Posted inଖେଳ

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି: ପରାଜୟ ସତ୍ତ୍ୱେ ଭାରତ ଚାମ୍ପିୟନ

କାନବେରା,୯।୧୨(ପି.ଟି.)-  ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ହକି ସିରିଜ୍‌ରେ ପ୍ରଥମ ପରାଜୟ ବରଣ କରିଥିଲେ ହେଁ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ୪ର୍ଥ ମ୍ୟାଚ୍‌ରେ ଭାରତ ୧-୨ ଗୋଲରେ ଅଷ୍ଟ୍ରେଲିଆଠାରୁ ହାରିଛି। ତ୍ରିରାଷ୍ଟ୍ରୀୟରେ ଭାରତର ଏହାଥିଲା ପ୍ରଥମ ପରାଜୟ। ଦଳ ମୋଟ ୪ ମ୍ୟାଚ୍‌ ଖେଳି ୭ ପଏଣ୍ଟ ପାଇଛି। ଅଷ୍ଟ୍ରେଲିଆ ସମାନ ପଏଣ୍ଟ ପାଇଥିଲେ ହେଁ ଗୋଲ ବ୍ୟବଧାନରେ ଭାରତ ବାଜି ମାରିଛି। ୩ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ୩ୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ପ୍ରତିଯୋଗିତାରେ ଭାରତ ଏହାର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨-୦ ଗୋଲରେ ହରାଇଥିବାବେଳେ ଅଷ୍ଟ୍ରେଲିଆ ସହିତ ୧-୧ରେ ମ୍ୟାଚ ଡ୍ର ରଖିଥିଲା। ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪-୧ ଗୋଲରେ ହରାଇ ଟାଇଟଲ ଫେଭରାଇଟ ହୋଇ ଯାଇଥିଲା। ଅନ୍ୟ ପକ୍ଷରେ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ୧-୩ ଗୋଲରେ ହାରିଥିବା ଅଷ୍ଟ୍ରେଲିଆ ଭାରତ ବିପକ୍ଷ ମ୍ୟାଚକୁ ଡ୍ର ରଖିବାପରେ ନ୍ୟୁଜିଲାଣ୍ଡକୁ ୩-୧ ଗୋଲରେ ହରାଇଥିଲା।
ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଗଗନଦୀପ କୌର ଭାରତ ପାଇଁ ଏକମାତ୍ର ଗୋଲ ଦେଇଥିଲେ। ଘରୋଇ ଅଷ୍ଟ୍ରେଲିଆ ପକ୍ଷରୁ ଆବିଗେଲ ଓ୍ବିଲସନ ଡବଲ ଗୋଲ ସ୍କୋର କରିଥିଲେ। ମ୍ୟାଚ୍‌ର ପ୍ରଥମ କ୍ୱାର୍ଟର ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ଦଳ ପୂରା ଚାପରେ ରହିଥିଲା। ଘରୋଇ ଦଳକୁ ୧୫ତମ ମିନିଟ୍‌ରେ ମିଳିଥିବା ପେନାଲ୍ଟ କର୍ନରକୁ ଆବିଗେଲ ଓ୍ବିଲସନ ଗୋଲରେ ପରିଣତ କରିଥିଲେ। ଏହାକୁ ପରିଶୋଧ କରିବା ଲାଗି ଭାରତୀୟ ଦଳକୁ ଦ୍ୱିତୀୟ କ୍ୱାର୍ଟରରେ ପେନାଲ୍ଟି କର୍ନର ଜରିଆରେ ଦୁଇଟି ସୁଯୋଗ ମିଳିଥିଲା। ମାତ୍ର ଉଭୟ ଫଳ ଶୂନ୍ୟ ରହିଥିଲା। ତୃତୀୟ କ୍ୱାର୍ଟରରେ ଉଭୟ ଦଳ ବହୁ ସୁଯୋଗ ହାତଛଡ଼ା କରିଥିଲେ। କିନ୍ତୁ ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଭାରତୀୟ ଦଳର ଆକ୍ରମଣାତ୍ମକ ପ୍ରଦର୍ଶନ ଯୋଗୁ ଘରୋଇ ଅଷ୍ଟେଲିଆ ଦଳ ଚାପର ବଶବର୍ତ୍ତୀ ହୋଇ ତ୍ରୁଟି କରିଥିଲା। ଫଳରେ ୫୩ତମ ମିନିଟ୍‌ରେ ଭାରତକୁ ମିଳିଥିଲା ପେନାଲ୍ଟି କର୍ନର, ଯାହାର ଫାଇଦା ଉଠାଇ ଗଗନଦୀପ ସ୍କୋର କରି ମ୍ୟାଚ୍‌କୁ ସମାନ ସ୍ତରକୁ ଆଣିଥିଲେ। ମାତ୍ର ୩ ମିନିଟ୍‌ ପରେ ଆବିଗେଲ ମ୍ୟାଚ୍‌ର ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଏହାପରେ ଭାରତୀୟ ଖେଳାଳିଙ୍କ ବହୁ ପ୍ରୟାସ ସତ୍ତ୍ୱେ ସ୍କୋର ଲାଇନ ଉପରେ କୌଣସି ପ୍ରଭାପ ପଡ଼ି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ଆକ୍ରାନ୍ତ ହେଲେ ମହିଳା କ୍ରିକେଟ୍‌ ଟିମ୍‌ ଟ୍ରେନର

