ଦୁର୍ଦ୍ଦିନରେ କରତକଳ ଶ୍ରମିକ

ବାଲେଶ୍ୱର ଅଫିସ, ୭।୧୨- ବାଲେଶ୍ୱର ଜିଲାର କାଠ ଶିଳ୍ପ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବିଭିନ୍ନ ବର୍ଗର ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ପରିବାର ଏବେ ଜୀବନଜୀବିକା ସଂକଟରେ। ଜିଲାରେ କରତକଳ ବନ୍ଦ ହେବା ପରଠାରୁ ସେମାନେ କାମଧନ୍ଦା ହରାଇ ଆର୍ଥିକ ଅନଟନ ମଧ୍ୟରେ କାଳ କାଟୁଛନ୍ତି। ସେମାନଙ୍କୁ ଥଇଥାନ କରିବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ବାରମ୍ବାର ଦାବି କରି ଶେଷରେ ରାସ୍ତାକୁ ଓହ୍ଳାଇଛନ୍ତି। ଶୁକ୍ରବାର ବିଭିନ୍ନ କରତକଳରେ ପୂର୍ବରୁ କାର୍ଯ୍ୟ କରୁଥିବା ଶ୍ରମିକମାନେ ଏକାଠି ହୋଇ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରଥିଲେ।
ଉଲ୍ଲେଖନୀୟ ଯେ, ସ’ ମିଲ୍‌ ସପିଟ୍‌ କଣ୍ଟ୍ରୋଲ ଆକ୍ଟ ୧୯୮୦-୮୧ ଅନୁଯାୟୀ ବାଲେଶ୍ୱର ଜିଲାରେ ୧୪ଟି କରତକଳକୁ ଅନୁମତି ମିଳିଥିଲା। ୧୯୯୬ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଙ୍ଗଲରୁ ୧୦କି.ମି. ପରିସରରେ କୌଣସି ସ’ମିଲ୍‌କୁ ଅନୁମତି ଦିଆ ନ ଯିବାରୁ ୨୦୦୨ରେ କୌଣସି ସ’ମିଲ୍‌କୁ ସରକାର ଅନୁମତି ଦେଇ ନ ଥିଲେ। ତେବେ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଆଖି ରାଜ୍ୟ ସରକାର ୨୦୧୧ରେ ସ’ ମିଲ୍‌ ସପିଟ୍‌ କଣ୍ଟ୍ରୋଲ ଆକ୍ଟର (ଇଣ୍ଡଷ୍ଟ୍ରିଆଲ ଆକ୍ଟ) ଅନୁଯାୟୀ ପ୍ରତ୍ୟେକ ଜିଲାରେ ୨ଟି କରି ସ’ ମିଲ୍‌ ଖୋଲିବା ପାଇଁ ଅନୁମତି ଦେଇଥିଲେ। ତଦନୁଯାୟୀ ଜିଲାରେ ପଣପଣାରେ ୨ଟି ଓ ସୋମନାଥପୁରରେ ୪ଟି ସ’ ମିଲ୍‌ ଖୋଲିଥିଲା। ଜିଲାରେ ପୂର୍ବରୁ ଚାଲୁଥିବା ୬୦ରୁ ଉର୍ଦ୍ଧ୍ୱ ସ’ ମିଲ୍‌ ବନ୍ଦ ହୋଇ ପଡ଼ିଥିବା ବେଳେ ଏଥିରେ କାର୍ଯ୍ୟରତ ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ବୃତ୍ତି ହରାଇ ସେବେଠାରୁ ଦୁର୍ଦ୍ଦିନକୁ ସାମ୍ନା କରିଆସୁଛନ୍ତି। ଏଥିସହିତ କାଠ ଶିଳ୍ପ ସହିତ ଜଡ଼ିତ କାଠ ମିସ୍ତ୍ରି, ରାଜ ମିସ୍ତ୍ରି, ଡେକୋରେଟରଙ୍କୁ ସରକାରୀ କଟକଣା ଯୋଗୁ ନାହଁି ନ ଥିବା ଅସୁବିଧା ଭୋଗିବାକୁ ପଡୁଛି। କାଠଶିଳ୍ପ ବନ୍ଦ ହେବାରୁ କୁକୁଡ଼ା ଫାର୍ମରେ ଆବଶ୍ୟକ ପଡୁଥିବା କାଠଗୁଣ୍ଡ ଏବେ ମିଳୁନାହିଁ। କାମଧନ୍ଦା ହରାଇଥିବା କରତକଳ ଓ କାଠଶିଳ୍ପ ଶ୍ରମିକମାନେ ଏବେ ପରିବାର ଭରଣପୋଷଣ କରି ନ ପାରି ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏ କୌଣସି ନ୍ୟାୟ ପାଇ ନ ଥିବା କହିଛନ୍ତି। ପରିବେଶ ଓ ଜଙ୍ଗଲ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରାଯାଉ ବୋଲି ଶ୍ରମିକ ରବୀନ୍ଦ୍ର କୁମାର ସାମଲ, ସନାତନ ଦାସ, ନବକିଶୋର ବାରିକ, ସୁରେନ୍ଦ୍ର ସେଠୀ, ବାପି ପାଳ, ସନାତନ ସେଠୀ, କିଚକ ସିଂ, ରୁଲା ସିଂ, ଅରୁଣ ପ୍ରଧାନ, ସୁଦର୍ଶନ ଦେହୁରୀଙ୍କ ତତ୍ତ୍ୱାବଧାନରେ ଶତାଧିକ ଶ୍ରମିକ ଦାବି ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’କୁ ଖୋଜୁଛି ଛୁଆ ହାତୀ

କେନ୍ଦୁଝର,୧୯ା୬ (ସ୍ବ.ପ୍ର./ଡି.ଏନ.ଏ.):କେନ୍ଦୁଝର ବନଖଣ୍ଡ ଭୂୟାଁ ଓ ଜୁଆଙ୍ଗ ପୀଢ ବନାଞ୍ଚଳ କାଞ୍ଜିପାଣି ଜଙ୍ଗଲରେ ଗୋଠରେ ଥିବା ମା’ଠାରୁ ଅଲଗା ହୋଇ ବାଟବଣା ହୋଇ ଏଣେତେଣେ ବୁଲୁଥିବା...

ଭାଣିଜୀ କାଠଫାଳିଆ ମାଡ଼ରେ ମାମୁଙ୍କ ମୃତ୍ୟୁ: ଭାଣିଜୀ ଗିରଫ

ବାଲେଶ୍ୱର ଅଫିସ,୨୦।୭: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅଧୀନ ସାହାଦା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଣିଜୀ କାଠଫାଳିିଆ ମାଡ଼ରେ...

ପଛଚକା ତଳେ ଲୁଚିଥିଲେ, ଚଢ଼ିଗଲା ଟ୍ରାକ୍ଟର

ବାହାନଗା,୧୪ା୩(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତ ବେଗୁନିଆ ଗ୍ରାମରେ ଘର ସାମ୍ନାରେ ଛିଡା ହୋଇଥିବା ଟ୍ରାକ୍ଟର ଚକତଳେ ଚାପି ହୋଇ ଟ୍ରାକ୍ଟର ମାଲିକଙ୍କ...

ଇଟାଭାଟିରେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇଦେଲେ

ସଜନାଗଡ଼, ୩୦ା୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇ ଦିଆଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ...

ଖର୍ଚ୍ଚ ହେଲା ୧୭ଲକ୍ଷ, ଟଙ୍କାକର ଫାଇଦା ନାହିଁ

ଖଇରା, ୭ା୧୧(ଡି.ଏନ.ଏ.):ବାଲେଶ୍ୱର ଜିଲା ଖଇରା ବ୍ଲକ ସାରଡାଙ୍ଗ ଗ୍ରାମ ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମ ନିକଟରେ ଥିବା ପଏଣ୍ଟ-୨ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ...

ଟ୍ରେନ୍‌ରୁ ୧୫ କଇଁଛ ଉଦ୍ଧାର:ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୨।୯(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍‌ସା ଆରପିଏଫ୍‌ ଥାନା ପୋଲିସ ରବିବାର ଏକ ଟ୍ରେନ୍‌ରେ ଚଢ଼ାଉ କରି ୧୫ଟି ଦେଶୀ...

ବଡ଼ବିଲ କୋର୍ଟ ମାଜିଷ୍ଟ୍ରେଟ୍‌ଙ୍କ ବଦଳି: ଖାଲି ପଡ଼ିଲା ପଦବୀ, କାର୍ଯ୍ୟ ବାଧାପ୍ରାପ୍ତ

ବଡ଼ବିଲ,୨୬ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ସିଭିଲ ଜଜ୍‌ କମ୍‌ ଜେଏମ୍‌ଏଫ୍‌ସି(ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ) କୋର୍ଟର ମାଜିଷ୍ଟ୍ରେଟ ଆଲୋକ ପଣ୍ଡାଙ୍କର କୋରାପୁଟ ସେମିଳିଗୁଡ଼ାକୁ ବଦଳି...

ନମ୍ବର ପ୍ଲେଟ ଖୋଲି ମୋରମ ଚୋରାଚାଲାଣ

ଜଳେଶ୍ୱର, ୨୯ା୮(ଡି.ଏନ.ଏ.): ଜଳେଶ୍ୱର ବ୍ଲକ ରାଇବଣିଆର ବିଭିନ୍ନ ଜଙ୍ଗଲ ଅଞ୍ଚଳରୁ ପଶ୍ଚିମବଙ୍ଗକୁ ବ୍ୟାପକ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ମୋରମ ଖନନ ଓ ପରିବହନ...

Advertisement
Archives

Model This Week