ଦିନକରେ ୫୬ ହଜାର ଆକ୍ରାନ୍ତ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୬ା୪ : ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଉଗ୍ରରୂପ ଦେଖାଇଛି। ବିଶ୍ୱର ୨୦୫ ଦେଶରେ ସେ ନିଜର ଅଧିକାର ଜାହିର କରିବା ସହ ୧୨ ଲକ୍ଷ ୫୦ ହଜାର ଲୋକଙ୍କୁ ନିଜ କବ୍ଜାକୁ ନେଇଛି। ଅଦ୍ୟାବଧି ମୃତ୍ୟୁସଂଖ୍ୟା ୬୮ ହଜାର ଛୁଇଁଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି। ଗୋଟିଏ ଦିନରେ ୫୬ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଗୋଟିଏ ଦିନରେ ବିଶ୍ୱର ୩,୧୬୩ ଲୋକ କରୋନା ଭୂତାଣୁ ସଂସ୍ପର୍ଶରେ ଆସି ଜୀବନ ହରାଇଛନ୍ତି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବିଶ୍ୱର ସବୁଠାରୁ ବିତ୍ତଶାଳୀ ରାଷ୍ଟ୍ର ଆମେରିକା। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୩ ଲକ୍ଷ ୨୭ ହଜାରରେ ପହଞ୍ଚି ଥିବାବେଳେ ମୃତ୍ୟୁସଂଖ୍ୟା ୯,୩୨୫ ଛୁଇଁଛି। ଗୋଟିଏ ଦିନରେ ଏଠାରେ ୧୧,୬୩୮ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ରହିଛି ୮୭୦। ପରିସ୍ଥିତି ଏଠାରେ ଅସମ୍ଭାଳ ହୋଇପଡ଼ିଛି। କରୋନାର ସଫଳ ଚିକିତ୍ସା ଲାଗି ଔଷଧ ବାହାରି ନ ଥିବା ବେଳେ ବିଶ୍ୱବ୍ୟାପୀ ଆଲୋଡ଼ନ ଖେଳିଯାଇଛି।
ଆମେରିକା ପରେ ସବୁଠାରୁ ଅଧିକ ଆକ୍ରାନ୍ତ ସ୍ପେନ୍‌ରେ ଦେଖିବାକୁ ମିଳିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧,୩୦,୭୬୭ ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ୧୨,୪୨୦ରେ ଥିବାବେଳେ ପରିସ୍ଥିତି ସଙ୍ଗିନ ହୋଇପଡ଼ିଛି। ସେହିଭଳି ଇଟାଲୀରେ ସର୍ବାଧିକ ୧୫,୮୯୦ ବ୍ୟକ୍ତି ପ୍ରାଣ ହରାଇଲେଣି। ସଂକ୍ରମିତଙ୍କ ସଂଖ୍ୟା ଏଠାରେ ପହଞ୍ଚିଛି ୧,୨୮,୯୯୮ରେ। ବ୍ରିଟେନରେ ୪୮ ହଜାର ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪,୯୩୪ରେ ପହଞ୍ଚିଛି। ଏଠାରେ ଗତ ୨୪ ଘଣ୍ଟାରେ ୬୨୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଜର୍ମାନୀ, ଫ୍ରାନ୍ସ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଜର୍ମାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୯୮,୭୭୫ରେ ପହଞ୍ଚି ଥିବାବେଳେ ମୃତ୍ୟୁସଂଖ୍ୟା ୧,୫୨୩କୁ ବଢ଼ିଛି। ଫ୍ରାନ୍ସରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାଖାପାଖି ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୭,୫୬୦କୁ ବୃଦ୍ଧିପାଇଛି। କେବଳ ସେତିକି ନୁହେଁ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ମଧ୍ୟ ଅଧିକ ମାତ୍ରାରେ କରୋନା ଭୂତାଣୁ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି। ଚାଇନାରେ ମୃତ୍ୟୁସଂଖ୍ୟା ୩,୩୨୯ ରହିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ଉପରେ ରହିଛି। ଇରାନରେ ୫୮ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ରହିଥିବା ବେଳେ ୩,୬୦୩ ଲୋକ ଜୀବନ ହରାଇଛନ୍ତି। ତୁର୍କୀରେ ୫୦୧ ଜଣ ପ୍ରାଣ ହରାଇଥିବା ବେଳେ ୨୪ ହଜାରରୁ ଅଧିକ ସଂକ୍ରମିତ ଥିବା ଜଣାପଡ଼ିଛି। ସୁଇଜରଲାଣ୍ଡରେ ମୃତ୍ୟୁସଂଖ୍ୟା ୬୮୫ରେ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୨୧,୧୦୦କୁ ବୃଦ୍ଧିପାଇଛି। ବେଲଜିୟମରେ ୧,୪୪୭ ଜୀବନ ଯାଇଥିବା ବେଳେ ନେଦରଲାଣ୍ଡ୍ସ୍‌ରେ ୧, ୭୬୬ , ବ୍ରାଜିଲରେ ୪୪୮, ସ୍ବିଡେନରେ ୪୦୧, ଡେନ୍‌ମାର୍କରେ ୧୭୯, ରୋମାନିଆରେ ୧୫୧, ଇକ୍ୱେଡ଼ରରେ ୧୭୨, ଫିଲିପାଇନ୍ସରେ ୧୫୪ ଲୋକ ପ୍ରାଣ ହରାଇଲେଣି। କ୍ରମଶଃ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଡବ୍ଲ୍ୟୁଏଚ୍‌ଓ, ୟୁଏନ୍‌ ଭଳି ବିଶ୍ୱସ୍ତରୀୟ ସଙ୍ଗଠନଗୁଡ଼ିକ କିଂ କର୍ତ୍ତବ୍ୟ ବିମୂଢ଼ ହୋଇପଡ଼ିଛନ୍ତି। କେବଳ ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା

କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ  ନିରୀକ୍ଷକ (ଆର୍‌.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର…

ଟ୍ରମ୍ପଙ୍କ ଧମକ ପରେ ଇରାନର ପ୍ରତିଆକ୍ରମଣ, କହିଲା ‘ଯଦି ଆମେରିକା ବିଶ୍ୱାସଘାତକତା କରେ, ତେବେ ପରିଣାମ ଭୋଗିବ’

ତେହରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ସହିତ ଯୁଦ୍ଧବିରତି ଶେଷ ଘୋଷଣା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ଏକ…

ଆରମ୍ଭ ହୋଇଛି କି ‘ଅପରେଶନ ଟାଇଗର-୩’? ଉଦ୍ଧବ ଗୋଷ୍ଠୀର ୧୦ ବିଧାୟକ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି

ମୁମ୍ବାଇ,୧୧।୦୭: ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଘଟଣାକ୍ରମକୁ ନେଇ କଳ୍ପନାଜଳ୍ପନା ପୁଣି ଥରେ ତୀବ୍ର ହୋଇଛି। ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଗୋଷ୍ଠୀ ‘ଅପରେଶନ ଟାଇଗର-୩’ ପାଇଁ…

ଯନ୍ତ୍ରଣା ବଖାଣିଲେ ଦୀପିକା: ବାଥରୁମ୍‌ ପର୍ଯ୍ୟନ୍ତ ଯିବାକୁ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜିକାଲି ଗର୍ଭବତୀ ଅଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଦୀପିକା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିୟମିତ ଭାବରେ…

ଆସୁଛି ପୁଣି ଲଘୁଚାପ: ପ୍ରବଳ ବର୍ଷିବ, ଆଲର୍ଟ ଜାରି

ଭୁବନେଶ୍ୱର,୧୧।୬: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆଗାମୀ ୭ ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗାଙ୍ଗେଟିକ…

ସୁପ୍ରିମକୋର୍ଟରେ କାଗଜପତ୍ର ଫିଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବନି କୌଣସି କାର୍ଯ୍ୟାନୁଷ୍ଠାନ: CJI ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୧।୭: ସୁପ୍ରିମକୋର୍ଟ ଖଣ୍ଡପୀଠ ସମ୍ମୁଖରେ କାଗଜ ଫିଙ୍ଗିଥିବା ଏବଂ ଅପମାନଜନକ ଭାଷା ବ୍ୟବହାର କରିଥିବା ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମୁଖ୍ୟ ବିଚାରପତି…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri