ପୋଲିସ କବ୍‌ଜାରେ ଦୁର୍ଦ୍ଦାନ୍ତ ଅପରାଧୀ ଅମିତ୍‌

ବରଗଡ଼ ଅଫିସ,୨୬।୯: ରାଜ୍ୟର ବିଭିନ୍ନ ସ୍ଥାନରେ ଡକାୟତି, ଲୁଟ୍‌ ଭଳି ଅନେକ ଅପରାଧରେ ସମ୍ପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଲାଙ୍ଗୀର ସଦର ଥାନା ଡୁଡୁକାସିରା ନିବାସୀ ଅମିତ୍‌ ଦାସ ଓରଫ ଚିଣ୍ଟୁଙ୍କୁ ବରଗଡ଼ ଜିଲା ପୋଲିସ ଗିରଫ କରିଛି। ଜିଲାର ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା ନିକଟରୁ ବୁଧବାର ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ଏକ ବନ୍ଧୁକ, ଗୋଟିଏ ବାଇକ, ୨ଟି ଗୁଳି ଜବତ କରିଛି। ଏ ନେଇ ଅମ୍ବାଭୋନା ଥାନାରେ ଏକ ମାମଲା ରୁଜୁ ହୋଇଛି। ଗୁରୁବାର ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇ କହିଛନ୍ତି, ଅଭିଯୁକ୍ତ ଅମିତ୍‌ ଏକ ବାଇକ୍‌ ଯୋଗେ ଛତିଶଗଡ଼ ପଟକୁ ଯାଉଥିବା ସୂଚନା ମିଳିଥିଲା। ସେହି ସୂଚନାକୁ ଆଧାର କରି ପୋଲିସର ଏକ ଟିମ୍‌ ସମ୍ବରଧରା ନିକଟରେ ରହିଥିଲା । ଅମିତ୍‌ ସେହି ପୋଲିସ ଟିମ୍‌କୁ ଦେଖି ଗୁଳି ଫୁଟାଇଥିଲେ। ମାତ୍ର କୌଶଳକ୍ରମେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଅଭିଯୁକ୍ତ ଗତ କିଛିଦିନ ତଳେ ଛତିଶଗଡ଼ ରାଜ୍ୟ ବିଳାସପୁର ଜେଲରୁ ବାହାରିଥିଲେ । ସେ କିଛିଦିନ ହେଲା ବରଗଡ଼ରେ ରହୁଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଏସ୍‌ପି ସାହୁ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ରଣା ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଶାଶ୍ୱମେଧ ଘାଟରେ ଲାଗିଲା ୧୪୪ ଧାରା

ଯାଜପୁର ଟାଉନ,୮ା୪: ଶୁକ୍ରବାର ହେବାକୁ ଥିବା ବାରୁଣୀ ସ୍ନାନ ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ୧୪୪ ଧାରା ଜାରି କରାଯାଇଛି। ପୂର୍ବରୁ ବାରୁଣୀ...

ମାଷ୍ଟରମାଇଣ୍ଡ ବିଟଲ ଗିରଫ

ବ୍ରହ୍ମପୁର ଅଫିସ,୮।୫: ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ମାଳୁଆଣି ମନ୍ଦିର ସାହିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଠାକୁରଙ୍କ ମୂର୍ତ୍ତି ସହ ଟଙ୍କା ଚୋରି ହୋଇଥିଲା।...

ଡୁବୁରୀ ଛକରେ ସ୍ଥାପନ ହେବ ଟ୍ରାଫିକ ଲାଇଟ୍‌ ସିଗନାଲ

ଯାଜପୁର ଟାଉନ,୧।୨(ଡି.ଏନ.ଏ): ସଡ଼କ ସୁରକ୍ଷା ସମ୍ପର୍କିତ ପ୍ରଥମ ପାର୍ଲାମେଣ୍ଟାରୀ କମିଟି ବୈଠକ ଜିଲାପରିଷଦ ସଭାଗୃହଠାରେ ଏମ୍‌ପି ଶର୍ମିଷ୍ଠା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦେଶରେ ସଡ଼କ...

ଭିଜିଲାନ୍ସ ଜାଲରେ ସୁପରଭାଇଜର

ପୁରୀ ଅଫିସ,୭ା୭: ପୁରୀ ଡିଆଇସି ଅଫିସରେ କାର୍ଯ୍ୟରତ ସୁପରଭାଇଜର ନାରାୟଣ ପଟ୍ଟନାୟକ ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଖଦି ଓ ଗ୍ରାମ ଉଦ୍ୟୋଗ ବିଭାଗର ସୁପରଭାଇଜର...

ମଣ୍ଡି ଖୋଲିବାରେ ବିଳମ୍ବ,ଦଲାଲ ହେଉଛନ୍ତି ମାଲାମାଲ

ଧାମନଗର, ୨୫।୧୨(ସ୍ବ.ପ୍ର.): ଚଳିତ ବର୍ଷ ଧାନ ଅମଳ ସରିବାକୁ ବସିଥିଲେ ମଧ୍ୟ ପ୍ରଶାସନ ମଣ୍ଡି ଖୋଲିବାକୁ ନେଇ ଅହେତୁକ ବିଳମ୍ବ କରି ଚାଲିଛି। ଫଳରେ ଚାଷୀମାନେ...

କାମ ନ ସରିବା ଆଗରୁ ଫାଟିଗଲାଣି ରାସ୍ତା

ଉମରକୋଟ, ୮।୨(ସ୍ବ.ପ୍ର.): ପୂର୍ତ୍ତ ବିଭାଗ ଅଧୀନରେ ଚାଲିଛି କାମ। କିନ୍ତୁ କାମ ସରିବା ପୂର୍ବରୁ ହିଁ ରାସ୍ତା ଫାଟିଗଲାଣି। ଏହା ହେଉଛି ନବରଙ୍ଗପୁର ଜିଲା ଉମରକୋଟସ୍ଥିତ...

୭ରେ ତପୋବନ ମହିମା ମେଳା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ

ଢେଙ୍କାନାଳ ଅଫିସ, ୩୦।୧୦: ମହିମାଧର୍ମର ଆଦିପୀଠ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତପୋବନ ମହିମା ବିହାରରେ ଆସନ୍ତା ୭ ତାରିଖରେ ତପୋବନ ମେଳା ଅନୁଷ୍ଠିତ ହେବ।...

ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ

ଜଗତ୍‌ସିଂହପୁର ଅଫିସ,୨୪ା୧୨: ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ଅଳା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଯୋଗେନ୍ଦ୍ରନାଥ ମହାରଣା(୯୬)ଙ୍କ ଶୁକ୍ରବାର ଜନ୍ମମାଟିରେ ପରଲୋକ ଘଟିଛି। ମହାରଣା ୧୯୨୩ରେ ଏହି ଗ୍ରାମରେ...

Advertisement
Archives

Model This Week