ଦୁର୍ଗମ ଅଞ୍ଚଳରେ ପୁଣି ହାତୀ ଆତଙ୍କ: ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ

ଭବାନୀପାଟଣା,୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବ୍ଲକର ପୋଖରୀବନ୍ଧ ପଞ୍ଚାୟତ ମେଲଭୁଟୁ ଗାଁରେ ଏବେ ହାତୀପଲ ଆତଙ୍କ ଖେଳାଇଛନ୍ତି। ଶନିବାର ବିଳମ୍ବିତ ରାତିରେ ହାତୀପଲ ଗାଁର ୫ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିବା ଧାନ ଓ ମାଣ୍ଡିଆ ଫସଲ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ବନ ବିଭାଗର ସୂଚନା ଅନୁସାରେ କିଛିଦିନ ହେଲା ଏହି ହାତୀପଲ ବେଡ଼ାଗାଁ ପଞ୍ଚାୟତର ବିଭିନ୍ନ ଗାଁରେ ଫସଲ ନଷ୍ଟ କରିବା ସହ ଅନେକ ଲୋକଙ୍କ ଘର ଭାଙ୍ଗି ଦେଇଛନ୍ତି। ବର୍ତ୍ତମାନ ହାତୀ ପୋଖରୀବନ୍ଧ ଆଡ଼କୁ ମୁହଁାଇଛନ୍ତି। ପ୍ରଥମେ ଗାଁର ଠେଲା ମାଝିଙ୍କ ଖଳାରେ ଗଦା ହୋଇଥିବା ୭କୁଇଣ୍ଟାଲ ଧାନ ଖାଇ ଦେଇଥିଲେ। ରିଞ୍ଜା ମାଝ,ଧ୍ରୁବ ମାଝିଙ୍କ ଧାନ ଓ ମାଣ୍ଡିଆ ଚାଷକୁ ଦଳି ଚକଟି ଦେଇଥିଲେ। ପରେ ଗାଁରେ ପଶି ଲକ୍ଷ୍ମଣ ମାଝି, ତୁପୁରା ମାଝି, କ୍ରିଷ୍ଣା ମାଝି, ସୁଶାନ୍ତି ମାଝି ଓ ବୁଡୁ ମାଝିଙ୍କ ଘର ଭାଙ୍ଗି ଦେଇଛନ୍ତି। ବନ ବିଭାଗ ପକ୍ଷରୁ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍‌ ଯାଇ ତଦନ୍ତ କରି ଫେରି ଆସିଛନ୍ତି। ଘଟଣାକୁ ନେଇ ବ୍ଲକ ଅଧ୍ୟକ୍ଷ ଇ.ଫକୀର ମୋହନ ମାଝି କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ସେମାନଙ୍କୁ ପଲିଥିନ ଯୋଗାଇ ଦେବା ପାଇଁ ଲାଞ୍ଜିଗଡ଼ ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି। ବିପନ୍ନ ପରିବାର ଖୋଲା ଆକାଶ ତଳେ ପ୍ରଶାସନିକ ସହାୟତାକୁ ଚାହିଁ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଉପରେ ଭାଙ୍ଗି ପଡ଼ିଲା ଗଛ

ପାଟଣା,୧୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଗ୍ରାମ ବଉଳମୁଳ ସାହିର ଲଗାଣ ବର୍ଷାରେ ଏକ ପୁରୁଣା ବଉଳ ଗଛ ଘର ଉପରେ ଭାଙ୍ଗି ପଡ଼ିଛି।...

ଶ୍ୱଶୁର ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା

ଚଢ଼େଇଧରା,୨୪ା୮(ଡି.ଏନ୍‌.ଏ)- ଯାଜପୁର ଜିଲା ଜେନାପୁର ଥାନା ପୁରୁଣା ବଉଳମାଳ ପଞ୍ଚାୟତ କୃଷ୍ଣପଶି ଗ୍ରାମସ୍ଥିତ ଶ୍ୱଶୁର ଘରେ ଶୁକ୍ରବାର ଜ୍ୱାଇଁ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା...

ଭଡ଼ାରେ ଲାଗିଥିଲା ପଞ୍ଚାୟତ କାର୍ଯ୍ୟାଳୟ : ବିଡିଓଙ୍କ ଉପସ୍ଥିତିରେ ଖାଲିହେଲା ଘର

ନାଉଗାଁ,୩୧ା୭(ସ୍ବ.ପ୍ର.): ନାଉଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ଦୀର୍ଘ ୬ ବର୍ଷ ହେଲା ଭଡ଼ା ସୂତ୍ରରେ ପ୍ରଦାନ କରାଯାଇଥିଲା। ଜଣେ ବ୍ୟବସାୟୀ ସେଠାରେ ସିମେଣ୍ଟ, ରଡ୍‌, ସାର ଆଦି...

ଶାରଳା ମନ୍ଦିର ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କରିପାରୁନି ପୋଲିସ

ଜଗତ୍‌ସିଂହପୁର ଅଫିସ୍‌,୨୨ା୧:କନକପୁରସ୍ଥିତ ମା’ଶାରଳା ମନ୍ଦିରର ସେବାୟତ ତଥା କନକପୁର ଦେଉଳୀ ଗ୍ରାମର ତ୍ରିଲୋଚନ ରାଉଳ(ଗୁଲା)ଙ୍କୁ ରବିବାର ୩ଜଣ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନେ ହେଲେ ତିର୍ତ୍ତୋଲ...

ଆମ ପୋଲିସ ପକ୍ଷରୁ ଚାରାରୋପଣ

ଧର୍ମଶାଳା/ଜେନାପୁର,୬ା୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ସୋମବାର ବୃନ୍ଦାଦେଈପୁର ଗଡଜାତ ସ୍ମାରକୀ ପୀଠଠାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର...

ବିରଳ ପ୍ରଜାତିର ମାଛ ନିଲାମ

ଭୋଗରାଇ,୧୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପଶ୍ଚିମବଙ୍ଗର ଦୀଘା ମୁହାଣ ମାଛ ମାର୍କେଟ୍‌କୁ ରବିବାର ଏକ ବିରଳ ପ୍ରଜାତିର ମାଛ ନିଲାମ ପାଇଁ ଆସିଥିଲା।...

ସାଙ୍ଗ ହୋଇ ଯାଇଥିଲେ, ଆଉ ଫେରିଲେନି

କୋରାପୁଟ/ଲମତାପୁଟ,୨୪ା୯(ସ୍ବ.ପ୍ର.): କୋରାପୁଟ ଜିଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ରାଇପଡ଼ା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ଜଣ...

ବିଦ୍ୟୁତ୍‌ ନେଲା ୬ ଜୀବନ

ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇ ଦମ୍ପତି ମୃତ ଲୋଇସିଂହା,୫।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ଗ୍ରାମରେ ବୁଧବାର ସକାଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି...

Advertisement
Archives

Model This Week