ତହସିଲ ଅଫିସ ଆଗରେ ବିକ୍ଷୋଭ,ଗଣଧାରଣା

ବନ୍ତ,୩ା୧୨(ଡି.ଏନ୍‌.ଏ.)- ମଙ୍ଗଳବାର ଭଦ୍ରକ ଜିଲା ବନ୍ତ ବ୍ଲକ କୃଷକ ସଭାର ବିଭିନ୍ନ ଦାବି ନେଇ ସିପିଆଇ(ଏମ୍‌)ପକ୍ଷରୁ ତହସିଲ ସମ୍ମୁଖରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରି ଗଣଧାରଣା ଦିଆଯାଇଥିଲା। ସ୍ଥାନୀୟ ପିଏନ୍‌ବି ଛକ ଠାରୁ ବନ୍ତ ଅଞ୍ଚଳ କମିଟିର କୃଷକ ନେତା ରବୀନ୍ଦ୍ର ନାୟକ ତଥା ସିପିଆଇ(ଏମ୍‌) ବନ୍ତ ଅଞ୍ଚଳ କମିଟିର ସମ୍ପାଦକଙ୍କ ନେତୃତ୍ୱରେ ଶତାଧିକ କୃଷକ ସାଥୀ, ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ଓ ଭାଗ ଚାଷୀ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ବନ୍ତ ବ୍ଲକ ସିପିଆଇ(ଏମ୍‌)ର ବରିଷ୍ଠ ସଦସ୍ୟ ଅନନ୍ତ ଚରଣ ପୃଷ୍ଟି ସ୍ଥାନୀୟ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିିଥିଲେ । କୃଷକ ନେତା ପ୍ରଭାସ ଚନ୍ଦ୍ର ମହାପାତ୍ର ଦରଦାମ ବୃଦ୍ଧି, ସରକାରୀ କଳକାରଖାନା ବିକ୍ରି, ଆର୍ଥିକ ମାନ୍ଦାବସ୍ଥା ପ୍ରସଙ୍ଗ ଉଲ୍ଲେଖ କରି ବୁଲ୍‌ବୁଲ୍‌ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ, କାଳିଆ ଯୋଜନାରେ ସମସ୍ତ ପରିବାରଙ୍କୁ ଅର୍ଥ ପ୍ରଦାନ ଦାବି ଉଠାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ସିପିଆଇ(ଏମ୍‌) ସମ୍ପାଦକ ଦିବ୍ୟସିଂହ ନାୟକ, ଓଡିଶା ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ, ଆଇନଜୀବୀ ପ୍ରତାପ ସେଠୀ, ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ ଚନ୍ଦ୍ର ଶେଖର ନାୟକ, ପ୍ରଫୁଲ୍ଲ ପାଢୀ, ଅଭିରାମ ବଳ, ଭଗବାନ ପଲେଇ, ସୁକାନ୍ତ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ

ପାଟଣା, ୯।୯ (ବୀର କିଶୋର ଦାଶ): ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ମୂଷାନାଳି ଗ୍ରାମରେ ବିଦ୍ୟୁତ୍ ଆଘାତ ଲାଗି ବୁଧବାର ସକାଳେ ଦୟାନିଧି ମହାନ୍ତ (୪୮)ଙ୍କ…

ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍‌ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ

ତିହିଡ଼ି, ୯।୯ (ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ଅନ୍ତର୍ଗତ ଗୁରୁଦାସପୁରଠାରେ ବୁଧବାର ସକାଳଠାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର

ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…

ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ

ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri