ଦିନକରେ ୫୬ ହଜାର ଆକ୍ରାନ୍ତ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୬ା୪ : ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଉଗ୍ରରୂପ ଦେଖାଇଛି। ବିଶ୍ୱର ୨୦୫ ଦେଶରେ ସେ ନିଜର ଅଧିକାର ଜାହିର କରିବା ସହ ୧୨ ଲକ୍ଷ ୫୦ ହଜାର ଲୋକଙ୍କୁ ନିଜ କବ୍ଜାକୁ ନେଇଛି। ଅଦ୍ୟାବଧି ମୃତ୍ୟୁସଂଖ୍ୟା ୬୮ ହଜାର ଛୁଇଁଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି। ଗୋଟିଏ ଦିନରେ ୫୬ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଗୋଟିଏ ଦିନରେ ବିଶ୍ୱର ୩,୧୬୩ ଲୋକ କରୋନା ଭୂତାଣୁ ସଂସ୍ପର୍ଶରେ ଆସି ଜୀବନ ହରାଇଛନ୍ତି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବିଶ୍ୱର ସବୁଠାରୁ ବିତ୍ତଶାଳୀ ରାଷ୍ଟ୍ର ଆମେରିକା। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୩ ଲକ୍ଷ ୨୭ ହଜାରରେ ପହଞ୍ଚି ଥିବାବେଳେ ମୃତ୍ୟୁସଂଖ୍ୟା ୯,୩୨୫ ଛୁଇଁଛି। ଗୋଟିଏ ଦିନରେ ଏଠାରେ ୧୧,୬୩୮ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ରହିଛି ୮୭୦। ପରିସ୍ଥିତି ଏଠାରେ ଅସମ୍ଭାଳ ହୋଇପଡ଼ିଛି। କରୋନାର ସଫଳ ଚିକିତ୍ସା ଲାଗି ଔଷଧ ବାହାରି ନ ଥିବା ବେଳେ ବିଶ୍ୱବ୍ୟାପୀ ଆଲୋଡ଼ନ ଖେଳିଯାଇଛି।
ଆମେରିକା ପରେ ସବୁଠାରୁ ଅଧିକ ଆକ୍ରାନ୍ତ ସ୍ପେନ୍‌ରେ ଦେଖିବାକୁ ମିଳିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧,୩୦,୭୬୭ ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ୧୨,୪୨୦ରେ ଥିବାବେଳେ ପରିସ୍ଥିତି ସଙ୍ଗିନ ହୋଇପଡ଼ିଛି। ସେହିଭଳି ଇଟାଲୀରେ ସର୍ବାଧିକ ୧୫,୮୯୦ ବ୍ୟକ୍ତି ପ୍ରାଣ ହରାଇଲେଣି। ସଂକ୍ରମିତଙ୍କ ସଂଖ୍ୟା ଏଠାରେ ପହଞ୍ଚିଛି ୧,୨୮,୯୯୮ରେ। ବ୍ରିଟେନରେ ୪୮ ହଜାର ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪,୯୩୪ରେ ପହଞ୍ଚିଛି। ଏଠାରେ ଗତ ୨୪ ଘଣ୍ଟାରେ ୬୨୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଜର୍ମାନୀ, ଫ୍ରାନ୍ସ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଜର୍ମାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୯୮,୭୭୫ରେ ପହଞ୍ଚି ଥିବାବେଳେ ମୃତ୍ୟୁସଂଖ୍ୟା ୧,୫୨୩କୁ ବଢ଼ିଛି। ଫ୍ରାନ୍ସରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାଖାପାଖି ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୭,୫୬୦କୁ ବୃଦ୍ଧିପାଇଛି। କେବଳ ସେତିକି ନୁହେଁ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ମଧ୍ୟ ଅଧିକ ମାତ୍ରାରେ କରୋନା ଭୂତାଣୁ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି। ଚାଇନାରେ ମୃତ୍ୟୁସଂଖ୍ୟା ୩,୩୨୯ ରହିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ଉପରେ ରହିଛି। ଇରାନରେ ୫୮ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ରହିଥିବା ବେଳେ ୩,୬୦୩ ଲୋକ ଜୀବନ ହରାଇଛନ୍ତି। ତୁର୍କୀରେ ୫୦୧ ଜଣ ପ୍ରାଣ ହରାଇଥିବା ବେଳେ ୨୪ ହଜାରରୁ ଅଧିକ ସଂକ୍ରମିତ ଥିବା ଜଣାପଡ଼ିଛି। ସୁଇଜରଲାଣ୍ଡରେ ମୃତ୍ୟୁସଂଖ୍ୟା ୬୮୫ରେ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୨୧,୧୦୦କୁ ବୃଦ୍ଧିପାଇଛି। ବେଲଜିୟମରେ ୧,୪୪୭ ଜୀବନ ଯାଇଥିବା ବେଳେ ନେଦରଲାଣ୍ଡ୍ସ୍‌ରେ ୧, ୭୬୬ , ବ୍ରାଜିଲରେ ୪୪୮, ସ୍ବିଡେନରେ ୪୦୧, ଡେନ୍‌ମାର୍କରେ ୧୭୯, ରୋମାନିଆରେ ୧୫୧, ଇକ୍ୱେଡ଼ରରେ ୧୭୨, ଫିଲିପାଇନ୍ସରେ ୧୫୪ ଲୋକ ପ୍ରାଣ ହରାଇଲେଣି। କ୍ରମଶଃ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଡବ୍ଲ୍ୟୁଏଚ୍‌ଓ, ୟୁଏନ୍‌ ଭଳି ବିଶ୍ୱସ୍ତରୀୟ ସଙ୍ଗଠନଗୁଡ଼ିକ କିଂ କର୍ତ୍ତବ୍ୟ ବିମୂଢ଼ ହୋଇପଡ଼ିଛନ୍ତି। କେବଳ ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଭକ୍ତରେ ଗଡ଼ିବ ରୁକୁଣା ରଥଯାତ୍ରା!

ଭୁବନେଶ୍ୱର,୮।୪(ବ୍ୟୁରୋ): ଚଳିତ ବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ନେଇ ଲାଗିରହିଛି ଅନିଶ୍ଚିତତା। ଗୁରୁବାର ବିଡିଏ କାର୍ଯ୍ୟାଳୟରେ ୪ ନିଯୋଗ ଓ ବିଏମ୍‌ସି କମିଶନରଙ୍କୁ...

ପ୍ରଥମଥର ମୁହଁ ଖୋଲିଲେ ଜେଲେନ୍‌ସ୍କି, କହିଲେ ଯୁଦ୍ଧରେ ୧,୩୦୦ ସେନାଙ୍କର ହେଲାଣି ମୃତ୍ୟୁ

କ୍ୱିଭ,୧୩ ।୩: ୟୁକ୍ରେନ୍ ଉପରେ ପ୍ରଥମେ ୨୪ ଫେବୃୟାରୀ ୨୦୨୨ରେ ରୁଷିଆ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା । ଏହାରି ଭିତରେ ଏହି ଯୁଦ୍ଧକୁ...

ଚାଇନା ସହିତ ଆମେ ବିବାଦ ଚାହୁଁନାହୁଁ: ବାଇଡେନ

ନ୍ୟୁୟର୍କ,୨୭।୧୦: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶର ବରିଷ୍ଠ ସାମରିକ ପରାମର୍ଶଦାତାଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଚାଇନା ସହିତ ଆମେରିକା କଦାପି ବିବାଦ...

‘ଅଗଷ୍ଟ ସୁଦ୍ଧା ୩୦ କୋଟିଙ୍କୁ ଟିକା’

ନୂଆଦିଲ୍ଲୀ, ୧।୧୨: ୨୦୨୧ ଅଗଷ୍ଟ ସୁଦ୍ଧା ଦେଶର ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୋମବାର କହିଛନ୍ତି। ଆଗାମୀ ୪...

ଓମିକ୍ରନ୍‌ ତାଣ୍ଡବ ଆରମ୍ଭ, ବହୁ ଲୋକ ନେଇ ନାହାନ୍ତି ଟିକାର ଗୋଟିଏ ବି ଡୋଜ୍‌…

ଜେନେଭା, ୧୩।୧ : ପୃଥିବୀରେ କୋଭିଡ -୧୯ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏହାର ସଦ୍ୟତମ ମହାମାରୀ ରିପୋର୍ଟରେ ଉଲ୍ଲେଖ କରିଛି...

କରତାରପୁର କରିଡର: ଭାରତର ପ୍ରସ୍ତାବକୁ ମାନିଲା ପାକିସ୍ତାନ

ନୂଆଦିଲ୍ଲୀ,୧୪।୭: କରତାରପୁର କରିଡରକୁ ନେଇ ରବିବାର ପାକିସ୍ତାନର ଓ୍ବାଘା ସୀମାରେ ଚାଲିଥିବା ବୈଠକ ଶେଷ ହୋଇଛି। ଏହି ବୈଠକରେ ଭାରତ ଯେଉଁ ପ୍ରସ୍ତାବ ରଖିଥିଲା ତାହାକୁ...

ଚାଇନାକୁ ବାଇଡେନ୍‌ ସରକାରଙ୍କ ଚେତାବନୀ

ଓ୍ବାଶିଂଟନ, ୨୪।୧: ଆମେରିକାର ଜୋ ବାଇଡେନ୍‌ ସରକାରଙ୍କ ପକ୍ଷରୁ ଚାଇନାକୁ ଚେତାବନୀ ଦିଆଯାଇଛି। ତାଇଓ୍ବାନ ବିରୋଧରେ ଚାଇନା ପକ୍ଷରୁ କରାଯାଉଥିବା ସୈନ୍ୟ ବାହିନୀ କାର୍ଯ୍ୟ କଳାପ,...

CORONAVIRUS UPDATE: ରାଜ୍ୟରୁ ଆଜି ୩,୨୬୭ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮କୁ ବୃଦ୍ଧି

ଭୁବନେଶ୍ୱର,୪ା୯(ବ୍ୟୁରୋ): ଶୁକ୍ରବାର ୩୦ ଜିଲାରୁ ୩,୨୬୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...

Advertisement
Archives

Model This Week