Posted inଖେଳ

ଦିବାରାତ୍ର ଟେଷ୍ଟ: ଆନନ୍ଦ-କାର୍ଲସେନ ଇଡେନ ଘଣ୍ଟି ବଜାଇବେ

କୋଲକାତା, ୮।୧୧(ପି.ଟି.)- ଆସନ୍ତା ୨୨ରୁ ୨୬ ତାରିଖ ମଧ୍ୟରେ ଇଡେନ ଗାର୍ଡେନ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଳିବ। ଭାରତ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ଖେଳିବାକୁ ଯାଉଥିବା ବେଳେ ଏହି ଐତିହାସିକ ମୁହୂର୍ତ୍ତରେ ଦୁଇ ଚେସ୍‌ ସୁପରଷ୍ଟାର ବିଶ୍ୱନାଥନ ଆନନ୍ଦ ଓ ନରଓ୍ବେର ମାଗ୍ନସ କାର୍ଲସେନ ଇଡେନ ଗାର୍ଡନର ଘଣ୍ଟି ବଜାଇବେ। ପରମ୍ପରା ଦୃଷ୍ଟିକୋଣରୁ ପୂର୍ବତନ ବିଶ୍ୱ ଚାମ୍ପିୟନ ଆନନ୍ଦ ଓ ଏବେକାର ବିଶ୍ୱ ଚାମ୍ପିୟନ କାର୍ଲସେନ ମ୍ୟାଚ୍‌ର ୫ ଦିନ ମଧ୍ୟରେ ଗୋଟିଏ ଦିନରେ ଘଣ୍ଟି ବଜାଇବେ। ନବନିର୍ବାଚିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ଇଚ୍ଛା ଅନୁଯାୟୀ ଏହି କାର୍ଯ୍ୟସମ୍ପନ୍ନ ହେବ। ତେବେ କାର୍ଲସେନ ଖୁବଶୀଘ୍ର ଏ ନେଇ ସମ୍ମତି ଜଣାଇବେ ବୋଲି ଆଶା କରାଯାଉଛି। ଗ୍ରାଣ୍ଡ ଚେସ୍‌ ଟୁରର ଅଂଶସ୍ବରୂପ ଟାଟା ଷ୍ଟିଲ୍‌ ଚେସ ଇଣ୍ଡିଆ- ରାପିଡ ଓ ବ୍ଲିଜ ୨୦୧୯ ପ୍ରତିଯୋଗିତାରେ ଏହି ତାରକା ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।
ଇଡେନ ଘଣ୍ଟି ବଜାଇବାକୁ ବିସିସିଆଇ କାର୍ଲସେନଙ୍କୁ ନିମନ୍ତ୍ରଣ କରିଛି। ଯଦି ସମୟ ମିଳେ ତା’ହେଲେ ଆନନ୍ଦ ଓ କାର୍ଲସେନ କୌଣସି ଗୋଟିଏ ଦିନରେ ଉପସ୍ଥିତ ରହିବେ ଗୁରୁବାର ଏହି ଗସ୍ତର ବ୍ରାଣ୍ଡିଂ ପାର୍ଟନର ଓ ଅଫିସିଆଲ ସ୍ପୋନସର ଓ ଗେମ୍‌ପ୍ଲାନ ସ୍ପୋଟର୍‌ସ ନିର୍ଦ୍ଦେଶକ ଜିତ୍‌ ବାନାର୍ଜୀ କହିଛନ୍ତି। ଆନନ୍ଦ ନିମନ୍ତ୍ରଣ ସ୍ବୀକାର କରି ସାରିଛନ୍ତି ବୋଲି କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ତରଫରୁ କୁହାଯାଇଛି। ତେବେ କାର୍ଲସେନଙ୍କ ସମ୍ମତିକୁ ଅପେକ୍ଷା କରାଯାଇଛି। ମ୍ୟାଚ୍‌ ଅପରାହ୍ନ ୧ଟାରେ ଆରମ୍ଭ ହେବ। ପ୍ରଥମ ଦିବସରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଇଡେନ ଘଣ୍ଟି ବଜାଇବା ପରେ ମ୍ୟାଚ ଆରମ୍ଭ ହେବ। ଏହି ଅବସରରେ ଏକାଧିକ ଭାରତୀୟ କ୍ରୀଡ଼ା ତାରକା ଉପସ୍ଥିତ ରହିବେ। ସେମାନଙ୍କ ମଧ୍ୟରେ ସାନିଆ ମିର୍ଜା, ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ଓ ବକ୍ସିଂ ସୁପରଷ୍ଟାର ଏମ୍‌.ସି. ମେରୀକମ ସାମିଲ ରହିଛନ୍ତି।
ଏହି ଅବସରରେ ୨୦୦୦ରେ ଭାରତ ଓ ବାଂଲାଦେଶ ମଧ୍ୟ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିବା କ୍ରିକେଟରଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ମ୍ୟାଚ୍‌ରେ ଗାଙ୍ଗୁଲି ଅଧିନାୟକ ହିସାବରେ ପଦାର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶୁଭମନଙ୍କ ଦ୍ୱିଶତକ

ଖ୍ରୀଷ୍ଟଚର୍ଚ୍ଚ,୨।୨(ପି.ଟି.)- ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଥିବା ଶୁବମନ ଗିଲ ୪ ଦିନିଆ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିଛନ୍ତି।...

