ବ୍ରହ୍ମପୁର ଅଫିସ,୧ା୩ – ଶିଶୁ ଶ୍ରମିକ ଉଦ୍ଧାର ଓ ଥଇଥାନ ପାଇଁ ଅନେକ ଯୋଜନା କରାଯାଇଛି। ଏବେ ଶିଶୁ ଶ୍ରମିକ ଉଦ୍ଧାର ପାଇଁ ବ୍ରହ୍ମପୁର ପୋଲିସ ଜିଲାରେ ବଚପନ୍ ବଚାଓ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିରେ ଜିଲା ଶ୍ରମ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ କମିଟି ସଦସ୍ୟ, ଜୁଭେନାଇଲ ପୋଲିସ ଅଧିକାରୀ ଓ ଚାଇଲ୍ଡ ଲାଇନ କର୍ମକର୍ତ୍ତାଙ୍କୁ ନେଇ ୫ ଜଣିଆ ସ୍କ୍ବାଡ୍ ଗଠିତ ହୋଇଛି। ଏହି ସ୍ବତନ୍ତ୍ର ଡ୍ରାଇଭ ଗତ ମଙ୍ଗଳବାରରୁ ବ୍ରହ୍ମପୁର ପୋଲିସ ଜିଲାରେ ଆରମ୍ଭ ହୋଇଥିଲା। ଶନିବାର ଶେଷ ଦିନରେ ଏହି ସ୍କ୍ବାଡ୍ ଜରଡ଼ା ଥାନା ଇଲାକାରେ ଥିବା ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ କୌଣସି ଶିଶୁ ଶ୍ରମିକ ଉଦ୍ଧାର ହୋଇ ପାରି ନ ଥିବା ଜଣାପଡିଛି। ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ୧୦ ଥାନା ଇଲାକାରେ ବିପଜ୍ଜନକ ଓ ଅସ୍ବାସ୍ଥ୍ୟକର ପରିବେଶରେ କାମ କରୁଥିବା ଦୁଇ ଜଣ ନାବାଳିକା ଶିଶୁ ଶ୍ରମିକଙ୍କ ସମେତ ୪୧ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଜିଲା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର ସୂଚନା ଦେଇଛନ୍ତି। ବୈଦ୍ୟନାଥପୁର ଥାନା ଇଲାକାରୁ ୭ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଗୋଷାଣୀନୂଆଗଁା ଥାନା ଇଲାକାରୁ ୬, ଟାଉନ ଥାନା ଇଲାକାରୁ ୧୧, ବଡବଜାର ଅଞ୍ଚଳରୁ ୮ ଶିଶୁ ଶ୍ରମିକ ଓ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ସେହିପରି ଗୋପାଳପୁର ଥାନା ଅଞ୍ଚଳରୁ ଜଣେ, ଗୋଳନ୍ଥରା ଥାନା ଅଞ୍ଚଳରୁ ୩, ସଦର ଥାନା ଅଞ୍ଚଳରୁ ଜଣେ ନାବାଳିକା, ଦିଗପହଣ୍ଡି ଥାନା ଅଞ୍ଚଳରୁ ଜଣେ ଓ କେ.ନୂଆଗଁା ଥାନା ଅଞ୍ଚଳରୁ ୨ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିଲେ। ଉଦ୍ଧାର ଶିଶୁ ଶ୍ରମିକମାନଙ୍କୁ ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ କାଉନ୍ସେଲିଂ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଅନ୍ୟପଟେ ଉଦ୍ଧାର ଶିଶୁ ଶ୍ରମିକମାନେ କହିଛନ୍ତି, ପାରିବାରିକ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଆମେ ବିଭିନ୍ନ ସ୍ଥାନରେ କାମ କରୁଥିଲୁ। ଦିନକୁ ଖାଇବା ଓ ରହିବା ସୁବିଧା ସହ ୧୦୦ ରୁ ୨୦୦ ଟଙ୍କା ମିଳୁଥିଲା ବାପା ମା’ଙ୍କ ସହମତିରେ ଆମେ ଏଠାରେ କାମ କରୁଥିଲୁ ବୋଲି ସେମାନେ କହିଛନ୍ତି।

