ଦାରା ସିଂଙ୍କ ସହଯୋଗୀଙ୍କୁ ଗିରଫ କଲା ସି. ବି.ଆଇ.

ଠାକୁରମୁଣ୍ଡା,୨୧ା୯(ଡି.ଏନ୍‌.ଏ.)- ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁତ୍ରଙ୍କୁ ପୋଡ଼ି ହତ୍ୟା କରିଥିବା ଘଟଣାରେ ଫେରାର ଥିବା ଦାରା ସିଂଙ୍କ ଜଣେ ସହଯୋଗୀଙ୍କୁ ଗୁରୁବାର ବିଳମ୍ବିତ ରାତିରେ କୋଲ୍‌କାତାର ସି.ବି.ଆଇ. ଟିମ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବୁଦ୍ଧଦେବ ନାୟକ। ଠାକୁରମୁଣ୍ଡା ଥାନା ଭରାଣ୍ଡିହା ପଞ୍ଚାୟତ ଅନ୍ତର୍ଗତ ନିଶ୍ଚିନ୍ତପୁର ଗ୍ରାମସ୍ଥିତ ଘରୁ ତାଙ୍କୁ ଗିରଫ କରି ଭୁବନେଶ୍ୱର ନିଆଯାଇଥିବା ଠାକୁରମୁଣ୍ଡା ପୋଲିସ ସୂତ୍ରରୁ ଜଣାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ଜାନୁୟାରୀ ୨୨ ତାରିଖରେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମ ଚର୍ଚ୍ଚ ସମ୍ମୁଖରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁତ୍ରଙ୍କୁ ଦାରା ସିଂ ଓ ତାଙ୍କ ସହଯୋଗୀମାନେ ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସେତେବେଳେ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ପାଇଁ ମଝି ନଈରେ ଫସିଲେ ୨ଭାଇ : ଭରା ନଈ ପହଁରି ସୁରକ୍ଷିତ ଫେରିଲେ

ବାଙ୍ଗିରିପୋଷି,୨୨।୯(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଅଞ୍ଚଳରେ ୨ ଭାଇ ନଦୀ ମଝିରେ ଛେଳି ଉଦ୍ଧାର କରିବାକୁ ଯାଇ ଦୀର୍ଘ ସମୟ ବନ୍ୟା ପାଣି ଘେରରେ ରହିବା ପରେ...

ବଜ୍ରପାତରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ବାରିପଦା ଅଫିସ/ରାଇରଙ୍ଗପୁର,୧୬ା୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ପଢିଆ ଗ୍ରାମ ନିକଟରେ ସୋମବାର ବଜ୍ରପାତରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ...

ବହଳଦାର ପ୍ରସିଦ୍ଧ ଇନ୍ଦ୍ରଉତ୍ସବ ଆରମ୍ଭ

ବହଳଦା,୧୨ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବହଳଦାର ପ୍ରସିଦ୍ଧ ଇନ୍ଦ୍ରଉତ୍ସବ ମଙ୍ଗଳବାର ରାତିରେ ଆରମ୍ଭ ହୋଇଛି । ରାଜାରାଜୁଡା ସମୟରୁ ଆରମ୍ଭ ହୋଇଥିବା ଏହି ନିଆରା ଓ ସ୍ବତନ୍ତ୍ର...

୧୦ଦିନ ହେଲା ସ୍କୁଲରେ ତାଲା

ଠାକୁରମୁଣ୍ଡା,୬ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତର କରଡ଼ାପାଳ ପ୍ରାଥମିକ ବିଦ୍ୟାଳୟରେ ଆଜିକୁ ୧୦ଦିନ ହେବ ତାଲା ପକାଇ ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି।...

ସହାୟତା ତାଲିକାରେ ନାଁ ନାହିଁ: ଉଠା ଦୋକାନୀ ଜିଲାପାଳଙ୍କ ଦ୍ୱାରସ୍ଥ

ବାରିପଦା ଅଫିସ, ୧୫ା୪- ଲକ୍‌ ଡାଉନ ଲାଗୁ ହେବାଠାରୁ ବାରିପଦା ସହରରେ ଥିବା ଉଠାଦୋକାନୀମାନଙ୍କ ଦୋକାନ ବନ୍ଦ ହୋଇ ପଡ଼ି ରହିଛି। ପରିବାର ପ୍ରତିପୋଷଣ କରିବା...

ଶହୀଦ ଯବାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଚିତ୍ରଡ଼ା,୨୩ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଆଞ୍ଚଳିକ ମହାବିଦ୍ୟାଳୟରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ସହ ଲଢ଼େଇରେ ଶହୀଦ ହୋଇଥିତ୍ବା...

ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ନୂତନ ପରୀକ୍ଷା ନିୟନ୍ତ୍ରକ

ବାରିପଦା ଅଫିସ,୩।୮- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂତନ ପରୀକ୍ଷା ନିୟନ୍ତ୍ରକ ଭାବେ ଡ.ଲକ୍ଷ୍ମୀଧର ଗିରି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଡ....

ଲକ୍ ଡାଉନ୍ ନିୟମ ଭାଙ୍ଗି ୪ ଗିରଫ

କୁଆମରା, ୫।୪(ଡି.ଏନ.ଏ.): କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍ ଡାଉନ୍ କରାଯାଇଛି। ଏହି ସମୟରେ ଏଣେ ତେଣେ ନ ବୁଲି ଘରେ ରହିବାକୁ ସରକାରଙ୍କ...

Coronavirus Update


Archives

Model This Week

Why Dharitri