Posted inଜାତୀୟ

ତେଲେଙ୍ଗାନା କଂଗ୍ରେସରେ ବିଦ୍ରୋହ

ହାଇଦ୍ରାବାଦ,୭ା୬ (ଆଇଏଏନ୍‌ଏସ୍‌):ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଗୁରୁବାର ତେଲେଙ୍ଗାନାରେ ଦଳକୁ ବଡ଼ ଝଟକା ଲାଗିଛି। ରାଜ୍ୟରେ କଂଗ୍ରେସ ନେତୃତ୍ୱ ପ୍ରତି ଅସନ୍ତୁଷ୍ଟ ୧୨ ବିଧାୟକ ଦଳ ଛାଡ଼ି ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌)ରେ ଯୋଗଦେଇଛନ୍ତି। ଏହାସହ ସେମାନେ ଟିଆର୍‌ଏସ୍‌ରେ କଂଗ୍ରେସ ବିଧାୟକ ଦଳ(ସିଏଲ୍‌ପି)ର ବିଲୟ ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି। ଆଗକୁ ଦଳଡ଼ିଆଁଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏଆଇସିସି ଏହାକୁ ନିନ୍ଦା କରିବା ସହ ‘ଗଣତନ୍ତ୍ରର ହତ୍ୟା’ ବୋଲି ଅଭିହିତ କରିଛି।
ଡିସେମ୍ବରରେ ୧୧୯ ସଦସ୍ୟ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରେଡ୍ଡୀ (କେସିଆର୍‌)ଙ୍କ ଟିଆର୍‌ଏସ୍‌କୁ ୮୮ ଆସନରେ ସଫଳତା ମିଳିଥିଲା। ଫଳରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ କେସିଆର୍‌ ପୁଣିଥରେ କ୍ଷମତାକୁ ଫେରିଛନ୍ତି। କଂଗ୍ରେସ ୧୯ ଆସନରେ ବିଜୟୀ ହୋଇଥିଲା। ଗତ ମାର୍ଚ୍ଚରେ ୧୧ ବିଧାୟକ କଂଗ୍ରେସ ଛାଡ଼ିଥିଲେ। ପିସିସି ସଭାପତି ଏନ୍‌. ଉତ୍ତମ କୁମାର ରେଡ୍ଡୀ ଲୋକ ସଭା ନିର୍ବାଚନରେ ନାଲଗୋଣ୍ଡା ଆସନରୁ ବିଜୟୀ ହେବା ପରେ ବୁଧବାର ହୁଜୁରନଗର ବିଧାନସଭାରୁ ଇସ୍ତଫା ଦେଇଥିଲେ। ଏହିକ୍ରମରେ ଗୁରୁବାର ତନ୍ଦୁର ବିଧାୟକ ରୋହିତ ରେଡ୍ଡୀ ଯୋଡ଼ିହୋଇଛନ୍ତି। ସେ କଂଗ୍ରେସ ଛାଡ଼ି ତାଙ୍କର ପୂର୍ବ ଦଳ ଟିଆର୍‌ଏସ୍‌କୁ ଫେରିଛନ୍ତି। ଏଥିସହ କଂଗ୍ରେସର ୧୮ ବିଧାୟକଙ୍କ ମଧ୍ୟରୁ ଗୃହରେ ସଦସ୍ୟଙ୍କ ସଂଖ୍ୟା ୬କୁ ଖସିଆସିଛି ଏବଂ ଦଳବଦଳକାରୀଙ୍କ ସଂଖ୍ୟା ଦୁଇ-ତୃତୀୟାଂଶରେ ପହଞ୍ଚତ୍ଛି। ନିୟମ ଅନୁସାରେ କୌଣସି ଦଳର ଦୁଇ-ତୃତୀୟାଂଶ ବିଧାୟକ ଅନ୍ୟ ଦଳରେ ସାମିଲ ହେଲେ ସେମାନଙ୍କ ପାଇଁ ଦଳବଦଳ ଆଇନ ଲାଗୁ ହୋଇ ନ ଥାଏ। ତେଣୁ କଂଗ୍ରେସ ଛାଡ଼ିଥିବା ବିଧାୟକମାନେ ଏକ ସ୍ବତନ୍ତ୍ର ବୈଠକ ପରେ ବାଚସ୍ପତି ପୋଚରାମ ଶ୍ରୀନିବାସ ରେଡ୍ଡୀଙ୍କୁ ସାକ୍ଷାତ କରି ଟିଆର୍‌ଏସ୍‌ ସହିତ ବିଧାୟକ ଦଳର ବିଲୟ କରାଯାଉ ବୋଲି ଏକ ଦାବିପତ୍ର ଜଣାଇଛନ୍ତି।
ସେମାନେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଆବାସ ପ୍ରଗତି ଭବନକୁ ଯାଇ କେସିଆର୍‌ଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ରୋହିତ ରେଡ୍ଡୀ ଟିଆର୍‌ଏସ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା କେସିଆର୍‌ଙ୍କ ପୁଅ କେ.ଟି ରାମାରାଓଙ୍କୁ ଭୋଟି ଶାସକ ଦଳ ପ୍ରତି ଆନୁଗତ୍ୟ ପ୍ରକାଶ କରିଥିଲେ। ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମକୁ ଦେଖି ୧୨ ବିଧାୟକ ଏଭଳି ନିଷ୍ପତ୍ତି ନେଇଥିବା ବରିଷ୍ଠ କଂଗ୍ରେସ ନେତା ଗନ୍ଦ୍ରା ଭେଙ୍କଟ ରାମାନ୍ନା ରେଡ୍ଡୀ କହିଛନ୍ତି। ବାଚସ୍ପତି ସେମାନଙ୍କ ଅନୁରୋଧକୁ ଗ୍ରହଣ କଲେ ବିଧାନସଭାରେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ହରାଇବା ସହ ଏହାର ସଦସ୍ୟଙ୍କ ସଂଖ୍ୟା ୬କୁ ଖସିଯିବ। ବିଧାନସଭାରେ ହାଇଦ୍ରାବାଦ ଏମ୍‌ପି ଅସାଦୁଦ୍ଦିନ ଓଓ୍ବାଇସିଙ୍କ ନେତୃତ୍ୱାଧୀନ ଏଆଇଏମ୍‌ଆଇଏମ୍‌ର ୭ ଓ ଭାଜପାର ଜଣେ ବିଧାୟକ ଅଛନ୍ତି। ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି)ର ୨ ବିଧାୟକଙ୍କ ମଧ୍ୟରୁ ଜଣେ ଟିଆର୍‌ଏସ୍‌ରେ ମିଶିବା ନେଇ ଘୋଷଣା କରିଛନ୍ତି।
ଏହି ଘଟଣାକ୍ରମ ପରେ କେତେଜଣ କଂଗ୍ରେସ ନେତା ଦଳବଦଳ ପ୍ରତିବାଦରେ ବିଧାନସଭା ପରିସରସ୍ଥିତ ମହାମତ୍ା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ମୁହଁରେ କଳାପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିରୋଧୀ ଦଳ ନେତା ଏମ୍‌. ଭଟ୍ଟି ବିକ୍ରମ ବାଚସ୍ପତିଙ୍କୁ ଭେଟି କୌଣସି ନିଷ୍ପତ୍ତି ନେବା ପୂର୍ବରୁ କଂଗ୍ରେସକୁ ନୋଟିସ କରିବାକୁ ସେ ଅନୁରୋଧ କରିଛନ୍ତି। ଏଭଳି ପଦକ୍ଷେପକୁ ସମ୍ପୂର୍ଣ୍ଣ ବେଆଇନ ବୋଲି ନିନ୍ଦା କରିଛନ୍ତି। ଟିଆର୍‌ଏସ୍‌ ଅଧ୍ୟକ୍ଷ କେସିଆର୍‌ ତେଲେଙ୍ଗାନା ଭୋଟରଙ୍କ ଜନାଦେଶକୁ ପ୍ରତାରିତ କରିଛନ୍ତି। ତାଙ୍କର ଏଭଳି ଲଜ୍ଜାଜନକ କାର୍ଯ୍ୟକୁ ଲୋକେ କ୍ଷମା କରିବେ ନାହିଁ ବୋଲି ବିକ୍ରମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର-ନଭେମ୍ବରରେ ଶୀର୍ଷରେ ପହଞ୍ଚିବ ତୃତୀୟ ଲହର, ମାର୍ଗଦର୍ଶିକା ପାଳନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ,୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଧୀରେଧୀରେ ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ନେଇ ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି...

