ଅନୁଗୋଳ ଅଫିସ, ୨୧।୯ – ଅନୁଗୋଳରେ ନିର୍ମାଣ ଚାଲିଥିବା ଅତ୍ୟାଧୁନିକ ସରକାରୀ ବସ୍ଷ୍ଟାଣ୍ଡ ସମ୍ମୁଖରେ ଥିବା କେତୋଟି ଦୋକାନକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇଯାଇଛି। ସମ୍ପୃକ୍ତ ଦୋକାନୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନୂତନ ସରକାରୀ ବସ୍ ଟର୍ମିନାଲରେ ଦୋକାନ ଗୃହ ଦେବା ପାଇଁ ଓଏସ୍ଆର୍ଟିସି ପକ୍ଷରୁ ସ୍ପଷ୍ଟ କରାଯିବା ପରେ ଏହି ସମସ୍ୟାର ସମାଧାନ ହୋଇଛି। ଏଥିସହ ଖୁବ୍ଶୀଘ୍ର ନୂତନ ବସ୍ଷ୍ଟାଣ୍ଡକୁ ଉଦ୍ଘାଟନ କରାଯିବ ବୋଲି ଓଏସ୍ଆର୍ଟିସି ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ସରକାରୀ ବସ୍ଷ୍ଟାଣ୍ଡ ସମ୍ମୁଖରେ ଦୀର୍ଘ ଦିନ ହେବ ଉଠା ବ୍ୟବସାୟୀମାନେ ଜବର ଦଖଲରେ ଥିଲେ। ତେବେ ବସ୍ଷ୍ଟାଣ୍ଡ ନିର୍ମାଣ ପୂର୍ବରୁ ସେମାନଙ୍କ ନିକଟରୁ ଓଏସ୍ଆର୍ଟିସି ଦୋକାନ ଘର ଯୋଗାଇ ଦେବା ପାଇଁ ଟଙ୍କା ନେଇଥିଲା। ପରେ ଦୁଇ ଜଣ ବ୍ୟବସାୟୀଙ୍କୁ ଟଙ୍କା ଫେରସ୍ତ କରି ନ ଥିବାରୁ ସେମାନଙ୍କୁ ଦୋକାନ ଘର ଦିଆଯିବ ବୋଲି ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏ ନେଇ କୌଣସି ଲିଖିତ ଦସ୍ତାବିଜ ପାଇ ନ ଥିବାରୁ ବ୍ୟବସାୟୀମାନେ ଉଚ୍ଛେଦ ସମୟରେ ଉଚ୍ଚ ନ୍ୟାୟାଳୟରୁ ଷ୍ଟେ ଅର୍ଡର ଆଣିଥିଲେ। ତେବେ ଅନୁଗୋଳ ଜିଲାପାଳ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ଓଏସ୍ଆର୍ଟିସିକୁ ଚିଠି ମଧ୍ୟ ଲେଖିଥିଲେ। ଏଥିରେ ଦୁଇ ଜଣ ଦୋକାନୀଙ୍କୁ ଅଗ୍ରାଧିକାର ଦେଇ ବିଭାଗର ସର୍ତ୍ତାବଳୀ ଭିତ୍ତିରେ ଦୋକାନ ଘର ଯୋଗାଇ ଦେବାକୁ ଜିଲାପାଳ ଉଲ୍ଲେଖ କରିଥିଲେ। ଏହାର ପ୍ରତି ବଦଳରେ ଓଏସ୍ଆର୍ଟିସି ଚିଠି ନଂ. ୧୦୬୬୮ରେ ଉଭୟଙ୍କୁ ଦୋକାନ ଘର ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରିଛି। ଏହାପରେ ସମ୍ପୃକ୍ତ ୨ ଦୋକାନୀ ଆସନ୍ତା ୭ ଦିନ ମଧ୍ୟରେ ବସ୍ଷ୍ଟାଣ୍ଡ ସମ୍ମୁଖରୁ ଦୋକାନ ଘର ହଟାଇଦେବେ ବୋଲି ଜିଲା ପ୍ରଶାସନକୁ ଅବଗତ କରିଥିବା ସୂଚନା ମିଳିଛି।

ନୂଆ ପ୍ରତିଭା ଶୁଭଶ୍ରୀ ବଡ଼ମାଳୀ
ବଇଣ୍ଡା,୧୮।୨ – ଆଗ୍ରହ ଥିଲେ ସୁଯୋଗ ଆପଣାଛାଏ ଆସେ। ଆଉ ଉକ୍ତ ସୁଯୋଗର ସଦୁପୋଯୋଗ କିପରି ସଫଳତାର ମାର୍ଗ ପ୍ରଶସ୍ତ କରିଥାଏ ତାହାର ଉଦାହରଣ ହେଲେ...

ସ୍ତ୍ରୀ, ପୁଅଙ୍କୁ ଗୁଳି ଉଦ୍ୟମ
ଛେଣ୍ଡିପଦା,୪।୯(ସ୍ବ.ପ୍ର.): ପ୍ରଥମ ସ୍ତ୍ରୀ ଓ ପୁଅଙ୍କୁ ଆକ୍ରମଣ ଅଭିଯୋଗରେ ଜେଲ୍ ଯାଇ କିଛିଦିନ ତଳେ ବେଲ୍ରେ ଆସିଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମର...

ଅନୁଗୋଳରେ ପୁଣି ୬ ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଲା
ଅନୁଗୋଳ ଅଫିସ,୧୫ା୬: ଅନୁଗୋଳରେ ସୋମବାର ପୁଣି ୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି। ତେବେ ଏହି...

ଶ୍ରମିକମାନଙ୍କୁ କରୋନା ସଚେତନତା
ବଅଁରପାଳ,୨୧।୫(ଡି.ଏନ୍.ଏ): ହିନ୍ଦ୍ ମଜଦୁରୁ ସଭା ସହ ଜଡ଼ିତ ନାଲକୋ ନନ୍ ଏକ୍ସ୍ୟୁଟିଭ୍(ଏନ୍ଏନ୍ଇୟୁ) ପକ୍ଷରୁ ଗୁରୁବାର ସକାଳେ ନାଲକୋ ସିପିପି ଫାଟକ ସମ୍ମୁଖରେ ଶ୍ରମିକମାନଙ୍କୁ କରୋନା ସଚେତନତା...

୮ରେ ହିଙ୍ଗୁଳା ମନ୍ଦିର ରତ୍ନମୁଦ
ତାଳଚେର, ୭ା୭(ନି.ପ୍ର.) – ମା’ ହିଙ୍ଗୁଳାଙ୍କ ନୂତନ ଭବ୍ୟ ମନ୍ଦିରର ପବିତ୍ର ରନତ୍ମୁଦ ଉତ୍ସବ ଆସନ୍ତା ୮ ତାରିଖ ହେରା ପଞ୍ଚମୀ ଦିନ ତାଳଚେର ଗୋପାଳପ୍ରସାଦସ୍ଥିତ...
ଟ୍ରାଫିକ୍ ଜଗିବ ୪୮ କ୍ୟାମେରା, ଖୁବ୍ଶୀଘ୍ର ଉଦ୍ଘାଟନ
ଅନୁଗୋଳ ଅଫିସ, ୯।୭ ଅନୁଗୋଳର ଅସଜଡ଼ା ଟ୍ରାଫିକ୍ ବ୍ୟବସ୍ଥା ସୁଧାରିବା ପାଇଁ ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ କ୍ୟାମେରା ଲଗାଯାଉଛି। ଏହି କ୍ୟାମେରା ଟ୍ରାଫିକ...

ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ପରେଡ୍ରେ ଅଂଶଗ୍ରହଣ କରିବେ ୫୦ ଦଳ
ଅନୁଗୋଳ ଅଫିସ, ୧୭।୭- ଅନୁଗୋଳ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ମନୋଜ କୁମାର...

ଉତ୍ତେଜନା ବଢ଼ାଇଲା ପିଏମ୍-ଆବାସ
ଛେଣ୍ଡିପଦା, ୧୮।୧(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକାଶିତ ତାଲିକାକୁ ନେଇ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ବହୁ ଯୋଗ୍ୟ ହିତାଧିକାରୀ...