗାର ପାଇଁ ରାଜ୍ୟ ବାହାରକୁ ଯାଇ କାମ କରୁଛନ୍ତି। ସାନଝିଅ ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ ଅନ୍ୟ ଏକ ପୁଅ ଅଳ୍ପ ପାଠ ପଢ଼ି ବେକାର ଅଛନ୍ତି। ମା’ ମାତାଜୀ(୮୬) ଦୃଷ୍ଟିହୀନ। ତାଙ୍କ ଭୋଟ ପରିଚୟପତ୍ରରେ ବୟସଜନିତ ତ୍ରୁଟି ଯୋଗୁ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ପରିଚୟପତ୍ର ସଂଶୋଧନ ପାଇଁ ବିଭିନ୍ନ ସମୟରେ ଦିବାକର ଉଦ୍ୟମ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଏହାଛଡ଼ା ୫୦ ବର୍ଷ ଟପିଥିଲେ ମଧ୍ୟ ତାଙ୍କୁ କଳାକାର ଭତ୍ତା ଅଦ୍ୟାବଧି ମିଳିପାରି ନାହିଁ। ରାଶନ କାର୍ଡରେ ମିଳୁଥିବା ଚାଉଳ ତାଙ୍କ ପରିବାର ଲାଗି ସାହା ଭରସା ହୋଇଛି। ଏହା ଯଥେଷ୍ଟ ହେଉ ନ ଥିବାରୁ ଗୋଟେ ଓଳି ଖାଇଲେ ଆଉ ଗୋଟେ ଓଳି ପରିବାର ଲୋକଙ୍କୁ ଉପାସ ରହିବାକୁ ପଡୁଛି। ଏଭଳି ସ୍ଥିତିରେ ତାଙ୍କୁ କଳାକାର ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯିବାକୁ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କୁ ପଚାରିବାରୁ ଦିବାକର ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆବେଦନ କରିଛନ୍ତି, ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?