ତହସିଲଦାରଙ୍କୁ ୬ଘଣ୍ଟା ଅଟକ ରଖି ରାସ୍ତାରୋକୋ

ସଜନାଗଡ଼,୫।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଧୀନ ମିତ୍ରପୁର କାଠପାଳ ଅଞ୍ଚଳରେ ବୁଧବାର ଏକ ବାଲିବୋଝେଇ ଗାଡ଼ିକୁ ଜବତ କରାଯିବା ବେଳେ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁଙ୍କୁ ପୁଣି ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ବାଲିଗାଡି ଚାଳକ ଚାଲାଣ ଦେଖାଇବା ସତ୍ତ୍ୱେ ସନ୍ଦେହରେ ତାଙ୍କୁ ତହସିଲ ଅଫିସକୁ ଧରି ନିଆଯାଉଥିଲା। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରେ ତହସିଲ କର୍ତ୍ତୃପକ୍ଷଙ୍କ ଏକ ମନ୍ତବ୍ୟର ପ୍ରତିବାଦ ଜଣାଇ ସ୍ଥାନୀୟ ଲୋକେ ତହସିଲ ଜିପ୍‌କୁ ଘେରି ଯାଇ ୬ଘଣ୍ଟା ଧରି ଅଟକ ରଖିବା ସହ ରାସ୍ତାରୋକୋ କରି ଧାରଣା ଦେଇଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ଖବର ପାଇ ପୋଲିସ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ଗ୍ରାମବାସୀ ସେଠାରେ ଉପସ୍ଥିତ ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନାଙ୍କୁ ଘଟଣା ସମ୍ପର୍କରେ ଦେଇଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ନୀଳଗିରି ତହସିଲଦାର ମିତ୍ରପୁର ଆର୍‌ଆଇ ଏବଂ ତହସିଲ ଅଫିସର ଜଣେ କର୍ମଚାରୀ ବୁଧବାର ସକାଳେ ମିତ୍ରପୁର କାଠପାଳ ଅଞ୍ଚଳକୁ ଆସିଥିବା ବେଳେ କାଠପାଳ ପୋଲଠାରେ ଏକ ବାଲି ବୋଝେଇ ଟ୍ରକ୍‌କୁ ଅଟକାଇ ଯାଞ୍ଚ କରିଥିଲେ। ଡ୍ରାଇଭର ପରମିଟ୍‌ ଦେଖାଇବା ସତ୍ତ୍ୱେ ତାଙ୍କଠାରୁ ପରମିଟ୍‌ ସହ ମୋବାଇଲକୁ ମଧ୍ୟ ଛଡାଇ ନିଆଯାଇଥିଲା। ପରେ ଟ୍ରକ୍‌କୁ ନୀଳଗିରି ଅଣା ଯାଉଥିବାବେଳେ ଅଞ୍ଚଳବାସୀ ସୂଚନା ପାଇ ମଛୁଆଛକଠାରେ ପହଞ୍ଚିଥିଲେ। ସେମାନେ ତହସିଲ କର୍ତ୍ତୃପକ୍ଷଙ୍କୁ ଅଟକାଇ ‘ଟ୍ରକର ପରମିଟ୍‌ ଠିକ୍‌ ଥିବା ସତ୍ତ୍ୱେ କ’ଣ ପାଇଁ ଏହାକୁ ନିଆଯାଉଛି’ ବୋଲି ପଚାରିଥିଲେ। ସେଠାରେ ଯୁକ୍ତିତର୍କ ହେବା ବେଳେ ତହସିଲଦାର ପ୍ରତିବାଦ କରୁଥିବା ଲୋକଙ୍କୁ ତାଗିଦ କରିଥିଲେ। ଲୋକଙ୍କୁ ବୁଝାଇବା ପରିବର୍ତ୍ତେ ଚୋର ବୋଲି କହି ଦୁର୍ବ୍ୟବହାର ପ୍ରଦର୍ଶନ କରିବାରୁ ସ୍ଥାନୀୟ ଲୋକେ ଏବଂ ଟ୍ରକ୍‌ ମାଲିକମାନେ ଏକତ୍ରିତ ହୋଇ ତହସିଲଦାରଙ୍କ ଗାଡ଼ିକୁ ଅଟକାଇଥିବା କହିଥିଲେ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସେମାନେ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଅଟକ ରଖି ଉଦଳା-ମିତ୍ରପୁର ରାସ୍ତାର ମଛୁଆ ଛକକୁ ଅବରୋଧ କରିଥିଲେ। ରାସ୍ତାରୋକୋ ଖବର ପାଇ ନୀଳଗିରି ଉପଜିଲାପାଳ ଜେନା, ନୀଳଗିରି ଥାନା ସବ୍‌ଇନ୍ସପେକ୍ଟର ଗଣେଶ ତ୍ରିପାଠୀ ଓ ସସ୍ମିତା ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଉତ୍ତ୍ୟକ୍ତ ଲୋକେ ତହସିଲ କର୍ତ୍ତୃପକ୍ଷଙ୍କ ଜୁଲମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏ ସେମାନେ ରାସ୍ତାରୋକୋରୁ ହଟିବେ ନାହିଁ କହିଥିଲେ। ପରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଉପଜିଲାପାଳ ଜେନା ଆନ୍ଦୋଳନକାରୀଙ୍କର ଏକ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ। ତହସିଲ କର୍ତ୍ତୃପକ୍ଷ କୌଣସି ମାଲବୋଝେଇ ଗାଡ଼ି ଉପରୁ ମନଇଚ୍ଛା ଜରିମାନା ଆଦାୟ ନ କରି ଏକ କମିଟି ଗଠନ କରି ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତହସିଲଦାରଙ୍କୁ ଅଟକ ରଖାଯିବା ଘଟଣାରେ ଥାନା କିମ୍ବା ତହସିଲ ଅଫିସ୍‌ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି କୁହାଯିବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଉଲ୍ଲେଖନୀୟ ଯେ, ପୂର୍ବରୁ ଏଭଳି ଧରପଗଡ ଘଟଣାରେ ତହସିଲ କର୍ତ୍ତୃପକ୍ଷଙ୍କୁ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଏ ସମ୍ପର୍କରେ ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କୁ ପଚାରିବାରୁ କହିଛନ୍ତି, ବାଲି ଟ୍ରକ୍‌ର ଚାଲାଣରେ ଟ୍ୟାମ୍ପରିଂ ହୋଇଥିବା ଆଶଙ୍କା କରି ତହସିଲ କର୍ତ୍ତୃପକ୍ଷ ଏହାକୁ ଅଟକାଇ ନୀଳଗିରି ଆଣୁଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କ ସହ ଯୁକ୍ତିତର୍କ ହେବାରୁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଏହାର ତଦନ୍ତ କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ମାସ ହେଲା ଛାତ୍ରୀ ନିବାସରେ ତାଲା

