ଦୁର୍ଘଟଣାରେ ଡ୍ରାଇଭରଙ୍କ ଜୀବନ ଗଲା

ରୂପ୍‌ସା, ୩୧।୩(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ସହ କାର୍‌ର ଧକ୍କା ହେବା ଫଳରେ କାର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ହେଲେ ରୂପ୍‌ସା ଥାନା ବରହମପୁର ଗ୍ରାମର ନେଉଳି ଓରଫ ସହଦେବ ବେହେରା।
ସହଦେବ କାର୍‌ (ନଂ. ଡବ୍ଲ୍ୟୁବି୩୬ଡି-୩୫୩୫) ଡ୍ରାଇଭିଂ କରି ବାଲେଶ୍ୱରରୁ ଘରକୁ ଆସୁଥିଲେ। ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ଅଣ୍ଡା ବୋଝେଇ ଟ୍ରକ୍‌ (ନଂ. ଡବ୍ଲ୍ୟୁବି୨୩ଡ଼ି-୬୧୯୧) ନିଧିପଣ୍ଡା ନିକଟରେ ହଠାତ୍‌ ରାଜପଥର ଡାହାଣ ପଟୁ ବାମପାର୍ଶ୍ୱକୁ ଅତିକ୍ରାନ୍ତ ହେବାରୁ କାର୍‌ଟି ଟ୍ରକ ପଛପଟକୁ ଧକ୍କା ହୋଇଥିଲା। ହଳଦୀପଦା ଫାଣ୍ଡି ପୋଲିସ ପହଞ୍ଚତ୍ ଆହତ ଡ୍ରାଇଭର ଓ ତାଙ୍କ ସମ୍ପର୍କୀୟ ପୁତୁରାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ହେଲେ ସେଠାରେ ଡ୍ରାଇଭର ସହଦେବଙ୍କର ମୃତ୍ୟୁ ଘଟିଥିଲା। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ. ୧୦୩/୨୦) ରୁଜୁ କରି ଟ୍ରକ୍‌ ଜବତ ସହ ଡ୍ରାଇଭରଙ୍କୁ ଅଟକ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ମୋଡ଼ ନେଲା ନାବାଳକ ଅପହରଣ ଅଭିଯୋଗ:କିନ୍ନର ସଂଘ ସଦସ୍ୟଙ୍କ ସହ ଯିବାକୁ ଜିଦ୍‌

ଅନୁଗୋଳ ଅଫିସ,୧୮।୬ଅନୁଗୋଳ ଜିଲା କଲିୟରୀ ଥାନା ଅଞ୍ଚଳର ଜଣେ ନାବାଳକଙ୍କୁ କେହି ଅପହରଣ କରି ନେଇଥିବା ଗତ ମାସ ୨୪ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା।...

ତିର୍ତ୍ତୋଲ ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନା କେଳେଙ୍କାରୀ: ଜୀବିତଙ୍କୁ ମୃତ ଦର୍ଶାଇ ସହାୟତା ରାଶି ଚଳୁ

ଜଗତ୍‌ସିଂହପୁର ଅଫିସ୍‌,୧୯ା୨: ଗରିବ ତଥା ନିରାଶ୍ରୟ ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହ ଦାହ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା...

ବିଷାକ୍ତ ଖାଦ୍ୟଖାଇ ଦମ୍ପତିଙ୍କ ମୃତ୍ୟୁ ଘଟଣା: ଖାଦ୍ୟରେ ବିଷ ଦେଇଥିଲେ ସାନ ଭାଇଙ୍କ ସ୍ତ୍ରୀ

ଖଣ୍ଡପଡ଼ା,୨୧ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ବୋଦସା ପଞ୍ଚାୟତ ଗୋଲା ସାହିରେ ଗତ ୧୫ ତାରିଖରେ ବିଷାକ୍ତ ଖାଦ୍ୟ ଖାଇ ଦମ୍ପତି ଭାଗୀରଥି ସ୍ବାଇଁ(୬୦) ଓ...

ବେକାରୀ ସମସ୍ୟା ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ ଅଫିସ, ୨୦।୨: ରାଜ୍ୟରେ ବେକାରୀ ସମସ୍ୟା ବଢ଼ିଚାଲିଥିବା ନେଇ ଭାଜପା ଉଦ୍‌ବେଗ ପ୍ରକାଶ କରିଛି। ରାଜ୍ୟରେ ବେରୋଜଗାର ବଢ଼ିଚାଲିଥିବା ନେଇ ଭାଜପା ଉଦ୍‌ବେଗ ପ୍ରକାଶ...

‘ଠିକ୍‌ ଆକଳନ କରୁନି ପ୍ରଶାସନ’

ସଜନାଗଡ଼, ୩୦।୧୨(ଡି.ଏନ.ଏ.)  ଚଳିତବର୍ଷ ଚକଡ଼ା ପୋକ ସାଙ୍ଗକୁ ଜୱାଦ ବାତ୍ୟା ଓ ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ସ୍ଥାନୀୟ ପ୍ରଶାସନ...

ଗୁଳିମାଡରେ ଆହତ ଭିକାରୀଙ୍କ ମୃତ୍ୟୁ

ଖଲ୍ଲିକୋଟ,୧୭।୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ଥାନା କେଶପୁର ବଜାର ହନୁମାନ ମନ୍ଦିର ନିକଟରେ ଗୁରୁବାର ରାତିରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ରାମଚନ୍ଦ୍ରପୁର ଗ୍ରାମର ଭିକାରୀ ତରେଇ ଆହତ ହୋଇଥିଲେ।...

ବିସ୍ଥାପିତ ପାଇଥିବା ଜାଗାକୁ ନେଇ କେଁ

ପୁରୀ ଅଫିସ, ୨୬।୯: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାବ ରଖି ସେମାନେ ନିଜ ଭିଟାମାଟି ଛାଡ଼ିଦେଲେ। ଏହାପରେ ଘର କରିବା...

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାର ପର୍ଦ୍ଦାଫାଶ: ୫ ଗିରଫ

କୋଟଗଡ଼,୨୯।୧୨ (ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗତ ୧୦ ତାରିଖରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ବହୁ...

Advertisement
Archives

Model This Week