ପୂର୍ବତନ ବିଧାୟକ ରମେଶ ଗଞ୍ଜାମ ଜିଲା ବିଜେଡି ସଭାପତି
ବ୍ରହ୍ମପୁର ଅଫିସ,୨୨ା୨-ବ୍ରହ୍ମପୁର ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଗଞ୍ଜାମ ଜିଲା ବିଜେଡିର ନୂଆ ସଭାପତି ହୋଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ...

ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ
ବ୍ରହ୍ମପୁର ଅଫିସ,୪ା୭-ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଥିବା ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ...

ଏସ୍ଏଚ୍ଜି ସଭ୍ୟାଙ୍କୁ ମିଳୁନି ସାଇକେଲ
ବ୍ରହ୍ମପୁର,୩୦ା୬(ସ୍ମୃତି ରଞ୍ଜନ ମହାଲିକ): ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଏହାଦ୍ୱାରା ଗାଁଠାରୁ...

୨ ଦିନ ହେଲା ଗଞ୍ଜାମରେ ଟିକାକରଣ ବନ୍ଦ
ଛତ୍ରପୁର,୩୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ମେଗା କରୋନା ଟିକାକାରଣ ଚାଲିଥିଲା। ତେବେ ଟିକା ଅଭାବ ଯୋଗୁ ଜିଲାରେ ଦୁଇ ଦିନ ଧରି ଟିକାକାରଣ ବନ୍ଦ ରହିଛି ।...

ବେଆଇନ ଇଟାଭାଟି ସିଲ୍ କଲା ପ୍ରଶାସନ
ହିଞ୍ଜିଳିକାଟୁ, ୧୯ା୮(ଡି.ଏନ୍.ଏ)- ହିଞ୍ଜିଳିକାଟୁ ତହସିଲର ବିଭିନ୍ନ ବେଆଇନ ଇଟାଭାଟିରେ ପ୍ରଶାସନ ପକ୍ଷରୁ ସୋମାବର ଲାଲ ବାନା ଲଗାଯିବା ସହ ଭାଟିରେ ତାଲା ପକାଯାଇଛି। ହିଞ୍ଜିଳିକାଟୁ ତହସିଲର...

ବେପରୁଆ ଗାଡ଼ି ଚାଳକଙ୍କୁ ଜଗିବ ସ୍ପିଡ୍ ହଣ୍ଟର କ୍ୟାମେରା
ଛତ୍ରପୁର,୨୮ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଚିହ୍ନଟ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିପାଇଁ ସ୍ପିଡ୍ ହଣ୍ଟର ୨ ପ୍ଲସ୍ କ୍ୟାମେରା...
ମୋବାଇଲ କୋର୍ଟରେ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ
ବ୍ରହ୍ମପୁର ଅଫିସ,୧୨ା୯: ଗତ ୨ ଦିନ ଧରି ପରିବହନ ମାଜିଷ୍ଟ୍ରେଟ ଅନୁରାଧା ଶର୍ମାଙ୍କ ମୋବାଇଲ କୋର୍ଟ ଜରିଆରେ ଟ୍ରାଫିକ ନିୟମ ଉଲ୍ଲଂଘନ ଓ ପରିବହନ ନିୟମ...

ମହାମାୟୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଯାପିତ: ବି.ବ୍ରହ୍ମପୁର ଚାମ୍ପିୟନ
ବୁଗୁଡ଼ା,୯।୩(ଡି.ଏନ୍.ଏ.)- ବୁଗୁଡ଼ା ବ୍ଲକ ତାଳଶାକର ଗ୍ରାମରେ ଗତ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ମହାମାୟୀ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍...