ତାପସୀଙ୍କ ‘ଥପ୍ପଡ’ ଦେଖି ଖୁସି ହେଲେ ଜାଭେଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ଥପ୍ପଡ’କୁ ନେଇ ଚର୍ଚ୍ଚା ଲାଗି ରହିଛି। ସାମାଜିକ ଘଟଣାବଳୀକୁ ନେଇ ନିର୍ମାଣ କରାଯାଉଥିବା ଫିଲ୍ମରେ ଅଭିନୟ କରିବାକୁ ତାପସୀ ପସନ୍ଦ କରୁଥିବା ବେଳେ ଏହାକୁ ନେଇ ସେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରି ଥାଆନ୍ତି। ‘ଥପ୍ପଡ’ ଏମିତି ଏକ କାହାଣୀ ଉପରେ ପର୍ଯ୍ୟବେଷିତ ଯାହା ପ୍ରତି ଘରେ ଦେଖିବାକୁ ମିଳେ। କିଛିଦିନ ହେବ ଏହା ରିଲିଜ୍‌ ହୋଇଥିଲେ ମଧ୍ୟ ନିକଟରେ ଲେଖକ ତଥା ଗୀତିକାର ଜାଭେଦ ଅଖତର ଏହାକୁ ଦେଖିବା ପରେ ଫିଲ୍ମର ପ୍ରଶଂସା କରିଛନ୍ତି। ଏବେ ସମାଜରେ ପୁରୁଷମାନେ ସ୍ତ୍ରୀମାନଙ୍କୁ ଥପ୍ପଡ ମାରିବା ଏକ ସାଧାରଣ ଘଟଣା ହୋଇଥିବା ବେଳେ ଏହାକୁ ନେଇ ଉଠିଥିବା ଏକ ପ୍ରଶ୍ନର ଉତ୍ତର ଏବେ କାହା ପାଖରେ ନାହିଁ। ଏହାକୁ ଦେଖିବା ପରେ ଜାଭେଦ ସୋସିଆଲ ମିଡିଆରେ ଲେଖିଛନ୍ତି ଗୋଟିଏ ସାଧାରଣ ଘଟଣାକୁ ନେଇ ଫିଲ୍ମଟି ଭଲଭାବେ ନିର୍ମାଣ କରାଯାଇଛି। ଏହା ସମାଜକୁ ଭଲ ବାର୍ତ୍ତା ଦେବ। ଏହାସହ ଏଥିରେ ତାପସୀଙ୍କ ଅଭିନୟ ବେଶ୍‌ ଭଲ ହୋଇଛି ବୋଲି କହିଛନ୍ତି ଜାଭେଦ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟେଷ୍ଟ କରିବାକୁ ମନାକଲେ ରେଖା

କରୋନା ଦିନକୁ ଦିନ କାୟା ବିସ୍ତା କରିବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାର ମଧ୍ୟ ଏହାର ଶିକାର ହେଲେଣି। ଦୁଇ ଦିନ...

୩୭ ବର୍ଷରେ ଇମରାନ୍‌ ଖାଁ: ୧୯ ବର୍ଷ ବୟସରେ ବାନ୍ଧବୀ ଅବନ୍ତିକାଙ୍କ ପ୍ରେମରେ ପଡିଥିଲେ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଇମରାନ୍‌ ଖାଁ ସୋମବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୩ ଜାନୁୟାରୀ ୧୩ରେ ଆମେରିକା ଓ୍ବସକସିନ୍‌ର ମାଡିସନ୍‌ଠାରେ ଜନ୍ମଗ୍ରହଣ କରିଥିଲେ।...

୩ଥର ମାଟ୍ରିକ୍‌ ଫେଲ୍‌, ଗର୍ଲଫ୍ରେଣ୍ଡ ଛାଡି ଚାଲିଗଲେ; ତଥାପି ବଲିଉଡ୍‌ରେ ସଫଳ ନିର୍ଦ୍ଦେଶକ

ବଲିଉଡ ଫିଲ୍ମ୍‌ ନିର୍ଦ୍ଦେଶକ ସାଜିଦ ଖାନ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ହାଉସଫୁଲ, ବେବି ଭଳି କମେଡି ଚଳଚ୍ଚିତ୍ର ମାଧ୍ୟମରେ ସେ ଅନେକ ସଫଳତା...

ରିଶି କପୁରଙ୍କ ଅଧା ଫିଲ୍ମକୁ ପୂରଣ କରିବେ ପରେଶ

ମୁମ୍ବାଇ: ପାଖାପାଖି ୨ ବର୍ଷ କ୍ୟାନସର ସହ ଲଢିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ବଲିଉଡ୍‌ର ବରିଷ୍ଠ ଅଭିନେତା ରିଶି କପୁର । ୨୦୨୦ରେ...

ପରଦାରେ ‘ଚୁମ୍ବନ’ରେ କରିବାରେ ଅସୁବିଧା ନାହିଁ, କିନ୍ତୁ…

ବଲିଉଡ ଅଭିନେତା ଇମ୍ରାନ ହାସମିଙ୍କୁ ‘ସିରିଏଲ କିସର’ ଆଖ୍ୟା ଦିଆଯାଇଛି। ୨୦୦୩ରେ ‘ଫୁଟପାଥ’ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଇମ୍ରାନ ପରେ ଅନେକ ବଡ ଫିଲ୍ମର...

ପୂର୍ବରୁ ବିବାହିତ, କନ୍ୟା ସନ୍ତାନର ପିତାଙ୍କୁ ଜୀବନସାଥୀ କରିବେ ଏହି ଅଭିନେତ୍ରୀ

ବମ୍ବେ: ପ୍ରଥମ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଦିୟା ମିର୍ଜା। କିଛି ଦିନ ଧରି ସେ ବୈଭବ...

ଓଜନିଆ ଗାଉନ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଉର୍ବଶୀ: ବସିବା ପାଇଁ ଲୋଡ଼ା ପଡ଼ିଲା ଚାରି ଜଣଙ୍କ ଜାଗା

ଚଳିତ ବର୍ଷ ଆସାମର ଗୌହାଟୀରେ ଫିଲ୍ମ ଫେୟାର ଆଓ୍ବାର୍ଡର ଆୟୋଜନ ହୋଇଛି। ବହୁ କଳାକାରଙ୍କୁ ଏଠାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ଅଭିନେତ୍ରୀ ଉର୍ବଶୀ ରୌତେଲା...

ବଲିଉଡ୍‌ ସୁପରହିଟ୍‌କୁ ନେଇ ନିର୍ମାଣ ହୋଇଛି ଦକ୍ଷିଣ ଭାରତୀୟ ସିନେମା: ତାଲିକାରେ ଅଛି ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’, ‘ଜବ୍‌ ଉଇ ମେଟ୍‌’…

ମୁମ୍ବାଇ: ବଲିଉଡ୍‌ରେ ଦକ୍ଷିଣ ଭାରତୀୟ ସିନେମାର ରିମେକ୍‌ ହେବା ନୂଆ କଥା ନୁହେଁ। ସୁପରଷ୍ଟାର ସଲମାନ ଖାନ୍‌ ଏବଂ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଅନେକ ଫିଲ୍ମ...

Advertisement
Seven Jackpot


Archives

Model This Week