ତୁଟିଲା ସରକାରୀ ବସ୍‌ଷ୍ଟାଣ୍ଡ ଅଡ଼ୁଆ

ଅନୁଗୋଳ ଅଫିସ, ୨୧।୯ – ଅନୁଗୋଳରେ ନିର୍ମାଣ ଚାଲିଥିବା ଅତ୍ୟାଧୁନିକ ସରକାରୀ ବସ୍‌ଷ୍ଟାଣ୍ଡ ସମ୍ମୁଖରେ ଥିବା କେତୋଟି ଦୋକାନକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇଯାଇଛି। ସମ୍ପୃକ୍ତ ଦୋକାନୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନୂତନ ସରକାରୀ ବସ୍‌ ଟର୍ମିନାଲରେ ଦୋକାନ ଗୃହ ଦେବା ପାଇଁ ଓଏସ୍‌ଆର୍‌ଟିସି ପକ୍ଷରୁ ସ୍ପଷ୍ଟ କରାଯିବା ପରେ ଏହି ସମସ୍ୟାର ସମାଧାନ ହୋଇଛି। ଏଥିସହ ଖୁବ୍‌ଶୀଘ୍ର ନୂତନ ବସ୍‌ଷ୍ଟାଣ୍ଡକୁ ଉଦ୍‌ଘାଟନ କରାଯିବ ବୋଲି ଓଏସ୍‌ଆର୍‌ଟିସି ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ସରକାରୀ ବସ୍‌ଷ୍ଟାଣ୍ଡ ସମ୍ମୁଖରେ ଦୀର୍ଘ ଦିନ ହେବ ଉଠା ବ୍ୟବସାୟୀମାନେ ଜବର ଦଖଲରେ ଥିଲେ। ତେବେ ବସ୍‌ଷ୍ଟାଣ୍ଡ ନିର୍ମାଣ ପୂର୍ବରୁ ସେମାନଙ୍କ ନିକଟରୁ ଓଏସ୍‌ଆର୍‌ଟିସି ଦୋକାନ ଘର ଯୋଗାଇ ଦେବା ପାଇଁ ଟଙ୍କା ନେଇଥିଲା। ପରେ ଦୁଇ ଜଣ ବ୍ୟବସାୟୀଙ୍କୁ ଟଙ୍କା ଫେରସ୍ତ କରି ନ ଥିବାରୁ ସେମାନଙ୍କୁ ଦୋକାନ ଘର ଦିଆଯିବ ବୋଲି ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏ ନେଇ କୌଣସି ଲିଖିତ ଦସ୍ତାବିଜ ପାଇ ନ ଥିବାରୁ ବ୍ୟବସାୟୀମାନେ ଉଚ୍ଛେଦ ସମୟରେ ଉଚ୍ଚ ନ୍ୟାୟାଳୟରୁ ଷ୍ଟେ ଅର୍ଡର ଆଣିଥିଲେ। ତେବେ ଅନୁଗୋଳ ଜିଲାପାଳ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ଓଏସ୍‌ଆର୍‌ଟିସିକୁ ଚିଠି ମଧ୍ୟ ଲେଖିଥିଲେ। ଏଥିରେ ଦୁଇ ଜଣ ଦୋକାନୀଙ୍କୁ ଅଗ୍ରାଧିକାର ଦେଇ ବିଭାଗର ସର୍ତ୍ତାବଳୀ ଭିତ୍ତିରେ ଦୋକାନ ଘର ଯୋଗାଇ ଦେବାକୁ ଜିଲାପାଳ ଉଲ୍ଲେଖ କରିଥିଲେ। ଏହାର ପ୍ରତି ବଦଳରେ ଓଏସ୍‌ଆର୍‌ଟିସି ଚିଠି ନଂ. ୧୦୬୬୮ରେ ଉଭୟଙ୍କୁ ଦୋକାନ ଘର ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରିଛି। ଏହାପରେ ସମ୍ପୃକ୍ତ ୨ ଦୋକାନୀ ଆସନ୍ତା ୭ ଦିନ ମଧ୍ୟରେ ବସ୍‌ଷ୍ଟାଣ୍ଡ ସମ୍ମୁଖରୁ ଦୋକାନ ଘର ହଟାଇଦେବେ ବୋଲି ଜିଲା ପ୍ରଶାସନକୁ ଅବଗତ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri