Posted inଜାତୀୟ

ଦଳବଦଳ ନିରୋଧୀ ଆଇନ ଗଣତନ୍ତ୍ର ବିରୋଧୀ: ତଥାଗତ

ନୂଆଦିଲ୍ଲୀ,୧୩।୧୨:ଦଳବଦଳ ନିରୋଧୀ ଆଇନକୁ ପୂର୍ବତନ ଏମ୍‌ପି ତଥାଗତ ସତପଥୀ କଡ଼ା ସମାଲୋଚନା କରିଛନ୍ତି। ଗୁରୁବାର ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ପକ୍ଷରୁ ଏଠାରେ ଆୟୋଜିତ ଦଳବଦଳ ନିରୋଧୀ ଆଇନ ଓ ହୁଇପ୍‌ ବ୍ୟବସ୍ଥା ସମ୍ପର୍କିତ ଆଲୋଚନାରେ ଭାଗନେଇ ତଥାଗତ କହିଛନ୍ତି, କୌଣସି ପ୍ରସଙ୍ଗରେ ଜଣେ ଏମ୍‌ପି କିମ୍ବା ବିଧାୟକ ନିଜର ମତାମତ ରଖିବା ଉପରେ ଏହି ଆଇନ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ଏହା ଗଣତନ୍ତ୍ର ବିରୋଧୀ। ଅର୍ଥାତ୍‌ ଏଭଳି ଆଇନ ଗଣତନ୍ତ୍ରକୁ ଭିତରୁ ଫମ୍ପା କରିଦେଇଛି। ସଦସ୍ୟମାନେ ନିର୍ଦ୍ଦିଷ୍ଟ ଶୈଳୀରେ ପ୍ରତିକ୍ରିୟା ରଖିବାକୁ ବାଧ୍ୟ ହେଉଛନ୍ତି, ଯାହା ଭାରତ ଭଳି ଏକ ପରିପକ୍ୱ ଗଣତନ୍ତ୍ରରେ ଘଟିବା ଉଚିତ ନୁହେଁ ବୋଲି ତଥାଗତ ମତ ରଖିଥିଲେ।
ଦଳୀୟ ନେତୃତ୍ୱ ଏବଂ ଏମ୍‌ପି ବା ବିଧାୟକମାନଙ୍କ ମଧ୍ୟରେ ଅବିଶ୍ୱାସରୁ ଦଳବଦଳ ନିରୋଧୀ ଆଇନ ଅଣାଯାଇଥିଲା। ଅବିଶ୍ୱାସ କାରଣରୁ ଦଳୀୟ ନେତୃତ୍ୱ ହୁଇପ୍‌ ଜାରି କରୁଛି। ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଥିଲେ ଏଭଳି ଘଟନ୍ତା ନାହିଁ। ତାଙ୍କୁ ଭୋଟ ଦେଇଥିବା ବିଭିନ୍ନ ମତଦାତାଙ୍କ ପ୍ରତିନିଧିତ୍ୱ କରିବା ଜଣେ ଏମ୍‌ପି ବା ବିଧାୟକଙ୍କ ଦାୟିତ୍ୱ। ଦଳର ନେତାମାନେ ସେମାନଙ୍କ ସଦସ୍ୟମାନଙ୍କୁ ବିଶ୍ୱାସ କରୁନାହାନ୍ତି ଓ ହୁଇପ୍‌ ମାଧ୍ୟମରେ ସେମାନଙ୍କୁ ଗୃହରେ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ତଥାଗତ କହିଛନ୍ତି। ଏହାସହ ଅନ୍ୟମାନଙ୍କ ଅପେକ୍ଷା ଜଣେ ବିଧାୟକ ବା ଏମ୍‌ପି ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ରହିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ଆମକୁ ଏଭଳି ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ହେବ, ଯେଉଁଠି ଆମର ବିଧାୟକ ବା ଏମ୍‌ପିମାନଙ୍କ ଉପରେ ବିଶ୍ୱାସ ରହିଥିବ, ପ୍ରଥମତଃ ସେମାନେ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ ହେଉଥିବେ। ତା’ପରେ ରାଷ୍ଟ୍ର, ଦଳ ଓ ଶେଷରେ ନେତୃତ୍ୱ ନିକଟରେ ଉତ୍ତରଦାୟୀ ବୋଲି ତଥାଗତ କହିଥିଲେ। ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଲୋକ ସଭା ସଦସ୍ୟ ମନୀଷ୍‌ ତିଓ୍ବାରୀ, କଂଗ୍ରେସ ଏମ୍‌ପି ଶଶୀ ଥରୁର, ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ତଥା ଏମ୍‌ପି ଆସାଦୁଦ୍ଦିନ ଓଓ୍ବାଇସି ଏବଂ ବିହାର ବିଧାନସଭା ବାଚସ୍ପତି ବିଜୟ କୁମାର ଚୌଧ୍‌ରୀ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଦଳବଦଳ ଆଇନ ଏଭଳି ପ୍ରକ୍ରିୟା ସୃଷ୍ଟି କରିଛି, ଯେଉଁଥିରେ ଜଣେ ସଦସ୍ୟ ସ୍ବେଚ୍ଛାକୃତ ଭାବେ ନିଜ ଦଳର ସଦସ୍ୟତା ତ୍ୟାଗକଲେ କିମ୍ବା ଭୋଟ ବେଳେ ଦଳୀୟ ନେତୃତ୍ୱଙ୍କ ନିର୍ଦ୍ଦେଶର ଅବମାନନା କଲେ ସେ ଅଯୋଗ୍ୟ ଘୋଷିତ ହେବାର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍‌ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ

ତିହିଡ଼ି, ୯।୯ (ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ଅନ୍ତର୍ଗତ ଗୁରୁଦାସପୁରଠାରେ ବୁଧବାର ସକାଳଠାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

PM ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ: ନୀତିନ ନବୀନ କହିଲେ- ଅକ୍ଟୋବର ୨ରେ…

ନୂଆଦିଲ୍ଲୀ,୯।୯: ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ମାସରେ ‘ସେବା ସଂକଳ୍ପ ଅଭିଯାନ’…

BJP ଅଫିସ୍‌ରେ ଆତଙ୍କ! AC ତଳୁ ବାହାରିଲା ୫ ଫୁଟ୍‌ର କିଙ୍ଗ କୋବ୍ରା, ତା’ପରେ…

ସୀତାପୁର,୯।୯: ଉତ୍ତରପ୍ରଦେଶର ସୀତାପୁରରେ ବୁଧବାର ସକାଳେ BJP କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଆତଙ୍କଜନକ ଦୃଶ୍ୟ। କାର୍ଯ୍ୟାଳୟରେ ଥିବା କର୍ମଚାରୀମାନେ ପ୍ରାୟ ୫ ଫୁଟ ଲମ୍ବର ଏକ କିଙ୍ଗ…

ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର

ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…

ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ

ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri