ତୁଟୁନି ଧାନ କିଣାବିକା ସମସ୍ୟା

ବରଗଡ଼ ଅଫିସ୍‌, ୨।୧୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୫ଦିନ ବିତିଯାଇଛି । ଧାନ କିଣାବିକା ଚାଲିଥିଲେ ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଦେଖାଯାଇଥିବା ସମସ୍ୟା ଅସମାହିତ ହୋଇ ରହିଛି । ଟୋକନ ପାଇବାରୁ ବଞ୍ଚିତ ଅନେକ ଚାଷୀ ଏପର୍ଯ୍ୟନ୍ତ ଅମଳ ଧାନ ବିକ୍ରି କରି ପାରି ନ ଥିବାବେଳେ ଧାନ ବିକିଥିଲେ ସୁଦ୍ଧା ଚକ୍ଷୁ ସ୍କାନର ଭାଗଚାଷୀଙ୍କ ପାଇଁ ଏବେ ପ୍ରତିବନ୍ଧକ ସାଜିଛି। ଫଳରେ ଧାନ କିଣାବିକାକୁ ନେଇ ଏବେ ମଧ୍ୟ ଚାପା ଅସନ୍ତୋଷ ଲାଗି ରହିଛି । ଜିଲାରେ ଗତ ନଭେମ୍ବର ୧୫ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଆରମ୍ଭରୁ କିଛିଦିନ ଧରି ଧାନ କିଣାବିକାରେ ଅଚଳାବସ୍ଥା ପରିସ୍ଥିତି ଉପୁଜିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଟୋକନ ତାତି ଥମିଯାଇ ଧାନ ସଂଗ୍ରହ ପ୍ରକ୍ରିୟା ଆପାତତଃ ସ୍ବାଭାବିକ ହୋଇଛି । ହେଲେ ଧାନ କିଣାବିକା ମନ୍ଥର ଗତିରେ ଚାଲିଥିବା ପରିଲକ୍ଷିତ ହୋଇଛି ।
ଗତ ଅକ୍ଟୋବର ୩୧ତାରିଖରେ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକରେ ବରଗଡ଼ ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧୀନରେ ୫୮, ଅତାବିରା ଆରଏମସି ୫୧ ଏବଂ ପଦ୍ମପୁର ଆରଏମସି ଅଧୀନରେ ୬୦ଟି ମଣ୍ଡିରେ ଧାନ କିଣାବିକା ଚାଲିବ ବୋଲି ନିଷ୍ପତ୍ତି ହୋଇଥିଲା । ମାତ୍ର ଏପର୍ଯ୍ୟନ୍ତ କେତେକ ମଣ୍ଡିରେ ଧାନ କିଣାବିକା ଆରମ୍ଭ ହୋଇ ନ ଥିବାବେଳେ ଯେଉଁ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି, ସେଠାରେ ମଧ୍ୟ ଚାଷୀଙ୍କୁ ହଟହଟା ହେବାକୁ ପଡ଼ୁଥିବା ଅଭିଯୋଗ ହୋଇଛି । ଟୋକନ ପରେ ଏବେ ଚକ୍ଷୁ ସ୍କାନ୍‌କୁ ନେଇ ଚାଷୀମାନେ ଅଡୁଆରେ ପଡ଼ିଛନ୍ତି ।
ସୂଚନା ଅନୁଯାୟୀ, ପଦ୍ମପୁର ଆରଏମସି ଅଧୀନ ମଣ୍ଡି ଗୁଡ଼ିକୁ ଏପର୍ଯ୍ୟନ୍ତ ୫ଲକ୍ଷ ୧୯ହଜାର ୪୮୪ ପ୍ୟାକେଟ୍‌ ଧାନ ପହଞ୍ଚିଛି । ସେଥିରୁ ୨ଲକ୍ଷ ୯୬ହଜାର ୬୯୩ ପ୍ୟାକେଟ୍‌ ଅର୍ଥାତ୍‌ ୧ଲକ୍ଷ ୩୦ହଜାର ୩୯୮ କୁଇଣ୍ଟାଲ ଧାନ ବିକ୍ରି ହୋଇଛି । ଆହୁରି ୩ଲକ୍ଷ ୧୨ହଜାର ୭୯୧ ପ୍ୟାକେଟ୍‌ ଧାନ ବିକ୍ରି ହୋଇ ନ ପାରି ପଡ଼ି ରହିଛି । ସେହିପରି ବରଗଡ଼ ଆରଏମସି ଅଧୀନ ମଣ୍ଡି ଗୁଡ଼ିକୁ ଆସିଥିବା ୬ଲକ୍ଷ ୮୫ହଜାର ୮୩୭ ପକେଟ୍‌ ମଧ୍ୟରୁ ୬ଲକ୍ଷ ୧୯ହଜାର ୪୧୦ ପ୍ୟାକେଟ୍‌ ଅର୍ଥାତ୍‌ ୨ଲକ୍ଷ ୭୨ହଜାର ୨୧୩ କୁଇଣ୍ଟାଲ ଧାନ ବିକ୍ରି ହୋଇଛି । ଏଠାରେ ଆହୁରି ୬୬ହଜାର ୪୨୭ ପ୍ୟାକେଟ୍‌ ଧାନ ବିକ୍ରି ହୋଇ ପାରି ନାର୍ହି । ଅତାବିରା ଆରଏମସି ଅଧୀନ ମଣ୍ଡି ଗୁଡ଼ିକରେ ଏପର୍ଯ୍ୟନ୍ତ ୧୩ଲକ୍ଷ ୭୫ହଜାର ୧୧୬ ପ୍ୟାକେଟ୍‌ ଧାନ ସଂଗୃହୀତ ହୋଇଛି । ସେଥିରୁ ୧୨ଲକ୍ଷ ୫୮ହଜାର ୮୫୪ ପ୍ୟାକେଟ୍‌ ଅର୍ଥାତ୍‌ ୫ଲକ୍ଷ ୩୯ହଜାର ୩୫ କୁଇଣ୍ଟାଲ ଧାନ ବିକ୍ରି ହୋଇଛି । ଏହି ଆରଏମସି ଅଧୀନ ମଣ୍ଡି ଗୁଡ଼ିକରେ ଆହୁରି ୧ଲକ୍ଷ ୧୬ହଜାର ୨୬୨ ପ୍ୟାକେଟ୍‌ ଧାନ ବିକ୍ରି ହୋଇ ନ ପାରି ପଡ଼ି ରହିଛି । ମଣ୍ଡିରୁ ଧାନ ଉଠୁ ନ ଥିବା ଯୋଗୁ ଚାଷୀ ଶୀତ, କାକରରେ ଧାନ ଜଗି ରହୁଥିବାବେଳେ ଚକ୍ଷୁ ସ୍କାନ୍‌ ସମସ୍ୟା ଯୋଗୁ ମୁଖ୍ୟତଃ ଭାଗଚାଷୀମାନେ ସେମାନଙ୍କ ବିକ୍ରିଧାନର ପ୍ରାପ୍ୟ ପାଇବାରେ ହଇରାଣ ହେଉଥିବା ଏବେ ଧାନ କିଣାବିକାରେ ପ୍ରମୁଖ ସମସ୍ୟା ପାଲଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ମହୋତ୍ସବର ତୃତୀୟ ସନ୍ଧ୍ୟା: ଦୀପ୍ତିରେଖା-କୁଲଦୀପଙ୍କ ଗୀତରେ ବିଭୋର ହେଲେ ଶ୍ରୋତା

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

କଳାବ୍ୟାଜ୍‌ ପିନ୍ଧିଲେ ବରଗଡ଼ କୋଷାଗାର କର୍ମଚାରୀ, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ…

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ)- ଯାଜପୁର ଜିଲା କୋଷାଗାର କର୍ମଚାରୀଙ୍କୁ କୋଷାଗାର ଅଧିକାରୀଙ୍କ ଅଶ୍ଳୀଳ ଆଚରଣ ଓ ମାଡ଼ ମାରିବା ଅଭିଯୋଗ ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନର ପ୍ରଭାବ ବରଗଡ଼ରେ…

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri