Posted inଜାତୀୟ

ତିନି ତଲାକ୍‌ ନେଇ ପୋଲିସରେ ଅଭିଯୋଗ କରିବାରୁ ମହିଳାଙ୍କୁ ଜୀବନ୍ତ ଜାଳିଦେଲେ ସ୍ବାମୀ

ଲକ୍ଷ୍ନୌ,୧୬।୮: ଉତ୍ତର ପ୍ରଦେଶ ଶ୍ରାବସ୍ତି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ତିନି ତଲାକ୍‌ ନେଇ ପୋଲିସରେ ଅଭିଯୋଗ କରିବାରୁ ମହିଳାଙ୍କ ଜୀବନ୍ତ ଜାଳିଦେଇଛନ୍ତି ସ୍ବାମୀ। ଘଟଣାରେ ମହିଳାଙ୍କ ଜଣଙ୍କର ମୃତ୍ୟୁ ହୋଇଛି। ଭନଗାପୁର ଥାନା ଅନ୍ତର୍ଗତ ଗାଦରା ଗ୍ରାମରେ ଘଟିଥିବା ଏହି ଘଟଣାରେ ପୀଡିତାଙ୍କ ପରିବାର ପୋଲିସରେ ଅଭିଯୋଗ କରିଛନ୍ତି। ତାଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୬ରେ ଜ୍ୱାଇଁ ନଫିସ୍‌ ଫୋନରେ ଝିଅ ସଇଦାଙ୍କୁ ତଲାକ୍‌ ଦେଇଥିଲେ। ଏନେଇ ଝିଅ ପୋଲିସରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଅଭିଯୋଗ ଗ୍ରହଣ ନ କରି ପ୍ରଥମେ ସ୍ବାମୀଙ୍କୁ ମୁମ୍ବାଇରୁ ଘରକୁ ଆସିଲେ ହିଁ କୌଣସି ଅଭିଯୋଗ ନେଇ ଆଲୋଚନା କରାଯିବ ବୋଲି କହିଥିଲା। ଅଗଷ୍ଟ ୧୫ରେ ସ୍ବାମୀ ଘରକୁ ଫେରିବା ପରେ ଉଭୟଙ୍କୁ ପୋଲିସ ଡାକି ବୁଝାସୁଝା କରିଥିଲା। କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ଘରକୁ ଫେରିବା ପରେ ନଫିସ୍‌ ସଇଦାଙ୍କୁ ଘରୁ ବାହାରିଯିବାକୁ କହିଥିଲେ। ସେ ନଯିବାରୁ ତାଙ୍କ ଶାଶୁ, ଶ୍ୱଶୁର ଏବଂ ସ୍ବାମୀ ମିଶି ଜୀଅନ୍ତା ଜାଳି ଦେଇଥିଲା। ସଇଦାଙ୍କ ପାଞ୍ଚ ବର୍ଷର ଝିଅ ଫାତିମାଙ୍କ ଆଗରେ ଏହିସବୁ ଘଟଣା ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ମୁଖ୍ୟଙ୍କ ବଡ଼ ସୂଚନା: ବିଶ୍ୱକପ୍‌ ଖେଳିବ ଇରାନ୍‌

ପ୍ୟାରିସ୍‌,୧୬ା୪: ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ରେ ଇରାନ୍‌ ଖେଳିବ। ଏ ନେଇ ଫିଫା ମୁଖ୍ୟ ଜିଆନି ଇନ୍‌ଫାଣ୍ଟିନୋ ଗୁରୁବାର ସ୍ପଷ୍ଟ…

ମୁସଲିମ ମହିଳାଙ୍କୁ ମିଳିବ କି ସଂରକ୍ଷଣ? ଜାଣନ୍ତୁ ଅମିତ ଶାହା ଜବାବରେ କ’ଣ କହିଲେ

ନୂଆଦିଲ୍ଲୀ,୧୬।୪: ଗୁରୁବାର, ଏପ୍ରିଲ ୧୬ରେ, ମହିଳା ସଂରକ୍ଷଣ ସଂଶୋଧନ ସମ୍ପର୍କିତ ତିନୋଟି ବିଲ ଲୋକ ସଭାରେ ନିର୍ଦ୍ଧାରିତ ସମୟ ଅନୁସାରେ ଉପସ୍ଥାପିତ ହୋଇଥିଲା। ମଞ୍ଜୁର ହେବା ପରେ,…

କଳବଳ କରୁଛି ଅସହ୍ୟ ଖରା

ରିଷିଡ଼ା,୧୬ା୪(ସୁଶାନ୍ତ ମଲ୍ଲିକ): ଗତ କିଛିଦିନ ହେଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଏଠାରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ପ୍ରବଳ ଗୁଳୁଗୁଳି…

IPL 2026 ମଧ୍ୟରେ KKR ଅଧିନାୟକ ପଦରୁ ଇସ୍ତଫା ଦେଲେ ଅଜିଙ୍କ୍ୟ ରାହାଣେ, ହଠାତ ଦେଲେ ଇସ୍ତଫା, ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ,୧୬।୪: କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାଣେ ଇସ୍ତଫା ଦେଇଛନ୍ତି। ୨୦୨୬ ଆଇପିଏଲରେ କୋଲକାତା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହାଣେ ଅଧିନାୟକ ପଦ…

ନର୍ଲା ବିଧାୟିକାଙ୍କ ସ୍ୱାମୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

କଟକ,୧୬।୪: ନର୍ଲା ବିଧାୟିକାଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ହାଇକୋର୍ଟ ଦୁର୍ଗା ପ୍ରସାଦଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।…

ହର୍ମୁଜରେ ହାଇ-ଭୋଲଟେଜ ଡ୍ରାମା: ଯଦି ଆମେରିକା-ଚାଇନା ମୁହାଁମୁହିଁ ହୁଅନ୍ତି, ଜାଣନ୍ତୁ କେଉଁ ଦେଶକୁ ହେବ ଅଧିକ କ୍ଷତି

ତେହରାନ,୧୬।୪: ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ବୃଦ୍ଧି ପାଇଛି। ବିଶେଷକରି, ଆମେରିକା ଦ୍ୱାରା ଘୋଷଣା କରାଯାଇଥିବା ଅବରୋଧ ସତ୍ତ୍ୱେ ଚାଇନା ତୈଳ ଟ୍ୟାଙ୍କର୍‌ ରିଚ ଷ୍ଟୋରି ଏହି ରାସ୍ତା…

‘ହର୍ମୁଜ ଗେଟ’ରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ ଯୁଦ୍ଧଜାହାଜ, ଦୂରତା ଥିଲା ମାତ୍ର ଏତିକି କିଲୋମିଟର, ଜାଣନ୍ତୁ କ’ଣ ଘଟିଲା

ତେହରାନ/ନୂଆଦିଲ୍ଲୀ,୧୬।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଆମେରିକା ନୌସେନାର ହର୍ମୁଜ ପ୍ରଣାଳୀ ଅବରୋଧ ସହିତ ମିଳିତ ହୋଇ ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି…

ଘୋର ସମସ୍ୟାରେ SRH: ମାତ୍ର ତିନି ଦିନ ମଧ୍ୟରେ IPL 2026ରୁ ଦୁଇ ଷ୍ଟାର ଖେଳାଳି ବିଦା

ନୂଆଦିଲ୍ଲୀ,୧୬।୪: IPL 2026 ରୁ ଖେଳାଳିମାନଙ୍କୁ ବାଦ ଦିଆଯିବାର ଧାରା ଜାରି ରହିଛି। ସନରାଇଜର୍ସ ହାଇଦ୍ରାବାଦ ଏବେ ନିଶ୍ଚିତ କରିଛି ଯେ ଦ୍ରୁତ ବୋଲର ଡେଭିଡ ପେନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri