ତହସିଲଦାରଙ୍କୁ ୬ଘଣ୍ଟା ଅଟକ ରଖି ରାସ୍ତାରୋକୋ

ସଜନାଗଡ଼,୫।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଧୀନ ମିତ୍ରପୁର କାଠପାଳ ଅଞ୍ଚଳରେ ବୁଧବାର ଏକ ବାଲିବୋଝେଇ ଗାଡ଼ିକୁ ଜବତ କରାଯିବା ବେଳେ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁଙ୍କୁ ପୁଣି ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ବାଲିଗାଡି ଚାଳକ ଚାଲାଣ ଦେଖାଇବା ସତ୍ତ୍ୱେ ସନ୍ଦେହରେ ତାଙ୍କୁ ତହସିଲ ଅଫିସକୁ ଧରି ନିଆଯାଉଥିଲା। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରେ ତହସିଲ କର୍ତ୍ତୃପକ୍ଷଙ୍କ ଏକ ମନ୍ତବ୍ୟର ପ୍ରତିବାଦ ଜଣାଇ ସ୍ଥାନୀୟ ଲୋକେ ତହସିଲ ଜିପ୍‌କୁ ଘେରି ଯାଇ ୬ଘଣ୍ଟା ଧରି ଅଟକ ରଖିବା ସହ ରାସ୍ତାରୋକୋ କରି ଧାରଣା ଦେଇଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ଖବର ପାଇ ପୋଲିସ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ଗ୍ରାମବାସୀ ସେଠାରେ ଉପସ୍ଥିତ ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନାଙ୍କୁ ଘଟଣା ସମ୍ପର୍କରେ ଦେଇଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ନୀଳଗିରି ତହସିଲଦାର ମିତ୍ରପୁର ଆର୍‌ଆଇ ଏବଂ ତହସିଲ ଅଫିସର ଜଣେ କର୍ମଚାରୀ ବୁଧବାର ସକାଳେ ମିତ୍ରପୁର କାଠପାଳ ଅଞ୍ଚଳକୁ ଆସିଥିବା ବେଳେ କାଠପାଳ ପୋଲଠାରେ ଏକ ବାଲି ବୋଝେଇ ଟ୍ରକ୍‌କୁ ଅଟକାଇ ଯାଞ୍ଚ କରିଥିଲେ। ଡ୍ରାଇଭର ପରମିଟ୍‌ ଦେଖାଇବା ସତ୍ତ୍ୱେ ତାଙ୍କଠାରୁ ପରମିଟ୍‌ ସହ ମୋବାଇଲକୁ ମଧ୍ୟ ଛଡାଇ ନିଆଯାଇଥିଲା। ପରେ ଟ୍ରକ୍‌କୁ ନୀଳଗିରି ଅଣା ଯାଉଥିବାବେଳେ ଅଞ୍ଚଳବାସୀ ସୂଚନା ପାଇ ମଛୁଆଛକଠାରେ ପହଞ୍ଚିଥିଲେ। ସେମାନେ ତହସିଲ କର୍ତ୍ତୃପକ୍ଷଙ୍କୁ ଅଟକାଇ ‘ଟ୍ରକର ପରମିଟ୍‌ ଠିକ୍‌ ଥିବା ସତ୍ତ୍ୱେ କ’ଣ ପାଇଁ ଏହାକୁ ନିଆଯାଉଛି’ ବୋଲି ପଚାରିଥିଲେ। ସେଠାରେ ଯୁକ୍ତିତର୍କ ହେବା ବେଳେ ତହସିଲଦାର ପ୍ରତିବାଦ କରୁଥିବା ଲୋକଙ୍କୁ ତାଗିଦ କରିଥିଲେ। ଲୋକଙ୍କୁ ବୁଝାଇବା ପରିବର୍ତ୍ତେ ଚୋର ବୋଲି କହି ଦୁର୍ବ୍ୟବହାର ପ୍ରଦର୍ଶନ କରିବାରୁ ସ୍ଥାନୀୟ ଲୋକେ ଏବଂ ଟ୍ରକ୍‌ ମାଲିକମାନେ ଏକତ୍ରିତ ହୋଇ ତହସିଲଦାରଙ୍କ ଗାଡ଼ିକୁ ଅଟକାଇଥିବା କହିଥିଲେ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସେମାନେ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଅଟକ ରଖି ଉଦଳା-ମିତ୍ରପୁର ରାସ୍ତାର ମଛୁଆ ଛକକୁ ଅବରୋଧ କରିଥିଲେ। ରାସ୍ତାରୋକୋ ଖବର ପାଇ ନୀଳଗିରି ଉପଜିଲାପାଳ ଜେନା, ନୀଳଗିରି ଥାନା ସବ୍‌ଇନ୍ସପେକ୍ଟର ଗଣେଶ ତ୍ରିପାଠୀ ଓ ସସ୍ମିତା ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଉତ୍ତ୍ୟକ୍ତ ଲୋକେ ତହସିଲ କର୍ତ୍ତୃପକ୍ଷଙ୍କ ଜୁଲମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏ ସେମାନେ ରାସ୍ତାରୋକୋରୁ ହଟିବେ ନାହିଁ କହିଥିଲେ। ପରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଉପଜିଲାପାଳ ଜେନା ଆନ୍ଦୋଳନକାରୀଙ୍କର ଏକ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ। ତହସିଲ କର୍ତ୍ତୃପକ୍ଷ କୌଣସି ମାଲବୋଝେଇ ଗାଡ଼ି ଉପରୁ ମନଇଚ୍ଛା ଜରିମାନା ଆଦାୟ ନ କରି ଏକ କମିଟି ଗଠନ କରି ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତହସିଲଦାରଙ୍କୁ ଅଟକ ରଖାଯିବା ଘଟଣାରେ ଥାନା କିମ୍ବା ତହସିଲ ଅଫିସ୍‌ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି କୁହାଯିବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଉଲ୍ଲେଖନୀୟ ଯେ, ପୂର୍ବରୁ ଏଭଳି ଧରପଗଡ ଘଟଣାରେ ତହସିଲ କର୍ତ୍ତୃପକ୍ଷଙ୍କୁ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଏ ସମ୍ପର୍କରେ ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କୁ ପଚାରିବାରୁ କହିଛନ୍ତି, ବାଲି ଟ୍ରକ୍‌ର ଚାଲାଣରେ ଟ୍ୟାମ୍ପରିଂ ହୋଇଥିବା ଆଶଙ୍କା କରି ତହସିଲ କର୍ତ୍ତୃପକ୍ଷ ଏହାକୁ ଅଟକାଇ ନୀଳଗିରି ଆଣୁଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କ ସହ ଯୁକ୍ତିତର୍କ ହେବାରୁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଏହାର ତଦନ୍ତ କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?