Posted inଫୁରସତ

ତରଳୁଛି ବରଫ ପାହାଡ଼

ବିଭିନ୍ନ ପ୍ରଦୂଷଣ ଯୋଗୁ ବିପଦ ମାଡି ଆସୁଛି। ମେରୁ ଅଞ୍ଚଳରେ ଥିବା ବରଫ ପାହାଡ଼ ତରଳିବାରେ ଲାଗିଛି। ଏହାଦ୍ୱାରା ବିଭିନ୍ନ ମହାସାଗର ତଥା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ସୁମେରୁ ତୁଷାରହୀନ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ପ୍ରାୟ ୧ ଲକ୍ଷ ବର୍ଷ ପରେ ଏମିତି ଘଟଣା ଘଟିବାକୁ ଯାଉଛି ବୋଲି ପରିବେଶବିଜ୍ଞାନୀ ମତ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନ ଯୋଗୁଁ ଏପରି ହେଉଥିବା କୁହାଯାଉଛି। ସୁମେରୁ ତୁଷାରହୀନ ହେଲେ ପୃଥିବୀର ତାପମାତ୍ରା ମଧ୍ୟ ବଢ଼ିଯିବ। ଏବେ ସୁମେରୁର ବରଫହୀନ କେତେକ ଅଞ୍ଚଳରେ ସବୁଜ ଶୈବାଳ ଦେଖାଯାଉଛି। ଏହା ଏକ ବିପଜ୍ଜନକ ପରିସ୍ଥିତିର ପୂର୍ବାଭାସ ଦେଉଛି। ଉପଗ୍ରହ ପଠାଇଥିବା ଚିତ୍ର ଅନୁସାରେ ଆମେରିକାର ରାଷ୍ଟ୍ରୀୟ ତୁଷାର ଓ ବରଫ ତଥ୍ୟ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ସମ୍ପ୍ରତି ସୁମେରୁ ଠାରେ ୧୧.୧ ନିୟୁତ ବର୍ଗ କିମିର ଭାସମାନ ବରଫ ପାହାଡ଼ ରହିଛି। ଏହା ଗତ ୩୦ ବର୍ଷର ହାରାହାରି ପରିମାଣଠାରୁ ପ୍ରାୟ ୧.୫ ନିୟୁତ ବର୍ଗ କିମି କମ। ଗତ ୩୦ ବର୍ଷ ତଳେ ହାରାହାରି ଭାସମାନ ହିମ ପାହାଡ଼ ପରିମାଣ ୧୨.୭ ନିୟୁତ ବର୍ଗ କିମି ଥିଲା। ରୁଷିଆର ଉତ୍ତର ଉପକୂଳରେ ଥିବା ସାମୁଦ୍ରିକ ବରଫ ସୁମେରୁ ହିମ ପାହାଡ଼କୁ ସଂରକ୍ଷିତ ରଖିବାରେ ସହାୟତା କରିଥାଏ। ମାତ୍ର ବିଶ୍ୱ ତାପନ ଯୋଗୁ ତାହା ଦ୍ରୁତଗତିରେ କ୍ଷୟ ହେବାରେ ଲାଗିