ଦୁର୍ଦ୍ଦାନ୍ତ ପଥର ମାଫିଆ ସଞ୍ଜୟ ଗିରଫ

ଭୁବନେଶ୍ୱର,୩ା୬(ବ୍ୟୁରୋ): ଖୋର୍ଦ୍ଧା ଅଞ୍ଚଳରେ ଆତଙ୍କ ଖେଳାଉଥିବା ଦୁର୍ଦ୍ଦାନ୍ତ ପଥର ମାଫିଆ ସଞ୍ଜୟ କୁମାର ପାଇକରାୟଙ୍କୁ ରବିବାର କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ରବିବାର ଗିରଫ କରିଛି। ଏଥିସହ ତାଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ଜବତ ବିସ୍ଫୋରକ ସାମଗ୍ରୀ ମଧ୍ୟରେ ୧୦ କେଜି ଆମୋନିଆ ନାଇଟ୍ରେଟ୍‌ ପାଉଡର, ଜିଲୋଟିନ ସମେତ ରଡ୍‌, ତାର, ଷ୍ଟାବିଲାଇଜର ଆଦି ରହିଛି। ତେବେ ସଞ୍ଜୟ ଓ ତାଙ୍କ ଗ୍ୟାଙ୍ଗ୍‌ ଉପରେ କ୍ରାଇମବ୍ରାଞ୍ଚର ପଦକ୍ଷେପ ପରେ ଏବେ ସ୍ଥାନୀୟ ପୋଲିସର କାର୍ଯ୍ୟଧାରାକୁ ନେଇ ବଡ଼ ପ୍ରଶ୍ନ ଉଠୁଛି।
ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଡକାୟତି ଯୋଜନାବେଳେ ଧରାପଡିଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରି ସଞ୍ଜୟ ଓ ତାଙ୍କ ଗ୍ୟାଙ୍ଗ୍‌ ସମ୍ପର୍କରେ ସୁରାକ ପାଇଥିଲା ଏସ୍‌ଟିଏଫ୍‌। ଗତ ୩୧ ତାରିଖରେ ସେମାନେ ୧୬ ନଂ. ଜାତୀୟ ରାଜପଥରୁ ଏସ୍‌ଏଚ୍‌ଜି ଗ୍ରୁପ୍‌ର ୧୦ ଲକ୍ଷ ଟଙ୍କା ଲୁଟ୍‌ ପାଇଁ ଯୋଜନା କରୁଥିବାବେଳେ ରାଜପଥ କଡ଼ର ଏକ ଅନ୍ଧାରୁଆ ସ୍ଥାନରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଥିଲା। ହେଲେ ସଞ୍ଜୟ ପୋଲିସକୁ ଦେଖି ଘଟଣାସ୍ଥଳରୁ ଖସି ଯାଇଥିଲେ। ତେବେ ଗିରଫ ଅଭିଯୁକ୍ତଙ୍କ ବୟାନ ଆଧାରରେ ଏସ୍‌ଟିଏଫ୍‌ ଟିମ୍‌ ଶନିବାର ରାତି ପ୍ରାୟ ୨ଟାବେଳେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କୁମାରବସ୍ତସ୍ଥିତ ସଞ୍ଜୟଙ୍କ ଘରେ ଚଢ଼ାଉ କରି ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଏନେଇ ତାଙ୍କ ବିରୋଧରେ ଏସ୍‌ଟିଏଫ୍‌ ୭/୧୯ରେ ମାମଲା ରୁଜୁ କରିବା ସହ ସଞ୍ଚୟଙ୍କୁ ପଚରାଉଚରା ପରେ ଖୋର୍ଦ୍ଧା ଏସ୍‌ଡିଜେଏମଙ୍କ କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ଆପରାଧିକ ସାମ୍ରାଜ୍ୟ ବିଷୟରେ ଅଧିକ ଖୋଳତାଡ଼ ପାଇଁ ସଞ୍ଜୟଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି।
ତେବେ ପଚରାଉଚରାବେଳେ ଏସ୍‌ଟିଏଫ୍‌ ଟିମ୍‌କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିିଳିଛି। ସଞ୍ଜୟ ନିଜେ ବେଆଇନ ଖଣି ଚଳାଇବା ସହ ତାପଙ୍ଗ ଅଞ୍ଚଳରେ ଅସାମାଜିକ ତଥା ଅପରାଧୀଙ୍କୁ ହାତ କରି ବେଆଇନ ପଥର କାରବାର ଚଳାଇଥିଲା। ଯେଉଁମାନେ ଏହାର ପ୍ରତିବାଦ କରୁଥିଲେ ସଞ୍ଜୟଙ୍କ ଗ୍ୟାଙ୍ଗ୍‌ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଧମକ ଦେଇ ପାଟି ଚୁପ୍‌ କରୁଥିଲା। ଉକ୍ତ ଗ୍ୟାଙ୍ଗ୍‌ରେ ୨୦ରୁ ଊର୍ଦ୍ଧ୍ୱ ସଦସ୍ୟ ରହିଥିବାବେଳେ ସଞ୍ଜୟ ସେମାନଙ୍କୁ ବନ୍ଧୁକ, ଗୁଳି ଓ ଗୋଳାବାରୁଦ ଯୋଗାଉଥିଲେ। ଗ୍ୟାଙ୍ଗ୍‌ ସହାୟତାରେ ସଞ୍ଜୟ ନିଜ ବେପାରକୁ ବଢ଼ାଇବା ସହ ଦାଦାବଟି ଆଦାୟ ସହ ବିଭିନ୍ନ ଅପରାଧ ଘଟାଉଥିଲେ। ପୋଲିସ ସବୁଜାଣି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ସେମାନଙ୍କ ଆତଙ୍କରାଜ ସୀମା ଟପିଥିଲ। ସାଧାରଣ ଲୋକେ ମୁହଁ ଖୋଲିବାକୁ ଆଉ ସାହସ କରୁ ନ ଥିଲେ। ଏ ସଂକ୍ରାନ୍ତରେ ପୂର୍ବରୁ ଧରିତ୍ରୀରେ ବାରମ୍ବାର ଖବର ପ୍ରକାଶ ପାଇଥିଲେ ମଧ୍ୟ ପୋଲିସ ସୁରକ୍ଷା ଦେଉଥିବା ନେଇ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଖବର ପହଞ୍ଚତ୍ଥିଲା। ତେବେ ସଞ୍ଜୟ କେଉଁଠୁ ବିସ୍ଫୋରକ ଓ ମାରଣାସ୍ତ୍ର ଆଣୁଥିଲେ ଏବଂ ତାଙ୍କ ଗ୍ୟାଙ୍ଗ୍‌ରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ଼ ଚଳାଇଛି। ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ଟିଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ୨ ନାମଲେଖା: ସରିଲା ଦ୍ୱିତୀୟ ପର୍ଯ୍ୟାୟ ଆବେଦନ; ୧ରେ ମେଧା ତାଲିକା

ଭୁବନେଶ୍ୱର,୨୭।୯(ବ୍ୟୁରୋ)- ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକରେ ଯୁକ୍ତ୨ ନାମଲେଖା ପାଇଁ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଶେଷ ହୋଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ଦେଢ଼ଲକ୍ଷ...

ଆଜି ୫ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ଆଜି ରାଜ୍ୟର ଅନେକ ଜିଲାରେ ଝଡ଼ତୋଫାନ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ,...

ଆସନ୍ତାକାଲି ସରିବ ପଞ୍ଚାୟତ ନିର୍ବାଚନ, ଜାଣନ୍ତୁ ଏଥର କେମିତି ହେବ ଗଣତି

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ସରିବ ମତଦାନ। ତେବେ ୨୬ରୁ ଭୋଟ୍‌ ଗଣତି ଆରମ୍ଭ ହେବ। ପୂର୍ବରୁ ବୁଥ୍‌ରେ ଗଣତି କରାଯାଇ ସେହିଦିନ...

ରାଜଧାନୀରେ ଅସହାୟ ରୋଗୀଙ୍କ ହୀନସ୍ତା: ପରିସ୍ରାନଳୀ ଧରି ୩ ବର୍ଷ ହସ୍ପିଟାଲ ବାହାରେ ବ୍ରଜବନ୍ଧୁ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ‘ମୋ ସରକାର’ରେ ସାମିଲ ହୋଇଛି ସ୍ବାସ୍ଥ୍ୟ ବିଭାଗ। ଚିକିତ୍ସା କ୍ଷେତ୍ରରେ ଅବହେଳା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସରକାର। ହେଲେ ଅସହାୟ ଓ...

ମୟୂରଭଞ୍ଜ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର,୨।୨(ବ୍ୟୁରୋ)-  ମୟୂରଭଞ୍ଜ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଉତ୍କଳ ମଣ୍ଡପଠାରେ ଚାଲିଥିବା ‘ମୟୂରଭଞ୍ଜ ଉତ୍ସବ-୨୦୨୦’ର ଶନିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ଛାଉଣି ଛଉନୃତ୍ୟ ପ୍ରତିଷ୍ଠାନର...

ରାଜଧାନୀରେ ବ୍ୟାପିଲା ଡେଙ୍ଗୁ

ଭୁବନେଶ୍ୱର, ୩ା୭ (ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ସଙ୍କଟ ଟଳି ନ ଥିବାବେଳେ ଡେଙ୍ଗୁ ଆତଙ୍କ ଦେଖିବାକୁ ମିଳିଛି। ବର୍ଷା ଆରମ୍ଭରୁ ଭୁବନେଶ୍ୱର ମହାନଗର ନିଗମ...

୩୩୦୮.୬୯ କୋଟି କୋଭିଡ୍‌ ଋଣ ମଞ୍ଜୁର

ଭୁବନେଶ୍ୱର,୩।୪(ବ୍ୟୁରୋ): କୋଭିଡ୍‌ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ) ଉଦ୍ୟୋଗକୁ ଚଳଚଞ୍ଚଳ କରିବାକୁ ନିଆଯାଇଥିବା ପଦକ୍ଷେପ ସ୍ବରୂପ...

ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୨୬ା୯(ବ୍ୟୁରୋ)-ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୪ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ଆସନ୍ତା ୩...

Advertisement
Archives

Model This Week