ଦୁଇ ମାସ ଧରି ହଷ୍ଟେଲରେ ନାହିଁ ବିଦ୍ୟୁତ୍‌: ଲଣ୍ଠନକୁ ଭରସା କରି ପାଠ ପଢ଼ୁଛନ୍ତି ଛାତ୍ର

ମୁନିଗୁଡା,୨୩।୧୦(ଡି.ଏନ୍‌.ଏ.): ସରକାର ଆଦିବାସୀ ଛାତ୍ରୀଛାତ୍ର ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଅନେକ ଯୋଜନା କରୁଛନ୍ତି। ଛାତ୍ରୀଛାତ୍ର ମାନଙ୍କୁ ରହିବା ଓ ଖାଇବା ସହ ସମସ୍ତ ପ୍ରକାରର ସୁବିଧା ଦେଇ ପାଠ ପଢ଼ିବା ନିମନ୍ତେ ବିଭିନ୍ନ ହଷ୍ଟେଲ ଖୋଲାଯାଇଛି। ହେଲେ ସେଠାରେ ସାଧାରଣ ସମସ୍ୟାଗୁଡ଼ିକର ନିରାକରଣ କରାଯାଇପାରୁନାହିଁ। ଫଳରେ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ବିଦ୍ୟୁତ ସଂଯୋଗ ହୋଇ ନ ପାରିବା ଯୋଗୁ ଛାତ୍ରମାନେ ରାତିରେ ଲଣ୍ଠନ ଉପରେ ହିଁ ଭରସା କରି ରହିବା ସହ ପାଠ ପଢ଼ୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ କୁମୁଡାବାଲି ସ୍ଥିତ ୪୦ ଶଯ୍ୟା ବିଶିଷ୍ଟ ହଷ୍ଟେଲରେ l

ଆଦିବାସୀ ଉର୍ଣ୍ଣୟନ ବିଭାଗ ତରଫରୁ ଚାଲିଥିବା ଏହି ହଷ୍ଟେଲରେ ୪୦ ଜଣ ଛାତ୍ର ରହି କୁମୁଡାବାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଏହି ୪୦ ଶଯ୍ୟା ବିଶିଷ୍ଟ ହଷ୍ଟେଲରେ ସ୍ଥାଇ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ପୂର୍ବରୁ ଏହି ହଷ୍ଟେଲକୁ ଅସ୍ଥାୟୀ ଭାବେ ବିଦ୍ୟୁତ ଯୋଗାଇ ଦିଆ ଯାଇଥିଲା। କିନ୍ତୁ ଗତ ଦୁଇ ମାସରୁ ଉର୍ଦ୍ଧ୍ୱ ଦିନ ହେବ ବିଦ୍ୟୁତ କାଟି ଦିଆଯାଇଛି। ବିଭାଗ ତରଫରୁ ହଷ୍ଟେଲରେ ଲାଇଟ୍‌ ଓ ଫ୍ୟାନ୍‌ ଲଗାଯାଇଥିଲେ ସୁଦ୍ଧା ତାହା ଚାଲୁନାହିଁ। ଫଳରେ ଛାତ୍ରମାନେ ଦିନରେ ଗରମରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାତ୍ର ସମୟରେ ବାଧ୍ୟ ହୋଇ ଲଣ୍ଠନ କିମ୍ବା ବ୍ୟାଟେରୀ ଚାଳିତ ଲାଇଟ୍‌ ଲଗାଇ ପାଠ ପଢ଼ୁଛନ୍ତି। ଏପରିକି ସନ୍ଧ୍ୟା ପରଠାରୁ ସମସ୍ତ କାର୍ଯ୍ୟ ସେହି ଲାଇଟ୍‌ରେ କରିବାକୁ ପଡ଼ୁଛି। ଏହାକୁ ନେଇ ଛାତ୍ରଙ୍କଠାରୁ ଆରମ୍ଭ କରି ଅଭିଭାବକମାନଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। ଶୀଘ୍ର ଘଟଣାର ସ୍ଥାୟୀ ସମାଧାନ କରା ନ ଗଲେ ପିଲାମାନଙ୍କୁ ଘରକୁ ନେଇଯିବା ଲାଗି ଅଭିଭାବକମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏଥିସହ ଯଥାଶୀଘ୍ର ଏହି ହଷ୍ଟେଲର ବିଦ୍ୟୁତ ସଂଯୋଗୀକରଣର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି।

ଏନେଇ ହଷ୍ଟେଲ ଦାୟିତ୍ୱରେ ଥିବା ତଥା ପ୍ରଧାନ ଶିକ୍ଷକ ବୃନ୍ଦାବନ ମାଣ୍ଡିକାଙ୍କୁ ପଚାରି ବୁଝିବାରୁ ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ଦିନ ଧରି ବିଦ୍ୟୁତ ନ ଥିବାରୁ ନିଶ୍ଚିତ ଭାବେ ଛାତ୍ର ମାନେ ବହୁ ଅସୁବିଧାରେ ରହୁଛନ୍ତି। ଏହି ସମସ୍ୟାକୁ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବହୁବାର ଜଣାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ କି ବିଦ୍ୟୁତ ସଂଯୋଗ ମଧ୍ୟ ହୋଇପାରିନାହିଁ ବୋଲି କହିଛନ୍ତି l ଏନେଇ ମୁନିଗୁଡା ଡବ୍ଲୁଇଓ(ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ) ଭାଗିରଥି ସାହୁଙ୍କୁ ପଚାରିବାରୁ ସେ ବିଷୟରେ ଅବଗତ ଗତ ଥିବା ସହ ଶୀଘ୍ର ଏହାର ସ୍ଥାୟୀ ସମାଧାନ କରାଯାଇ ହଷ୍ଟେଲରେ ବିଦ୍ୟୁତ ସଂଯୋଗ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ଜଗିବେ ସ୍ବତନ୍ତ୍ର ଫୋର୍ସ

ଖଇରା, ୧୬।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡର ୯୭ ଖଣିରେ ୧୪୪ଧାରା ଲାଗୁ ସତ୍ତ୍ୱେ ପଥର ଚୋରା ଚାଲାଣ ଅବ୍ୟାହତ ରହିଛି। ଖଇରା...

ଆର୍‌ପିଆର୍‌ସିରେ ଅର୍କିଡାରିୟମ୍‌ ଲୋକାର୍ପିତ: ୯୩ ବନ୍ୟ ଅର୍କିଡ୍‌, ୨୧୭ ହାଇବ୍ରିଡ୍‌ ଅର୍କିଡ୍‌ ପ୍ରଦର୍ଶିତ

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆର୍‌ପିଆର୍‌ସି)ର ବଟାନିକାଲ୍‌ ଗାର୍ଡେନରେ ଶୁକ୍ରବାର ଅର୍କିଡାରିୟମ୍‌ ଲୋକାର୍ପିତ ହୋଇଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ...

ଏନ୍‌ଇଏସ୍‌ଟି ପରୀକ୍ଷାଫଳ ପ୍ରକାଶ, କାହ୍ନା ଜୈନ ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୯।୬(ବ୍ୟୁରୋ): ନ୍ୟାଶନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ (ଏନ୍‌ଇଏସ୍‌ଟି) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ପଶ୍ଚିମବଙ୍ଗର ପ୍ରଣୟ ଦେ ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଥିବା ବେଳେ...

ହାତୀକୁ ଧକ୍କାଦେଲା ଟ୍ରେନ୍‌

କେନ୍ଦୁଝର,୯।୫(ସ୍ବ.ପ୍ର.): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧିନସ୍ଥ ଦେଓଗାଁ ରେଞ୍ଜ ଶଗଡ଼ପଟା ଗ୍ରାମ ନିକଟରେ ଶନିବାର ରାତିରେ ରେଳ ଦୁର୍ଘଟଣା ପରେ ଆହତ ହୋଇଥିବା ହାତୀର ଅବସ୍ଥାରେ...

ଡେପୁଟେଶନରେ ଡାକ୍ତର, ମିଳୁନି ସ୍ବାସ୍ଥ୍ୟସେବା

ଧାମନଗର,୨୪।୧(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ମିଳୁନି ସ୍ବାସ୍ଥ୍ୟସେବା। ୧୧ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ମାତ୍ର ୪ଜଣ ଅଛନ୍ତି। ଶିଶୁ ବିଭାଗ ଓ...

ଦେଶୀ ରଙ୍ଗରେ ଝଲସିବେ ରାଧାକୃଷ୍ଣ

ରାଉରକେଲା ଅଫିସ, ୭।୩: ରାଉରକେଲା ସେକ୍ଟର-୭ ସ୍ଥିତ ଦୁର୍ଗାପୂଜା ପଡିଆରେ ଆସନ୍ତା ୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାଇଚାରାର ମହାନ ପର୍ବ ଦୋଳ ମେଳଣ। ଚଳିତବର୍ଷ...

ବାଲେଶ୍ୱରରେ ସୁଧୁରୁନି ବିଦ୍ୟୁତ୍‌ ସମସ୍ୟା

ବାଲେଶ୍ୱର ଅଫିସ, ୨।୬-ବାଲେଶ୍ୱର ଜିଲାରେ ବିଦ୍ୟୁତ୍‌ ସମସ୍ୟା ଲାଗିରହିଥିବାରୁ ଏହାର ପ୍ରତିକାର ଲାଗି ବାଲେଶ୍ୱର ସିଭିଲ ସୋସାଇଟି ପକ୍ଷରୁ ଗତ ମେ’ ୨୭ରେ ୬ଦଫା ସମ୍ବଳିତ...

ଲଗାଣ ବର୍ଷାରେ ଫସଲ ନଷ୍ଟ

ରାଉରକେଲା ଅଫିସ,୨୩।୮: ଲଗାଣ ବର୍ଷା ଯୋଗୁ ରାଉରକେଲା ସହର ଆଖପାଖ ଅଞ୍ଚଳରେ ଫସଲ ନଷ୍ଟ ହୋଇଛି। ଫଳାରେ ବର୍ଷଯାକର ଆହାର ପାଇଁ ଚାଷ କରିଥିବା ଚାଷୀ...

Advertisement
Archives

Model This Week