ପୁରୁଷୋତ୍ତମପୁର,୨ା୭(ଡି.ଏନ୍.ଏ.)- ପୁରୁଷୋତ୍ତମପୁର ଥାନା ରାଣୀଗାଁରେ ଗୁଣି ଗାରେଡି ସନ୍ଦେହରେ କେତେଜଣ ଲୋକ ରବିବାର ଏକ ଦମ୍ପତିଙ୍କୁ ଖୁଣ୍ଟିରେ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗି ବିଷ୍ଠା ଖୁଆଇବା ଘଟଣାରେ ଚାପା ଉତ୍ତେଜନା ଲାଗିରହିଛି। ଗାଁରେ ପୋଲିସ ପଇଁତରା ମାରିବା ସହ ପରିସ୍ଥିତି ଉପରେ ନଜର ରଖିଛି। ଘଟଣାକୁ ନେଇ ଦମ୍ପତିଙ୍କ ପରିବାର ଓ ସାହି ବାସିନ୍ଦାଙ୍କ ପକ୍ଷରୁ ଜଣେ ମହିଳା ପରସ୍ପର ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୃଥକ ୨ ମାମଲା ରୁଜୁ ହୋଇଥିବା ବେଳେ ଉଭୟ ପକ୍ଷର ୭ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି।
ନିର୍ଯାତନାର ଶିକାର ହୋଇଥିବା ଦମ୍ପତିଙ୍କ ପୁଅ ଅରୁଣ ଦାସ ତାଙ୍କ ଗ୍ରାମର ୧୦ଜଣ ବ୍ୟକ୍ତି ମାରଣାସ୍ତ୍ର ଧରି ବଳପୂର୍ବକ ଘରେ ପଶି ତାଙ୍କୁ ଓ ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ରୁଜୁ ହୋଇଥିବା ମାମଲା ନଂ.୧୪୯/୧୯ ପ୍ରକାରେ ନୀଳା ଦାସ, କଂଗ୍ରେସ ଦାସ, ପପୁନ ଦାସ, ଉପେନ୍ଦ୍ର ଦାସ, ବଳରାମ ଦାସଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଜଣେ ଫେରାର ଅଛନ୍ତି। ଅନ୍ୟପକ୍ଷରେ ପୂର୍ବ ଶତ୍ରୁତାକୁ ନେଇ ସ୍ବାମୀ, ଦାଦା ଶ୍ୱଶୁର ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା କଂଗ୍ରେସ ଦାସଙ୍କ ସ୍ତ୍ରୀ ମାମିଙ୍କ ପାଲଟା ଅଭିଯୋଗ ପ୍ରକାରେ ନଂ.୧୫୦/୧୯ରେ ଅରୁଣ ଓ ତାଙ୍କ ବାପା ତଥା ନିର୍ଯାତନା ପାଇଥିବା ଅଭିଯୋଗ ଆସିଥିବା ବଂଶୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ବଂଶୀଙ୍କ ସ୍ତ୍ରୀ, ଝିଅ ଓ ଭଉଣୀଙ୍କୁ ସିଆରପିସିର ଧାରା ୪୧ ପ୍ରକାରେ ନୋଟିସ ଦେଇ ଥାନାରୁ ଛାଡି ଦିଆଯାଇଥିବା ମାମଲାର ତଦନ୍ତ କରୁଥିବା ଏଏସଆଇ ପଦ୍ମନାଭ ଗୌଡ ପ୍ରକାଶ କରିଛନ୍ତି ।
ଜିଲା ଆଇନ ସେବା ପ୍ରାଧିକରଣ: ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ କାର୍ଯ୍ୟକ୍ରମ
ଛତ୍ରପୁର,୨୨ା୫ (ଦିଲ୍ଲୀପ ସାମଲ): ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଛତ୍ରପୁର ସ୍ଥିତ ବିଜ୍ଞାନ…
କେଏସୟୁବି କଲେଜରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ଡ. ଗଗନ ବିହାରୀ ପୁରୋହିତ
ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଭାବେ ଡ. ଗଗନ ବିହାରୀ ପୁରୋହିତ ଶୁକ୍ରବାର ଅପରାହ୍ନରେ ଦାୟିତ୍ୱ…
ସମସ୍ୟାର ସ୍ଥାୟୀ ସମାଧାନ ନେଇ ବିଧାୟକଙ୍କ ଆଲୋଚନା: ପ୍ରତିଶ୍ରୁତି ଦେଇ କହିଲେ…
ଗଞ୍ଜାମ,୨୨।୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଗ୍ରାମବାସୀଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ…
ନବ ନିର୍ମିିତ ବର୍ହିଚିକିତ୍ସା, ଅର୍ନ୍ତଚିକିତ୍ସା ବିଭାଗ ଗୃହର ଶୁଭ ଉଦ୍ଘାଟନ କଲେ ସାଂସଦ-ବିଧାୟକ
ଗଞ୍ଜାମ,୨୨।୫ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ନବନିର୍ମିିତ ବର୍ହିଚିକିତ୍ସା ଓ ଅର୍ନ୍ତଚିକିତ୍ସା ବିଭାଗ ଗୃହକୁ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ…
ଖଣ୍ଡଦେଉଳୀରେ ପିଏମଶ୍ରୀ ସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟନ କଲେ ବିଧାୟକ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ
ଗଞ୍ଜାମ,୨୨।୫(ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଖଣ୍ଡଦେଉଳୀ ଗ୍ରାମରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ନବନିର୍ମିତ ବଜାର ଗୃହ ଓ ପି.ଏମ.ଶ୍ରୀ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର…
ଖଣ୍ଡଦେଉଳି ଗ୍ରାମର ମୃତ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ, ନିଜସ୍ବ ପାଣ୍ଠିରୁ ଦେଲେ ଆର୍ଥିକ ସହାୟତା
ଗଞ୍ଜାମ,୨୨। ୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଏହି ଗ୍ରାମର ବାସିନ୍ଦା ପୂର୍ଣ୍ଣ…
ସିଂହାସନୀ ପୀଠକୁ ଯାଉଥିବାବେଳେ ବାଟରେ ଘଟିଲା ଅଘଟଣ: ବସ୍-ଅଟୋ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜଣଙ୍କ ଜୀବନ
ପୁରୁଷୋତ୍ତମପୁର,୨୨।୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗି -ଶିକୁଳା ରାସ୍ତାର ଲଡକାପଲ୍ଲୀଠାରେ ଶୁକ୍ରବାର ଏକ ବସ୍ ଓ ଅଟୋ ମଧ୍ୟରେ ଧକ୍କା ହୋଇଛି ।…
ପ୍ରଥମଥର ପାଇଁ ପଞ୍ଚାୟତ ସମିତିରେ ଯୋଗଦେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ, କହିଲେ ମିଳିମିଶି କାମ କଲେ…
ଗଞ୍ଜାମ,୨୨।୫(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କନଫରେନ୍ସ ହଲଠାରେ ପଞ୍ଚାୟତ ସମିତି ନବମ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ।…
Archives