ବସ୍ତା,୨୦।୭(ସ୍ବ.ପ୍ର.): ବାଲେଶ୍ୱର ଜିଲା ଜାମଶୂଳୀ  ବ୍ଲକ ଜାମଶୂଳୀସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଏକମାତ୍ର ଛାତ୍ରୀନିବାସ ୧୪ ମାସ ହେଲା ବନ୍ଦ ରହିଛି। କଲେଜ କର୍ତ୍ତୃପକ୍ଷ ଛାତ୍ରୀନିବାସ ଆନୁଷଙ୍ଗିକ...

ଲୋକଙ୍କ ଅଭିନବ ପ୍ରତିବାଦ: କାଦୁଅ ରାସ୍ତାରେ ଧାନ ବୁଣିଲେ

ସୋର, ୨୮ା୬(ଡି.ଏନ.ଏ.)-ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସକ ଯାଏ କେହି ନ ଶୁଣିବାରୁ ଉପାୟଶୂନ୍ୟ ହୋଇ ଗାଁ ଲୋକେ ଅଭିନବ ଉପାୟରେ...

ତହସିଲ କାର୍ଯ୍ୟାଳୟରେ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ଜନଶୁଣାଣିକୁ ବିରୋଧ

ବାଲିଆପାଳ, ୧୩।୬(ସ୍ବ.ପ୍ର.)-କରୋନା ପାଇଁ ପ୍ରଶାସନ ଜନସାଧାରଣଙ୍କୁ ଜନଗହଳିରୁ ଦୂରେଇ ରହିବା ପାଇଁ ସଚେତନ କରାଇବା ଏବଂ ମାକ୍ସ ନ ପିନ୍ଧିଲେ ଫାଇନ କରିବା ଆଦି ପଦକ୍ଷେପ...

ରାସ୍ତାରେ ଉନ୍ନତମାନର ମାଙ୍ଗାନିଜ

ଯୋଡ଼ା, ୨୦।୪(ଡି.ଏନ.ଏ.): ଯୋଡ଼ା ମୁଖ୍ୟ ରାସ୍ତାରେ ଥିବା ସରକାରୀ ଡାକ୍ତରଖାନା ସମ୍ମୁଖରେ ଟ୍ରକ୍‌ରୁ ଉନ୍ନତମାନର ମାଙ୍ଗାନିଜ ପଡିବାରୁ ସାଧାରଣ ପଥଚାରୀ ହନ୍ତସନ୍ତ ହେଉଛନ୍ତି। ଶୁକ୍ରବାର ସକାଳେ...

ସାମାଜିକ ଦୂରତା ରକ୍ଷା କରି ରକ୍ତ ସଂଗ୍ରହ କଲେ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ

ବାଲେଶ୍ୱର ଅଫିସ ୪।୪: ବିଶ୍ୱ ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଚାଲିଥିବା ଲକ ଡାଉନ ସମୟରେ ରକ୍ତଦାନ ଶିବିର ପାଇଁ ଅନୁମତି ନ ଥିବା...

ପରେଡ୍‌ରେ ଅଣଛାତ୍ର ଟ୍ରଫି ହାତେଇନେବା ଘଟଣା: ଶିକ୍ଷକ ନିଲମ୍ବିତ

ବାଲେଶ୍ୱର ଅଫିସ,୬।୨ – ବାଲେଶ୍ୱର ପୋଲିସ ଲାଇନ୍‌ ପଡ଼ିଆରେ ଆୟୋଜିତ ଜିଲାସ୍ତରୀୟ ୭୧ତମ ଜନରାଜ୍ୟ ଦିବସରେ ଚଳିତବର୍ଷ ହାଇସ୍କୁଲସ୍ତରରେ ପୋଲିସ ହାଇସ୍କୁଲ ପକ୍ଷରୁ ଏନ୍‌ସିସି ଟିମ୍‌...

ନିରାଡମ୍ବରରେ ପାଳନ ହେଲା ମହାନୀଳପର୍ବ

ଭୋଗରାଇ, ୧୨।୪(ଡି.ଏନ.ଏ.)-କରୋନା ଯୋଗୁ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା ଓ ଲକ୍‌ଡାଉନ ଅବଧି ବୃଦ୍ଧି ଯୋଗୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ,୧୨।୪- କରୋନା ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା ପାଇଁ ବାଲେଶ୍ୱର ଜିଲା ରେମୁଣା ସ୍ଥିତ ସିଦ୍ଧେଶ୍ୱର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ...

Coronavirus Update


Archives

Model This Week

Why Dharitri