ଦାଉସାଧିଲା ବ୍ରଜପାତ: ପୋଡ଼ିଗଲା ଟ୍ରାନ୍ସଫର୍ମର, ଅସହ୍ୟ ଗରମରେ ଉପଭୋକ୍ତା

ବନ୍ତ,୧୨ା୪(ଡି.ଏନ୍‌.ଏ): କରୋନା ଲକ୍‌ଡାଉନ୍‌ ଓ ଗ୍ରୀଷ୍ମ ପ୍ରବାହ ବେଳେ ବଜ୍ରପାତ ସାଧାରଣ ଲୋକଙ୍କ ପାଇଁ ଦାଉସାଧିଛି। ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡ଼ି ଯିବାରୁ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା ଅନ୍ଧାର, ଅସହ୍ୟ ଗରମରେ ହନ୍ତସନ୍ତ ହେଉଛନ୍ତି। ଏଥିସହ ବିଭିନ୍ନ ବିଦ୍ୟାଳୟ ଓ ସାମୟିକ ସ୍ବାସ୍ଥ୍ୟ ଶିବିର ମଧ୍ୟ ଏହି ସମସ୍ୟାରୁ ବାଦ୍‌ ପଡ଼ିନାହିଁ। ଶନିବାର ଅପରାହ୍ନରେ ବଜ୍ରପାତ ଯୋଗୁ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ବଜାରରେ ଥିବା ୨୫କେ.ଭି ଏବଂ ଷେଣ୍ଢତୀରା ପଞ୍ଚାୟତ ପରମାନନ୍ଦପୁର ଗ୍ରାମରେ ଥିବା ୧୬କେ.ଭି ଟାନ୍ସଫର୍ମର ପୋଡ଼ିଯାଇଛି। ବର୍ତ୍ତମାନ ଲକ୍‌ଡାଉନ୍‌ ପରିସ୍ଥିତିରେ ନିଳୋକ ହାଇସ୍କୁଲଠାରେ ଖୋଲା ଯାଇଥିବା ସାମୟିକ ସ୍ବାସ୍ଥ୍ୟ ଶିବିର ୨ଦିନ ଧରି ଅନ୍ଧାରରେ ରହିଛି। ସେହିପରି ଉପରୋକ୍ତ ଟ୍ରାନ୍ସଫର୍ମର ୨ଟିରେ ଥିବା ଉପଭୋକ୍ତାମାନେ ଅନ୍ଧାର ସହିତ ଅସହ୍ୟ ଗରମରେ ହନ୍ତସନ୍ତ ହେଉଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହମରେ ୧ ଇଞ୍ଚର ଜଗନ୍ନାଥ

କଟକ ଅଫିସ,୨୦ା୧: ଅଦରକାରୀ ସାମଗ୍ରୀରେ ଭିନ୍ନ କଳାକୃତି ଅଙ୍କନ କରି ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛନ୍ତି କଟକ ରାଜାବଗିଚା ସର୍ବୋଦୟପୁର ଅଞ୍ଚଳର ଜଣେ ଯୁବକ।...

ବିଳମ୍ବରେ ପହଞ୍ଚିଲା ସହାୟତା

ଚିତ୍ରଡ଼ା,୨୮ା୪(ଡି.ଏନ୍‌.ଏ.)- କରୋନା ପାଇଁ ଗରିବ ଓ ଅସହାୟ ଲୋକଙ୍କୁ ସରକାର ୩ ମାସର ଆଗୁଆ ସହାୟତା ଯୋଗାଇ ଦେଇଥିତ୍ବା ବେଳେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ...

ଡାକ୍ତର, କର୍ମଚାରୀଙ୍କ ନାଁରେ ମାମଲା

ବ୍ରହ୍ମପୁର ଅଫିସ,୨୭ା୪- ବ୍ରହ୍ମପୁର  ନୂଆ ବସଷ୍ଟାଣ୍ଡ ରୋଡରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ରୋଗୀଙ୍କୁ ମାଡ଼ ମରାଯିବା ସହ ତାଙ୍କ ସୁନାଚେନ ଛଡ଼ାଇ ନିଆଯାଇଥିବା...

ରାସ୍ତା କାମ ଅଧାରୁ ବନ୍ଦ, ୩୦ ଗାଁ ଲୋକେ ହନ୍ତସନ୍ତ

ଧରାକୋଟ,୧୬ା୫(ଡି.ଏନ୍‌.ଏ.): ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କଲେ ଠିକାଦାର। ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ହେଲେ ଗୁଣବତା ଭୁଲି ନିମ୍ନ ମାନର ନିର୍ମାଣ କାର୍ଯ୍ୟ...

ବିଶାଖା ଏକ୍ସପ୍ରେସ ଦୁଇଭାଗ ହୋଇ ଗଡ଼ିଲା: ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ

ବାଲୁଗଁ।,୩ା୧୧ (ଡି.ଏନ୍‌.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ବାଲୁଗଁା-ଚିଲିକା ଷ୍ଟେଶନ ମଧ୍ୟସ୍ଥ ବଡକୁଳ ଲେଭଲ କ୍ରସିଂଠାରେ ଶନିବାର ପୂର୍ବାହ୍ନରେ ବିଶାଖା ଏକ୍ସପ୍ରେସ ଟ୍ରେନ ଚଳନ୍ତା ଅବସ୍ଥାରେ...

ପାନୀୟଜଳ, ପକ୍କାରାସ୍ତା, ବିଦ୍ୟୁତ୍‌ରୁ ବଞ୍ଚିତ

ଖଜୁରିପଡା,୨୦ା୫(ଡି.ଏନ.ଏ.)-କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ବିଲାବାଡି ପଞ୍ଚାୟତର ମେଣିଆଁକୋଠି ଗାଁ। ଜଙ୍ଗଲ ଘେରା ଏହି ଗାଁରେ ୧୫ ପରିବାର ରହୁଥିବାବେଳେ ଜନସଂଖ୍ୟା ୬୦ରୁ ୭୦। ସ୍ବାଧୀନତାର...

ସାନକିରାସିରା ଗ୍ରାମରେ ଗ୍ୟାସ ଟାଙ୍କି ବିସ୍ଫୋରଣ: ଉଡିଗଲା ଆଜବେଷ୍ଟସ ଛପର, ଯୁବକ ମୃତ

ସୋନପୁର,୨୪।୪(ନି.ପ୍ର.)- ସୁବର୍ଣ୍ଣପୁର ଜିଲା ବୀରମହରାଜପୁର ବ୍ଲକ ସାନକିରାସିରା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଇନ୍ଧନ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟି ସିନୁ ପଧାନ(୨୪)ଙ୍କ...

ଲଗାଣବର୍ଷାରେ ପୋଲ ଉପରେ ୩ ଫୁଟର ପାଣି

ମାଲକାନଗିରି,୯ା୮(ଡି.ଏନ୍‌.ଏ.): ବାଲିମେଳା ମୁଖ୍ୟ ରାସ୍ତାର ଏମ୍‌ଭି-୩୭ଠାରେ ରବିବାର ପୋଲ ଉପରେ ପ୍ରାୟ ୩ ଫୁଟ ଉପରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି। ତେବେ ଉପର ମୁଣ୍ଡରୁ...

Advertisement
Archives

Model This Week