ତେଲଙ୍ଗାନାରେ ୩୨ ଡାକ୍ତର କରୋନା ସଂକ୍ରମିତ

ହାଇଦ୍ରାବାଦ,୪।୬: ଓସମାନିଆ ମେଡିକାଲ କଲେଜ ସହ ସହବଦ୍ଧ ଥିବା ହସ୍ପିଟାଲରେ ପାଖାପାଖି ୩୨ ଜଣ ଡାକ୍ତର କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଗୁରୁବାର ତେଲଙ୍ଗାନା-ଜୁନିୟର ଡକ୍ଟରର୍ସ ଆସୋସିଏଶନ(ଟି-ଜେୟୁଡିଏ)ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାର ସଭାପତି ଉମା ନଗେନ୍ଦ୍ର ବିଷ୍ଣୁ କହିଛନ୍ତି ରାଜ୍ୟରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆହୁରି କିଛି ଟେଷ୍ଟ ରିପୋର୍ଟ ମଧ୍ୟ ଏପର୍ଯ୍ୟନ୍ତ ଆସିନାହିଁ। ଏହା ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ଡାକ୍ତରମାନେ ସଂକ୍ରମିତ ହେବା ପରେ ଏବେ ଏହି ଆଗଧାଡିର କରୋନା ଯୋଦ୍ଧା ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି। ସେମାନେ ୭ ଦିନ କ୍ୱାରାଣ୍ଟାଇନ ମାଗିବା ସହ କରୋନା ରୋଗୀଙ୍କୁ ଚିକିତ୍ସା କରିବା ସମୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପିପିଇ ସହ ଏନ୍‌-୯୫ ମାସ୍କ ଦେବାକୁ କହିଛନ୍ତି। ସରକାର ମଧ୍ୟ ଏକ କମିଟି ଗଠନ କରି ଏମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧ୍ୱୀ ପ୍ରଜ୍ଞାଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୧୧: ମାଲୋଗାଁଓ ବୋମା ବିସ୍ଫୋରଣର ଅଭିଯୁକ୍ତ ତଥା ମଧ୍ୟପ୍ରଦେଶ ଭୋପାଳରୁ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା...

ରାଜ୍ୟ ସରକାରଙ୍କ କୋଭିଡ ହେଲ୍ପ ଡେସ୍କ ଶୁଭାରମ୍ଭ: ହ୍ବାଟ୍‌ସଆପ୍‌ରେ ମିଳିପାରିବ କରୋନା ସମ୍ପର୍କିତ ସୂଚନା

ଭୁବନେଶ୍ୱର, ୨୨।୪(ବ୍ୟୁରୋ): କରୋନା ମହାମାରୀ ସହ ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଲୋକଙ୍କ ପାଖରେ କରୋନା...

୭୭ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌

ନୂଆଦିଲ୍ଲୀ,୭।୯: ଆତ୍ମହତ୍ୟା କରିବା ପୂର୍ବରୁ କେହି କେହି ଏହାର କାରଣ ଦର୍ଶାଇ ସୁଇସାଇଡ୍‌ ନୋଟ ଲେଖିଛନ୍ତି। ତେବେ ୭୭ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ ଲେଖିବା ପ୍ରଥମ...

ଉମେଶ ପାଲଙ୍କ ହତ୍ୟାକାଣ୍ଡର କାର୍ଯ୍ୟାନୁଷ୍ଠାନ ନେଲା ୟୁପି ପୋଲିସ: ଅତିକଙ୍କ ସହଯୋଗୀଙ୍କୁ ଏନ୍‌କାଉଣ୍ଟର

ପ୍ରୟାଗରାଜ,୨୭।୨: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଉମେଶ ପାଲ ଓ ତାଙ୍କ ଗନ୍‌ ମ୍ୟାନଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରିବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ...

କେରଳରେ ଚିହ୍ନଟ ହେଲେ ପ୍ରଥମ କରୋନା ଭୂତାଣୁ ସଂକ୍ରମିତ

ନୂଆଦିଲ୍ଲୀ,୩୦।୧: କରୋନା ଭୂତାଣୁରେ ଆକ୍ରାନ୍ତ ଥିବା ପ୍ରଥମ ରୋଗୀ କେରଳର ବୋଲି ଚିହ୍ନଟ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି।...

କରୋନା ଯୁଦ୍ଧରେ କର୍ତ୍ତବ୍ୟରତ ମହିଳା ଅଧିକାରୀ, ଧନ୍ୟବାଦ ଜଣାଇଲା ଜିଲା ପ୍ରଶାସନ

ବନ୍ତ,୧୬ା୪(ଡି.ଏନ୍‌.ଏ.) : ମହାମାରୀ କରୋନା ଲକ୍‌ଡାଉନ୍‌ ସମୟରେ ରାତିରେ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଥିବା ବେଳେ ଭଦ୍ରକ ଜିଲା ବନ୍ତ ବ୍ଲକର...

ପୁଲଓ୍ବାମା ଆକ୍ରମଣ: ଶହୀଦ୍‌ଙ୍କୁ ଝୁରୁଛି ମାତୃଭୂମି

ନୂଆଦିଲ୍ଲୀ,୧୩।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ସମଗ୍ର ଦେଶକୁ ସମ୍ଭୀଭୁତ କରିଥିଲା। ୨୦୧୯ ଫେବୃୟାରୀ ୧୪ରେ ଘଟିଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଦେଶର ୪୦ ଯବାନ...

ପିଏମ୍‌- କେୟାର୍ସ ଟଙ୍କା କୁଆଡ଼େ ଗଲା

କୋଲକାତା,୨।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ପିଏମ୍‌- କେୟାର୍ସ ପାଣ୍ଠି ଟଙ୍କା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ...

Advertisement
Archives

Model This Week