ମହାମାରୀରେ କାଉଡ଼ି ଯାତ୍ରା, ଯୋଗୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଜବାବ ତଲବ…

ନୂଆଦିଲ୍ଲୀ,୧୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଶ୍ରାବଣ ମାସରେ ପ୍ରଭୁ ଶ୍ରୀମହାଦେବଙ୍କ ଉଦ୍ଦେଶ୍ୟରେ ହେଉଥିବା...

ଆଇଟି ଚଢ଼ାଉ ନାମରେ ଟମାଟର ବ୍ୟବସାୟୀଙ୍କଠାରୁ ଲୁଟିନେଲେ ୫୫ ଲକ୍ଷ…

ବେଙ୍ଗାଲୁରୁ,୩।୩ : ମିଛ ଆୟକର (ଆଇଟି) ଚଢ଼ାଉ କରି କର୍ନାଟକର ଜଣେ ଟମାଟର ବ୍ୟବସାୟୀଙ୍କୁ କିଛି ଅଜଣା ଲୋକ ଠକିଛନ୍ତି। ସେମାନେ ବ୍ୟବସାୟୀଙ୍କ ଘରୁ ୩୫...

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଏଥିରୁ ଅଧାଗ୍ଲାସେ …

ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର ପୀଡ଼ାରୁ...

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

ସିମଲା,୧୩।୫: ହିମାଚଳ ପ୍ରଦେଶର ଧର୍ମଶାଳାରେ ଶୁକ୍ରବାର ୭ଟା ୪୬ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତ୍ରୀବତା ୩.୫ ରେକର୍ଡ କରାଯାଇଛି ।...

‘ପଞ୍ଜାବର ଶାନ୍ତି ଭଙ୍ଗ କରିବାକୁ ଦିଆଯିବ ନାହିଁ’

ଚଣ୍ଡିଗଡ଼,୧୦।୫: ମୋହାଲିସ୍ଥିତ ପଞ୍ଜାବ ଗୋଇନ୍ଦା ମୁଖ୍ୟାଳୟକୁ ଗ୍ରେନେଡ୍‌ ମାଡ଼ ଘଟଣାର ଦିନକ ପରେ ପଞ୍ଚାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମଙ୍ଗଳବାର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ...

ସଂକ୍ରମଣ ପୁଣି ବଢ଼ିବା ଆଶଙ୍କା

ନୂଆଦିଲ୍ଲୀ, ୨ା୬: କୋଭିଡ୍‌ ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସୁଫଳ ଦେଖିବାକୁ ମିଳିଛି। ୨୪ ଘଣ୍ଟାରେ ଦେଶରେ ୧,୨୭,୫୧୦ ଜଣ କରୋନା...

ଲୋକ ସଭା ବାଚସ୍ପତି କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୧।୩: ଲୋକ ସଭା ବାଚସ୍ପତି ଓମ୍‌ ବିରଳାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଚିକିତ୍ସା ପାଇଁ ତାଙ୍କୁ ଏମ୍ସ୍‌ରେ ଭର୍ତ୍ତି କରାଯାଇଛି। ମାର୍ଚ୍ଚ...

Advertisement
Archives

Model This Week