Posted inଫୁରସତ

ଦୁଇ ହାତ ନାହିଁ, ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମଦନଲାଲ

କୁହାଯାଏ, ଦୃଢ଼ ମନୋବଳ ଥିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ବାଧାବିଘ୍ନ ରୋକିପାରିବ ନାହଁି। ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି, ଫତେହାବାଦର ମଦନଲାଲ। ଭାଗ୍ୟ ତାଙ୍କ ସହ ଏଭଳି ଖେଳ ଖେଳିଛି, ଯାହାକୁ ନେଇ ସେ ଭାଙ୍ଗିପଡ଼ିବା ପରିବର୍ତ୍ତେ ଦୃଢ଼ତାର ସହ ସାମ୍ନା କରିଛନ୍ତି। ଜନ୍ମରୁ ମଦନଲାଲଙ୍କର ଦୁଇ ହାତ ନାହଁି। ବୟସ ବଢ଼ିବା ସାଙ୍ଗକୁ ତାଙ୍କ ସହ ଏହି ଦୁଃଖର କଳାବାଦଲ ବଢ଼ି ବଢ଼ି ଚାଲିଥାଏ। ସେ ଯେମିତି ଅନ୍ୟମାନଙ୍କ ଉପରେ ବୋଝ ହୋଇପଡୁଥିବା ଅନୁଭବ କଲେ। ତେଣୁ ସ୍ଥିର କଲେ କାହା ଉପରେ ବୋଝ ନ ହୋଇ ନିଜେ କିଛି କରିଦେଖାଇବେ। ତାଙ୍କର ଏହି ନିଷ୍ଠା ଏବଂ ଇଚ୍ଛାଶକ୍ତି ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଦୁଇ ହାତ ନ ଥାଇ ବି ଆଜି ସେ ପୁରା ଇଲାକାରେ ଜଣେ ଦକ୍ଷ ଦର୍ଜି ଭାବେ ପରିଚିତି ହାସଲ କରିଛନ୍ତି। ଖୁବ୍‌ ସୁନ୍ଦର ଭାବେ ସେ କେବଳ ନିଜର ଦୁଇ ଗୋଡ଼ ସହାୟତାରେ ଡ୍ରେସ୍‌ ସିଲେଇ କରିବାଠୁ ନେଇ ମାପ ନେବା ଏବଂ କଟିଂ କରିବା କାମ କରିଥାନ୍ତି। କେବଳ ସେତିକି ନୁହେଁ, ନିଜର ଦୈନନ୍ଦିନ କାର୍ଯ୍ୟ ଯେମିତିକି ରୋଷେଇ, ଖାଇବା, ଗାଧୋଇବା, ଲୁଗା ସଫା କରିବା, ଦାଢ଼ି ରାମ୍ପିବା, ପଶୁ ଚରାଇବା ଆଦିକୁ ଖୁବ୍‌ ସୁନ୍ଦର ଭାବେ କରିପାରୁଛନ୍ତି। ଭାଗ୍ୟର ଏହି ବିଡ଼ମ୍ବନାକୁ ସେ ଏବେ ଅଭିଶାପ ନୁହେଁ ବରଂ ଏକ ଶିକ୍ଷା ସ୍ବରୂପ ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କୁ ବି ଜଣାଇବାକୁ ଚାହଁିଛନ୍ତି, ବିନା ହାତ କିମ୍ବା ଗୋଡ଼ରେ ବି ମଣିଷ ସବୁକିଛି କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

ଆରମ୍ଭ ହୋଇଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ୨.୦! ଆମେରିକା ଆକ୍ରମଣର ଜବାବ ଦେଲା ଇରାନ, ସାରା ବିଶ୍ୱ ଥରହର

ନୂଆଦିଲ୍ଲୀ, ୨୬।୫: ଗଲ୍ଫ ଅଞ୍ଚଳରେ ଚାଲିଥିବା ବିବାଦ ଶେଷ ହେବାର ଆଶା ଦେଖାଯାଉଥିବା ବେଳେ ହଠାତ୍‌ ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣ ପୁଣି ଥରେ ସେଠାରେ ଗୋଳା-ବାରୁଦର…

ବିଇଓ ଶୁଭମ ପତିଙ୍କ ବଦଳି ବାତିଲ ଦାବି: ଉପଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ…

ପଦ୍ମପୁର,୨୬।୫ (ପ୍ରଦୀପ୍ତ ଦାଶ): ପାଇକମାଳ ବ୍ଲକର ଅତିରିକ୍ତ ଦାୟିତ୍ୱରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ଶୁଭମ ପତିଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରିବା ଦାବି ଏବେ ଜୋର…

ଦାଣ୍ଡରେ ପଡି ହାଟରେ ଗଡିଲା ଭାଜପାର ଗୋଷ୍ଠୀ କନ୍ଦଳ: ଫଳକରେ ଏମ୍‌ପିଙ୍କ ନାମ ନଥିବାରୁ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ରାଜ୍ୟରେ ପ୍ରଥମଥର ଭାଜପା ସରକାରକୁ ଆସିଥିବା ବେଳେ କିପରି ଦଳ ସୁଦୃଢ ହେବ, ସଂଗଠନ ବଢିବ ସେନେଇ ଜାତୀୟସ୍ତରରୁ ଆରମ୍ଭକରି ରାଜ୍ୟସ୍ତରର ନେତାମାନେ…

ଟ୍ରମ୍ପଙ୍କୁ ଆଖି ଦେଖାଇଲା ପାକିସ୍ତାନ: ଚୁକ୍ତି ସ୍ବାକ୍ଷର କରିବାକୁ ସିଧା ସିଧା କଲା ମନା

ଇସଲାମାବାଦ୍‌,୨୬।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ସେନା ଅଧ୍ୟକ୍ଷ ଅସୀମ ମୁନିର ଆମେରିକା ପ୍ରତି ଯେତେ ପ୍ରେମ ଦେଖାଉଥିଲେ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାହାକୁ…

ଘରକୁ ଫେରୁଥିବା ବେଳେ ଟଳିପଡିଲେ ବୁଦ୍ଧଦେବ, ଅଂଶୁଘାତ….

ପାଟଣା,୨୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ଖିଲାରିପାଟ୍ ନୂଆଗାଁ ଗ୍ରାମରେ ଜେ ଯୁବକଙ୍କର ମୃତ୍ୟୁ ହୋଇଛି । ୩୫ବର୍ଷୀୟ…

ଭିଜିଲାନ୍ସ ଦୁର୍ନୀତି ମାମଲାରେ ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜ ଦୋଷୀ ସାବ୍ୟସ୍ତ

କେନ୍ଦୁଝର,୨୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିରୋଧୀ ଘଟଣାକ୍ରମରେ ଓଡିଶା ଭିଜିଲାନ୍ସ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜଙ୍କୁ ଏକ…

ଟ୍ରମ୍ପଙ୍କ ୩ ବଡ଼ ସର୍ତ୍ତ: ଯାହା କାରଣରୁ ଅଟକିଲା ଇରାନ-ଆମେରିକାର ଶାନ୍ତି ଚୁକ୍ତି

ନୂଆଦିଲ୍ଲୀ, ୨୬।୫: ଇରାନ ଏବଂ ଆମେରିକା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନାର ଅନ୍ତ ଘଟାଇବା ପାଇଁ ଆଶା କରାଯାଉଥିବା ଶାନ୍ତି ଚୁକ୍ତିନାମା ଏବେ ଝୁଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri