ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଖେଳକୁଦ ପ୍ରତିଯୋଗିତା

ବାରିପଦା ଅଫିସ,୧୬ା୧୧- ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶମତେ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ଲକ୍ଷ୍ମୀପୋଷିସ୍ଥିତ ସ୍ବତନ୍ତ୍ର ଅନ୍ଧ ଓ ବଧିର ବିଦ୍ୟାଳୟର ଖେଳପଡିଆରେ ମୟୂରଭଞ୍ଜ ଜିଲାର ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନଙ୍କ ଏକ ଜିଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା-୨୦୧୯ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବିନୀତ ଭରଦ୍ୱାଜ ପତାକା ଉତ୍ତୋଳନ କରି ଏହି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀ, ଜିଲା କ୍ରୀଡ଼ା ଅଧିକାରୀ ଭୋଜରାଜ ମହାପାତ୍ର, ସମସ୍ତ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ଉପସ୍ଥିତ ଥିଲେ ା
ଜିଲାର ସମସ୍ତ ସ୍ବତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀଛାତ୍ର ଓ ସାଧାରଣ ବିଦ୍ୟାଳୟର କେତେକ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଜିଲାର ବିଭିନ୍ନ ହାଇସ୍କୁଲର ଖେଳ ଶିକ୍ଷକ, ଲକ୍ଷ୍ମୀପୋଷି ସ୍ବତନ୍ତ୍ର ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ, କର୍ମଚାରୀମାନେ ପ୍ରତିଯୋଗିତା ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ। ଉଦ୍‌ଯାପନୀ ସମାରୋହରେ ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ା ପତାକାକୁ ଅବତରଣ କରି କୃତୀ ପ୍ରତିଯୋଗୀମାନଙ୍କୁ ଆର୍ଥତ୍କ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱାରଶୁଣି ଘାଟିରେ ୫୦ ଫୁଟ ତଳକୁ ଖସିଲା ଟ୍ରକ

ବାଙ୍ଗିରିପୋଷି,୯ା୮(ଡି.ଏନ୍‌.ଏ.)- ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିର ପ୍ରଥମ ବାଙ୍କରେ କଲିକତା ଅଭିମୁଖେ ଯାଉଥିବା ଏକ ସ୍ପଞ୍ଜ ରୋଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାରୁ...

ପାଣି ପାଇଁ ହଇରାଣ

ବାରିପଦା ଅଫିସ,୬।୯: ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଧୀନ ବାଇଗଣବାଡ଼ିଆ ପଞ୍ଚାୟତର ଭୁଲଗଡ଼ିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଓରେଡା ପକ୍ଷରୁ ଏହି ଗଁାରେ ନିର୍ମାଣ...

୬ବର୍ଷର ପୁଅକୁ କଚାଡି ମାରିଲେ ବାପା

କପ୍ତିିପଦା,୩।୯(ଡି.ଏନ.ଏ.):ମୟୁରଭଞ୍ଜ ଜିଲା ଶରତ ଥାନା ଲାବଣ୍ୟଦେଇପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ମାନସିକ ବିକୃତ ବାପା ନିଜର ୬ ବର୍ଷର ପୁଅକୁ କଚାଡି ମାରିଦେଇଛନ୍ତି।...

ଶିମିଳିପାଳରୁ ଶିକାରୀ ଗିରଫ

ଖୁଣ୍ଟା,୨୫ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ଡୁକୁରା ୱାଇଲ୍ଡ ଲାଇଫ୍‌ ରେଞ୍ଜ ଅଞ୍ଚଳରୁ ସୋମବାର ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି। ଗିରଫ ଶିକାରୀ...

ମୟୂରଭଞ୍ଜ ବ୍ୟବସାୟୀ ସଂଘର ବୈଠକ

ବାରିପଦା ଅଫିସ, ୨୯ା୪- ମୟୂରଭଞ୍ଜ ବ୍ୟବସାୟୀ ସଂଘ ପକ୍ଷରୁ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶ ତଥା ବିଶ୍ୱରେ ଦେଖା ଦେଇଥିବା ମହାମାରୀ କରୋନାର...

ସ୍ତ୍ରୀଙ୍କୁ ପିଟି ପିଟି ମାରିଦେଲେ

କପ୍ତିପଦା,୨୨।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ପେଡାଗଡି ପଞ୍ଚାୟତ କରପଦା ଗ୍ରାମରେ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ଅଭିଯୋଗରେ...

ଆମ୍ବୁଲାନ୍ସରୁ ସରିଗଲା ତେଲ: ଡାକ୍ତରଖାନା ଯିବା ରାସ୍ତାରେ ଆଖିବୁଜିଲେ ମା’, ଗର୍ଭସ୍ଥ ଶିଶୁ

ବାରିପଦା ଅଫିସ,୫।୧୦: ଡାକ୍ତରଖାନା ଯିବା ରାସ୍ତାରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ଗର୍ଭବତୀ ମହିଳା ଏବଂ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ। ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା...

ଆର୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ଖୁଣ୍ଟା(ଦେବରଞ୍ଜନ ବେହେରା)/ଗୋପବନ୍ଧୁ ନଗର(ଶାନ୍ତନୁ କୁମାର ମଢୁଆଳ),  ୬ା୮ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶର ଖୁଣ୍ଟା ତହସିଲ ଅଧୀନ ସୁବର୍ଣ୍ଣମଞ୍ଜରୀ ଅଞ୍ଚଳର ବଡ଼ପଥରା ରାଜସ୍ବ ନିରୀକ୍ଷକ...

Advertisement
Archives

Model This Week