ତୁରନ୍ତ ଆର୍‌ପିଡିଏସି ବୈଠକ ବସିବାକୁ ଦାବି:ଜିଲାପାଳଙ୍କୁ ଭେଟିଲେ ରୁଙ୍ଗ୍‌ଟା କ୍ଷତିଗ୍ରସ୍ତ

ଢେଙ୍କାନାଳ ଅଫିସ,୧୮ା୬ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଝାଡବନ୍ଧଠାରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପ୍ରକଳ୍ପ ପାଇଁ ପୁନର୍ବାସ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି(ଆରପିଡିଏସି) ବୈଠକ ତୁରନ୍ତ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଜମିହରା ପ୍ରଜା ଦାବି କରିଛନ୍ତି। ସୋମବାର ସେମାନେ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗରୁ ଜଣାପଡିଛି, ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ସମୟରେ ହିନ୍ଦୋଳ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ କମ୍ପାନୀ ପରିସରରେ ଏକ ତ୍ରିପାକ୍ଷିକ ବୈଠକ ବସିଥିଲା। ଏଥିରେ ଉପସ୍ଥାପନ ହୋଇଥିବା ଦାବିଗୁଡିକ ଆରପିଡିଏସି ବୈଠକରେ ଚୂଡାନ୍ତ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏହି ବୈଠକ ବସିବା ପାଇଁ ଅହେତୁକ ବିଳମ୍ବ ହୋଇଥିବାରୁ କୌଣସି ମୌଳିକ ସମସ୍ୟାର ସମାଧାନ ହୋଇପାରିନାହିଁ। ସେହିପରି ବୈଠକରେ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ଜମିହରା ସଦସ୍ୟଙ୍କ ମଧ୍ୟରୁ କେତେଜଣଙ୍କୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନ ସହ ଯୋଗାଯୋଗ ରକ୍ଷା ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ ପାଇଁ ଏକ କମିଟି ଗଠନ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା ା କିନ୍ତୁ କିଛି ମୁଷ୍ଟିମେୟ ଲୋକ କମ୍ପାନୀ ଓ ପ୍ରଶାସନକୁ ଜମିହରାଙ୍କ ଅଗୋଚରରେ ନିଜର ସ୍ବାର୍ଥ ହାସଲ ପାଇଁ ବିଭିନ୍ନ ପ୍ରକାର ଆନ୍ଦୋଳନ ଓ ଧମକ ଦେଉଛନ୍ତି ା ତେଣୁ ଘଟଣାର ସତ୍ୟାସତ୍ୟ ତଦନ୍ତ କରାଯାଇ ଯେଉଁମାନେ ପ୍ରକଳ୍ପ ପାଇଁ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କ ପ୍ରତିନିଧିଙ୍କୁ ନେଇ ଏକ କମିଟି ଗଠନ କରାଯିବାକୁ ଅଞ୍ଚଳର ପ୍ରାଣବନ୍ଧୁ ସାହୁ, ବିଦ୍ୟାଧର ସାହୁ, ଅରବିନ୍ଦ ମହାଳିକ, ଅଥୟ ସାହୁ, ଗୟାଚାନ୍ଦ ଦାସ, ବରୁଣ ବେହେରା, ୱାର୍ଡମେମ୍ବର ମହେନ୍ଦ୍ର ସାହୁ, ଗାଲପଡା ପଞ୍ଚାୟତ ନାଏବ ସରପଞ୍ଚ ବାସନ୍ତି ସାହୁ, ୱାର୍ଡମେମ୍ବର ସୁକାନ୍ତି ନାୟକ ଓ କୌଶଲ୍ୟା ବେହେରାଙ୍କ ସମେତ ବହୁ ଅଞ୍ଚଳବାସୀ ଜିଲାପାଳଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପାଇଁ କଇଁଚି ବନ୍ଦ

ଭୁବନ, ୪।୬(ବିପିନ ବିହାରୀ ସେଠୀ) କରୋନା ଆସିଲାନି ଯେ, ଉଜାଡ଼ିଦେଲା ଜୀବିକା। ମହାମାରୀର ବିଭୀଷିକା, ଭୂତାଣୁ ଭୟ ଭିତରେ ଜୀବନ ବଞ୍ଚାଇବା ଯେଉଁଠି କାଠିକର ପାଠ,...

ସାମିଲ ହେଲେ ୨୭୫ ପ୍ରତିଯୋଗୀ

ଢେଙ୍କାନାଳ ଅଫିସ, ୧୦।୧୨: ଢେଙ୍କାନାଳ ଷ୍ଟାଡିୟମ୍‌ ପରିସରରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା। ରାଜ୍ୟ ତୀରନ୍ଦାଜୀ ସଂଘ ଓ ଢେଙ୍କାନାଳ...

ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ା ଶିଶୁ କନ୍ୟା ଜନ୍ମ

ଢେଙ୍କାନାଳ ଅଫିସ,୧।୭: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଏକ ଯୋଡା ଶିଶୁ କନ୍ୟା ଜନ୍ମ ହୋଇଛନ୍ତି। ପରଜଙ୍ଗ ଅଞ୍ଚଳର ଜଣେ ମହିଳା ଏହି ଯୋଡା...

୮ କୋଭିଡ୍‌ ମୃତକଙ୍କ ପୂର୍ଣ୍ଣାଙ୍ଗ ଠିକଣା ମିଳୁନି

ଢେଙ୍କାନାଳ ଅଫିସ, ୧।୧ ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ୍‌ ଅଞ୍ଚଳରେ କୋଭିଡ୍‌ ସଂକ୍ରମଣରେ ମୃତ୍ୟୁ ଘଟିଥିବା ୮ ଜଣଙ୍କ ପୂର୍ଣ୍ଣାଙ୍ଗ ଠିକଣା ମିଳୁନାହିଁ। ଫଳରେ ସମ୍ପୃକ୍ତ...

ନରହନ୍ତା ଦନ୍ତାର ଉଗ୍ରରୂପ:୯ ଘର ଭାଙ୍ଗିଲା, ରାତିସାରା ବର୍ଷାରେ ଭିଜିଲେ କ୍ଷତିଗ୍ରସ୍ତ

ପରଜଙ୍ଗ, ୧୮।୮(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଅଧୀନ ଡିହଡୋଳ ଫରେଷ୍ଟ ସେକ୍ସନରେ ନରହନ୍ତା ଦନ୍ତା ତାଣ୍ଡବ ଚରମ ସୀମାରେ ପହଞ୍ଚତ୍ଛି। ଦାନ୍ତ କଟାଯିବା ପରେ କିଛି...

ଜମୁଛି ଲକ୍ଷ୍ମୀପୂଜା, କମ୍ପୁଛି ମଣ୍ଡପ

ହିନ୍ଦୋଳ,୧୯ା୧୦(ଡି.ଏନ.ଏ)-ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବ ମୁଖର ହୋଇଉଠିଛି ସାରା ଢେଙ୍କାନାଳ ଜିଲା। ପୂରପଲ୍ଲୀଠାରୁ ଆରମ୍ଭ କରି ସାରା ସହରରେ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହେଉଛି ମା’ଙ୍କ ମଣ୍ଡପ।...

‘କଲେଜ ଭିତ୍ତିଭୂମି ସୁଦୃଢ଼ କର’

ଢେଙ୍କାନାଳ ଅଫିସ, ୧୮।୧୨ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ କଲେଜଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ଲାଗି ଏକ ବୈଠକ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ...

୩୦୦ ଶ୍ରମିକଙ୍କୁ ବେଆଇନ ଛଟେଇ ଅଭିଯୋଗ: ଲେବର କଣ୍ଟ୍ରାକ୍ଟରଙ୍କ ବିରୋଧରେ ବିକ୍ଷୋଭ

ଢେଙ୍କାନାଳ ଅଫିସ, ୮।୧- ଢେଙ୍କାନାଳ ଜିଲା ଟାଟା ଷ୍ଟିଲ ବିଏସ୍‌ଏଲ୍‌ରେ ଲେବର କଣ୍ଟ୍ରାକ୍ଟରଙ୍କ ମନମୁଖି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛି ଟାଟା ବିଏସ୍‌ଏଲ୍‌ ଇଣ୍ଡଷ୍ଟ୍ରିଜ୍‌ ଶ୍ରମିକ...

Advertisement
Archives

Model This Week