ଦୁବାଇରେ ଏସିଆ କପ୍‌: ଭାରତ,ପାକିସ୍ତାନ ଖେଳିବେ

କୋଲକାତା, ୨୯ା୨ (ପି.ଟି.)-ପରବର୍ତ୍ତୀ ଏସିଆ କପ୍‌ କ୍ରିକେଟ ଦୁବାଇରେ ହେବ। ଏହି ମହାଦେଶୀୟ ଟୁର୍ନାମେଣ୍ଟରେ ଉଭୟ ଭାରତ ଓ ପାକିସ୍ତାନ ଅଂଶଗ୍ରହଣ କରିବାରେ କୌଣସି ଅସୁବିଧା...

ଜର୍ମାନୀରେ ୩ ମାସ ଫସି ରହିବା ପରେ ଭାରତ ଫେରିଲେ ଆନନ୍ଦ

ଚେନ୍ନାଇ,୩୦।୫(ପି.ଟି.): ଶେଷରେ ପୂର୍ବତନ ବିଶ୍ୱ ଚେସ୍‌ ଚାମ୍ପିୟନ ବିଶ୍ୱନାଥନ୍‌ ଆନନ୍ଦ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। କୋଭିଡ୍‌-୧୯ ମହାମାରୀ କାରଣରୁ ଲାଗୁ ଥିବା ଯାତ୍ରା କଟକଣା ପାଇଁ...

ଏତିକି ଟଙ୍କାର ଘଣ୍ଟା ପିନ୍ଧି ଅଷ୍ଟ୍ରେଲିଆ ଗଲେ କୋହଲି, କିଣି ହୋଇଯିବ ବଡ଼ ଫ୍ଲାଟ୍‌

ମୁମ୍ବାଇ,୬।୧୦: ଭାରତୀୟ କ୍ରିକେଟ ଦଳ ଗୁରୁବାର ସକାଳେ ଟି-୨୦ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛି। ବିସିସିଆଇ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର...

ଭାରତୀୟ କବାଡ଼ି ଦଳର ପାକିସ୍ତାନ ଗସ୍ତ ଉପରେ ତଦନ୍ତ ହେବ

ଅମ୍ରିତସର/ନୂଆଦିଲ୍ଲୀ,୧୮।୨- ପାକିସ୍ତାନରେ ଅନୁଷ୍ଠିତ ସର୍କଲ କବାଡ଼ି ବିଶ୍ୱକପ୍‌ରେ ସ୍ବୀକୃତି ପାଇ ନ ଥିବା ଭାରତୀୟ ଦଳ ଅଂଶଗ୍ରହଣ କରିଥିଲା। ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କ୍ରୀଡ଼ା...

‘ପୂରା ଭାରତ ତୁମ ପଛରେ ଅଛି’

ଦୁବାଇ,୪।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ବୁଧବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୬ ରନ୍‌ରେ ସ୍କଟଲାଣ୍ଡକୁ ହରାଇ ଦେଇଛି। ଏହି ମ୍ୟାଚ୍‌ରେ ସ୍କଟଲାଣ୍ଡ ଜିତିଥିଲେ, ଟିମ୍‌...

ଫ୍ରେଞ୍ଚ ଓପନ: ଟଏଲେଟ୍‌ ଯିବା ଉପରେ କଟକଣା

ପ୍ୟାରିସ୍‌,୨୫ା୫(ଏଏଫ୍‌ପି)-ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାରେ ଏଥର ଖେଳାଳିଙ୍କ ଲାଗି ଟଏଲେଟ୍‌ ବ୍ରେକ୍‌ ସଂଖ୍ୟାକୁ ସୀମିତ କରିବା ଲାଗି ଆୟୋଜକଗଣ ନିଷ୍ପତ୍ତି ନେଇଛନ୍ତି। ଏଥର ଏକ...

ହାତରେ ଛତା, ବ୍ୟାଟ୍‌ ଧରି ପଡିଆକୁ ଓହ୍ଲାଇଲେ ରୋହିତ୍‌

ପୋର୍ଟ ଅଫ ସ୍ପେନ,୧୧।୮: ବର୍ଷା ଯୋଗୁ ପ୍ରଥମ ଦିନିକିଆ ଧୋଇଯିବା ପରେ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ରବିବାର ସିରିଜର ଦ୍ୱିତୀୟ ମ୍ୟାଚରେ ପରସ୍ପରକୁ ଭେଟିବେ।...

Advertisement
Archives

Model This Week