ନୂଆଦିଲ୍ଲୀ, ୨୨।୧୦: ମହିଳା ଟି୨୦ ଚ୍ୟାଲେଞ୍ଜ ଟୁର୍ନାମେଣ୍ଟ ପୂର୍ବରୁ ଗୋଟିଏ ଦଳର ଟ୍ରେନର କରୋନା ଆକ୍ରାନ୍ତ ହୋଇଛି। ତାଙ୍କ ନାମ ସାଲିନୀ। ଏହା ଜଣାପଡ଼ିବା ପରେ...

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ

ଆବୁଧାବି, ୧୧।୧୦: ଆଇପିଏଲ୍‌ ଚଳିତ ସଂସ୍କରଣର ୨୭ତମ ମୁକାବିଲାରେ ରବିବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଛି। ସ୍ଥାନୀୟ ଶେଖ୍‌...

ନୀରଜଙ୍କ ବିଜୟ ପରେ ଜିଲାପି ବାଣ୍ଟିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଲଣ୍ଡନ,୮।୮: ଭାରତର ଦୀର୍ଘ ଅପେକ୍ଷା ଶେଷରେ ଟୋକିଓ ଅଲିମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ଆଣିଛି। ୧୦୦ ବର୍ଷ ପରେ ଭାରତ ଆଥଲେଟିକ୍ସରେ ପ୍ରଥମ ଥର ପାଇଁ...

ଅଶ୍ୱିନ, ବୋଥାମଙ୍କୁ ଟପିଲେ ଆଣ୍ଡରସନ

କେପ୍‌ ଟାଉନ, ୬।୧- ଅଭିଜ୍ଞ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟରେ ସର୍ବାଧିକ ୫ ଉଇକେଟ୍‌ ସଫଳତା ପାଇବାରେ ସାର୍‌ ଇଆନ ବୋଥାମ ଓ...

ଅର୍ଦ୍ଧଶତକ ହାସଲ ପରେ ଗିଲ୍‌ କହିଲେ-ମୁଁ ବଡ଼ ଭୁଲ କରିଦେଲି

କାନପୁର,୨୬।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଓପନର ଶୁବମନ ଗିଲ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହାସତ୍ତ୍ୱେ ସେ ଏକ ଭୁଲ୍‌...

ବିସିସିଆଇ ପଦାଧିକାରୀଙ୍କ ମାଳଦ୍ୱୀପ ଗସ୍ତ

ନୂଆଦିଲ୍ଲୀ,୧୭ା୫(ପିଟି)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କ୍ରିକେଟ ଅପରେଶନ୍ସର ସାଧାରଣ ସମ୍ପାଦକ ସବା କରିମ ଓ ଭାରତ ଏ’ ଦଳର ଫିଲ୍ଡିଂ କୋଚ୍‌ ଅଭୟ...

ଟିଭି ଆଗରେ ନାଚିଲେ କୋହଲି

ମୁମ୍ବାଇ,୨୨।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆଇପିଏଲ ୨୦୨୨ର ପ୍ଲେ ଅଫରେ ନିଜ ସ୍ଥାନ ସୁରକ୍ଷିତ କରିଛି। ଟି -୨୦ ଲିଗର ୬୯ତମ ମ୍ୟାଚରେ ମୁମ୍ବାଇ...

ବିଶ୍ୱକପ୍‌ ବିଜୟ ଶାର୍ଟକୁ ନିଲାମ କରିବେ ବଟ୍‌ଲର

ଲଣ୍ଡନ, ୨ା୪ (ପି.ଟି.)-ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜୋସ୍‌ ବଟଲର ଗତବର୍ଷ ବିଶ୍ୱକପ୍‌ ଫାଇନାଲରେ ପରିଧାନ କରିଥିବା ତାଙ୍କ ଶାର୍ଟକୁ ନିଲାମ କରିବେ। କୋଭିଡ୍‌-୧୯ ମହାମାରୀ ଆକ୍ରାନ୍ତଙ୍କ...

Advertisement
Archives

Model This Week