ଥଇଥାନ ପୂର୍ବରୁ ଉଚ୍ଛେଦକୁ ବିରୋଧ

ବାଲେଶ୍ୱର ଅଫିସ, ୮।୩-ବାଲେଶ୍ୱର ସହର ସରକାରୀ ଆଇଟିଆଇ କ୍ୟାମ୍ପସ୍‌ ପଛକୁ ୨୩ଟି ଗରିବ ଆଦିବାସୀ ଓ ହରିଜନ ପରିବାର ସରକାରୀ ଜାଗାରେ ଘର କରି ବହୁ ବର୍ଷ ଧରି ବାସ କରିଆସୁଛନ୍ତି। ସେମାନଙ୍କୁ ଥଇଥାନ ନ କରି ସଦର ତହସିଲଦାର ଉଚ୍ଛେଦ ନୋଟିସ୍‌ ଦେଇଥିବାରୁ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ ଏହାକୁ ବିରୋଧ କରିଛି।
ସଙ୍ଗଠନ ପକ୍ଷରୁ ଓଡ଼େଶାଭବନ ପରିସରରେ ଶନିବାର ଅପରାହ୍ନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସଭାପତି ବଂଶୀଧର ଚୌଧୁରୀ ଓ ସମ୍ପାଦକ ଗୋବିନ୍ଦ ବଲ୍ଲଭ ଦଳାଇ ଏହି ସୂଚନା ଦେଇ କହିଛନ୍ତି, ଉକ୍ତ ବସ୍ତିରେ ବସବାସ କରୁଥିବା ୨୩ ଭୂମିହୀନ ଗରିବ ପରିବାର ମଧ୍ୟରୁ ଅଧିକାଂଶ ଲୋକ ଦିନମଜୁରିଆ ଭାବେ କାମ କରୁଥିବା ବେଳେ କେତେଜଣ ଛୋଟ ପାନ ଓ ଚା’ ଦୋକାନ କରି ଚଳୁଛନ୍ତି। ମହିଳାମାନେ ବିଭିନ୍ନ ଲୋକଙ୍କ ଘରେ କାମଧନ୍ଦା କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ସେମାନଙ୍କ ପିଲାମାନେ ବିଭିନ୍ନ ସ୍କୁଲରେ ପାଠ ପଢୁଛନ୍ତି। ତେଣୁ ସରକାର ଏମାନଙ୍କୁ ଥଇଥାନ ନ କରି ଘର ଭାଙ୍ଗି ଉକ୍ତ ଜମିକୁ ଦଖଲ କରିବା ଭଳି ପଦକ୍ଷେପ ନେଲେ ଏହା ମାନବିକ ଅଧିକାରକୁ ଉଲ୍ଲଂଘନ କରିବ। ଗରିବଙ୍କ ପ୍ରତି ଅବିଚାର ଓ ଅନ୍ୟାୟ ହେବ। ଏଣୁ ବସ୍ତିବାସିନ୍ଦାମାନଙ୍କୁ ପ୍ରଥମେ ଥଇଥାନ କରାଯାଇ ପରେ ଉଚ୍ଛେଦ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବୁଲ୍‌ବୁଲ୍‌’ ମୁକାବିଲା ଲାଗି ଜିଲା ପ୍ରଶାସନ ତତ୍ପର

ବାଲେଶ୍ୱର ଅଫିସ, ୮।୧୧-ବାଲେଶ୍ୱର ସ୍ଥାନୀୟ ସଦଭାବନା ସଭାଗୃହରେ ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ର ମୁକାବିଲା ନିମନ୍ତେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ....

କୁଲଡ଼ିହା ଅଭୟାରଣ୍ୟରେ ହାତୀମଡ଼କ

ସଜନାଗଡ଼,୨୨ ।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ କୁଲଡ଼ିହା ଅଭୟାରଣ୍ୟ ଏବେ ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଗତ ୩ମାସ ମଧ୍ୟରେ ୩ ମାଈହାତୀଙ୍କ...

୭ଦିନ ଭିତରେ ଟଙ୍କା ନ ମିଳିଲେ ଧାରଣା

ବାହାନଗା, ୧୬।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତିରେ ଦୀର୍ଘ ୩ ବର୍ଷ ତଳେ ଚାଷୀମାନେ ମିଲ୍‌ରେ ଧାନ ବିକ୍ରି କରିଥିଲେ...

ଭୁଜାଲି ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ବାଲେଶ୍ୱର ଅଫିସ,୧୮ା୧୦: ସୋରର ଜଣେ ଗହଣା ଦୋକାନୀଙ୍କୁ ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ୮୦ ଗ୍ରାମ ସୁନା, ଚାରି କିଲୋ ରୁପା ଏବଂ ନଗଦ ୧୩ ହଜାର...

ଆଜି ବାଲେଶ୍ୱର ବନ୍ଦ

ବାଲେଶ୍ୱର ଅଫିସ,୧୬।୬: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଗୁରୁବାର ବିଭିନ୍ନ ସଂଗଠନ ପକ୍ଷରୁ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ...

ଅଧାବାଟରେ ଫାଟିଲା ଆମ୍ବୁଲାନ୍ସ ଚକା: ଷ୍ଟ୍ରେଚରରେ ରୋଗୀଙ୍କୁ ନେଲେ କର୍ମଚାରୀ

ସଜନାଗଡ଼, ୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ହସ୍ପିଟାଲକୁ ଶୁକ୍ରବାର ପୂର୍ବାହ୍ନରେ ଜଣେ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସରେ ଅଣାଯାଉଥିବା ବେଳେ ନୀଳଗିରି ବଜାରରେ ଆମ୍ବୁଲାନ୍ସର ପଛ ଚକା ଫାଟିଯାଇଥିଲା।...

ଜେଇ ଟଙ୍କା ନେଉଥିବା ଭିଡିଓ ଭାଇରାଲ

ବାଲେଶ୍ୱର ଅଫିସ,୧୨।୫: ବାଲେଶ୍ୱର ଜିଲାର ରେମୁଣା ବ୍ଲକ ଜେଇ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ଏକ ଭିଡ଼ିଓ ଭାଇରାଲ୍‌ ହେଉଛି। ଏହାକୁ ନେଇ ଉପରିସ୍ଥ ଅଧିକାରୀମାନେ...

ଓଡ଼ିଶା ସୀମାନ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ: ନିଜେ ଚା’ ପ୍ରସ୍ତୁତ କରି ପିଆଇଲେ

ଭୋଗରାଇ, ୨୩।୮(ଡି.ଏନ.ଏ.)-ଓଡ଼ିଶା ସୀମାନ୍ତ ଦୀଘା ସୈକତ ସହରକୁ ୪ ଦିନିଆ ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସି ଗୁରୁବାର ପୂର୍ବାହ୍ନରେ ଫେରିଛନ୍ତି। ସେ ଦୀଘାରେ...

Advertisement
Archives

Model This Week