ଦନ୍ତା ହାତୀ ଦେଖି ଲୋକେ ଭୟଭୀତ

ବାଙ୍କୀ,୭ା୩(ସ୍ବ.ପ୍ର.): କଟକ ଜିଲା ଡମପଡ଼ା ବ୍ଲକ ଅନ୍ତର୍ଗତ ଚକୁଳେଶ୍ୱର କାଉଚି ଆଶ୍ରମ ନିକଟ ମହାନଦୀ ପଠାରେ ଶୁକ୍ରବାର ଏକ ଜଙ୍ଗଲି ହାତୀ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। ରାସ୍ତାରେ ଶହଶହ ଲୋକ ଉପସ୍ଥିତ ରହି ହାତୀର ଗତିବିଧିକୁ ଲକ୍ଷ୍ୟ କରିଥିଲେ। ଚନ୍ଦକା ଅଭୟାରଣ୍ୟରୁ ଏହି ହାତୀ ପାଣି ପିଇବାକୁ ଆସି ମହାନଦୀ ପଠାର ତଣ୍ଡି ବୁଦାରେ ଲୁଚି ରହିଯାଇଥିବା ଜଙ୍ଗଲ ବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି। ଡମପଡ଼ା ଓ ଖୋର୍ଦ୍ଧା ବନ ବିଭାଗ କର୍ମଚାରୀ ହାତୀକୁ ଜଙ୍ଗଲକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ସେମାନେ ବାଣ, ବାଜା ଓ ନିଆଁ ହୁଳା ଦେଖାଇବାକୁ ମହଜୁଦ ରଖିଛନ୍ତି। ଏହା ଦନ୍ତାହାତୀ ହୋଇଥିବାରୁ ଜଙ୍ଗଲରୁ ଖାଦ୍ୟାପାନୀୟ ପାଇଁ ବାହାରି ଆସିଛି ବୋଲି ସେମାନେ ଅନୁମାନ କରୁଛନ୍ତି। ବାଙ୍କୀ ବନବିଭାଗର ଶିଶୁଆ ଫରେଷ୍ଟ ଅଧିକାରୀ ପ୍ରିୟଦର୍ଶିନୀ ସେଠୀ, ଡମପଡା ରେଞ୍ଜ ଅଫିସର ସଂଗ୍ରାମ କେଶରୀ ମହାନ୍ତି, ଡମପଡ଼ା ଫରେଷ୍ଟର ରାକେଶ ସ୍ବାଇଁ ଓ କର୍ମଚାରୀମାନେ ଉପସ୍ଥିତ ରହି ହାତୀର ଗତିବିଧିକୁ ଲକ୍ଷ୍ୟ କରୁଛନ୍ତି। ହାତୀ ଯୋଗୁ ଜନସାଧାରଣଙ୍କ ଅସୁବିଧା ହେବନାହିଁ ବୋଲି ଜଙ୍ଗଲ ବିଭାଗ ଅଧିକାରୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାପଡ଼ାହାଣ୍ଡି,୫।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ପଞ୍ଚାୟତ ଝାଳିଆଗୁଡ଼ା ଗ୍ରାମର ଜଣେ ଯୁବକ ସୋମବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କର ନାମ ଆଶାରାମ...

୫ ଜିଲାର ୪୯୦ ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର, ୭।୬(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟର ଚତୁର୍ଥ ଦିବସ ସୋମବାର ୫ ଜିଲାର ୪୯୦ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲାର...

ଷ୍ଟେଶନ ଲିଭ୍‌ ନ ନେଇ ଜିଲା ଛାଡ଼ିଛନ୍ତି ବହୁ ଅଧିକାରୀ: ବୈଠକରେ ନ ପାଇ ବିରକ୍ତ ହେଲେ ଜିଲାପାଳ

ଅନୁଗୋଳ ଅଫିସ, ୨୮।୭ – ମାସର ଚତୁର୍ଥ ଶନିବାରକୁ ଛୁଟି ଘୋଷଣା କରାଯାଇଥିଲେ ବି ପ୍ରଥମାର୍ଦ୍ଧ ଅର୍ଥାତ୍‌ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଜିଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ...

୨୨ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ବ୍ୟବସାୟୀ ଗିରଫ

ଖୋର୍ଦ୍ଧା ଅଫିସ, ୧।୧୧: ଖୋର୍ଦ୍ଧା ଅବକାରୀ ସ୍କ୍ବାର୍ଡ ଖୋର୍ଦ୍ଧା ସହରର ସ୍ବପ୍ବେଶ୍ୱର ସାହି ଉପରେ ଶୁକ୍ରବାର ଚଢ଼ାଉ କରି ୨୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି।...

ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା

ଅମରପାଲି,୧୫।୮(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ ରବିବାର ଇସ୍ତଫା ଦେଇଛନ୍ତି। ସ୍ବାଧୀନତା ଦିବସ ପାଳନ ଅବସରରେ ଏକ ହୋଟେଲରେ ଅନୁଷ୍ଠିତ...

ଭୁବନେଶ୍ୱରରେ ଆଉ ୮୭ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୮।୭(ବ୍ୟୁରୋ)- ଶନିବାର ଭୁବନେଶ୍ୱରରେ ଆଉ ୮୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରାଣ୍ଟାଇନରୁ ୪୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୪ହାଇ ନୟାପଲ୍ଲୀ ତ୍ରିନାଥ...

୬ ବର୍ଷ ହେଲା ବୋରଓ୍ବେଲ ପାଇଁ ଟଙ୍କା ଦେଇ ୨୪ ଚାଷୀ ହତାଶ

ଚିତ୍ରକୋଣ୍ଡା,୨୩।୪(ଡି.ଏନ୍‌.ଏ.)- କୃଷି ଏବଂ ଚାଷୀର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆଦିବାସୀ ଅଞ୍ଚଳରେ ଆଦିବାସୀ ଚାଷୀଙ୍କୁ ଅନେକ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର...

୩ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ରାଉରକେଲା ଅଫିସ,୧୪ା୧୧: ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସୁନ୍ଦରଗଡ଼ ସୀମାନ୍ତରେ ଦୀର୍ଘଦିନ ଧରି ପିଏଲ୍‌ଏଫ୍‌ଆଇ ନଁ।ରେ ଆତଙ୍କ ସୃଷ୍ଟି କରୁଥିବା ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାଉରକେଲା ପୋଲିସ...

Advertisement
Archives

Model This Week