ଦୁଇବର୍ଷର ଶିଶୁପୁତ୍ରକୁ ଶେଯରେ ଶୁଆଇ ଜୀବନ ହାରିଲେ ଶିକ୍ଷୟିତ୍ରୀ

କେନ୍ଦୁଝର,୧୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଓସ୍ତପଙ୍ଗା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ରହୁଥିବା ଭଡ଼ା ଘରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶିକ୍ଷୟିତ୍ରୀ ଜଣକ ଭଦ୍ରକ ଜିଲା ବାସୁଦେବପୁର ଥାନା ସାବରଙ୍ଗ ଗ୍ରାମର ବିନତୀ ସାହୁ ବୋଲି ଜଣାପଡ଼ିଛି। ସେ କିଛିବର୍ଷ ତଳେ ବିବାହ କରିଥିଲେ। ସ୍ବାମୀ ପ୍ରୀତିମାନ ଗିରି ଭୁବନେଶ୍ୱରରେ ରହି କାମ କରନ୍ତି। ଏବେ ଦିଲ୍ଲୀ ଟ୍ରେନିଂରେ ଯାଇଥିବା ଜଣାପଡ଼ିଛି। ତାଙ୍କର ଦୁଇ ବର୍ଷର ଏକ ପୁଅ ଅଛି। ଶିକ୍ଷୟିତ୍ରୀ ଜଣକ ଏହି ଛୋଟ ପିଲାଟିକୁ ଶୁଆଇ ଆତ୍ମହତ୍ୟା କରିଥିଲେ। ତେବେ କାରଣ ଜଣା ପଡ଼ିନାହିଁ। ପୋଲିସ ଖବର ପାଇ ରବିବାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ପୋଲିସ ସୂଚନା ଅନୁଯାୟୀ, ଶନିବାର ତାଙ୍କ ସ୍ବାମୀ ପ୍ରୀତିମାନ ଶିକ୍ଷୟିତ୍ରୀଙ୍କୁ ଫୋନ୍‌ କରିଥିଲେ। ମାତ୍ର ସେ ଉଠାଇ ନ ଥିଲେ। ଫୋନ୍‌ ନ ଉଠାଇବାରୁ ସେ ପଡ଼ୋଶୀ ଘରେ ରହୁଥିବା ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ସେମାନେ ଯାଇ କବାଟ ବାଡ଼େଇ ଥିଲେ ହେଁ ନ ଖୋଲିବାରୁ ଝରକା ପଟେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏନେଇ ପ୍ରୀତିମାନଙ୍କୁ ସୂଚନା ଦେବା ସହ ପୋଲିସକୁ ଜଣାଇଥିଲେ। ପାଖରେ ଶିଶୁ କମ୍ବଳରେ ଘୋଡ଼ାଇ ହୋଇ ଶୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ପଣ୍ଡାପଡ଼ା ଥାନା ଅଧିକାରିଣୀ ପଦ୍ମାଳୟା ସାହୁ କହିଛନ୍ତି, ଘରେ ମା’-ପୁଅ ରହୁଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କୁ ଦର୍ଶନ କଲେ ବିହାର ରାଜ୍ୟପାଳ

ପୁରୀ ଅଫିସ,୨୮ା୧୨:ବିହାର ରାଜ୍ୟପାଳ ଫଗୁ ଚୌହ୍ବାନ ଶନିବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ରାଜ୍ୟପାଳ ଚୌହ୍ବାନ ସିଂହଦ୍ୱାର ନିକଟରେ...

ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ ପାରଳାଖେମୁଣ୍ଡି ବନ ସଂରକ୍ଷକ: ଚିକିତ୍ସାଧୀନ ଅବସ୍ଥାରେ ବୁଜିଲେ ଆଖି

ପାରଳାଖେମୁଣ୍ଡି,୧୩।୭(ଡି.ଏନ୍‌.ଏ.): ସୋମବାର ନିଜ ସରକାରୀ ବାସଭବନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିବା ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ଆଖି ବୁଜିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ...

ଗାଁରେ ପଶି ଘର ଭାଙ୍ଗିଲେ ହାତୀପଲ

ଗୁଡ଼ଭେଲା,୮ା୧ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅଧୀନ ଜାମୁଟ, ରହେନମାଳ ଓ ତରଙ୍ଗମୁଣ୍ଡାରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ରବିବାର ସକାଳେ ଏହିସବୁ ଗ୍ରାମର...

ଫ୍ୟାମିଲି କୋର୍ଟରେ ହାଜର ହେଲେ ଅନୁଭବ-ବର୍ଷା

କଟକ ଅଫିସ,୧୬।୨: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା ତୁଟିବାର ନାଁ ନେଉନାହିଁ। ଗୁରୁବାର ଏହି ମାମଲାରେ ଅନୁଭବ-ବର୍ଷା...

ଗ୍ରାଉଣ୍ଡ ଜିରୋରେ କରୋନା ମୁକାବିଲା, ସରପଞ୍ଚଙ୍କ ସହ ଆଲୋଚନା କଲେ ଜିଲାପାଳ

ଛତ୍ରପୁର,୧୨ା୪(ଡି.ଏନ୍‌.ଏ.)- ଗଞ୍ଜାମରେ କରୋନା ମୁକାବିଲାର ସ୍ଥିତି ଜାଣିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସରପଞ୍ଚମାନଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। କରୋନା ପ୍ରତିହତ...

ଦ୍ୱନ୍ଦ୍ୱ ଦୂର କରିପାରୁନି ତଦନ୍ତ

ବଲାଙ୍ଗୀର ଅଫିସ, ୯।୧୧: କଳାହାଣ୍ଡି ଜିଲା କେଗଁା ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଅପହରଣ ଓ ହତ୍ୟା ଘଟଣାକୁ ମାସେ...

ଜାଲ୍‌ ଚେକ୍‌ ମାଧ୍ୟମରେ ୪୨ଲକ୍ଷ ଟଙ୍କା ଉଠାଇନେବାକୁ ଉଦ୍ୟମ: ଥାନାରେ ଏତଲା ଦେଲେ ଇଓ

ଭବାନୀପାଟଣା,୧।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍‌ଏସିର ଏକ ଜାଲ୍‌ ଚେକ୍‌ ମାଧ୍ୟମରେ ଜଣେ ବ୍ୟକ୍ତି ସ୍ଥାନୀୟ ଆକ୍ସିସ ବ୍ୟାଙ୍କରୁ ୪୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେବାକୁ...

ବାହା କରାଇ ନ ଦେବାରୁ ମା’ଙ୍କୁ ହତ୍ୟା

ଯାଜପୁର ଅଫିସ/ବିଞ୍ଝାରପୁର/ପ୍ରୀତିପୁର(ଡି.ଏନ.ଏ.),୬ା୩:ବାହା କରାଇ ନ ଦେବାରୁ ଗୋପାଳ ଓଝା ନାମକ ଜଣେ ଯୁବକ ତାଙ୍କ ମା’ ପ୍ରେମଲତାଙ୍କୁ କଟୁରିରେ ହାଣି ହତ୍ୟା କରିଛନ୍ତି। ଏଭଳି ଚାଞ୍ଚଲ୍ୟକର...

Advertisement
Archives

Model This Week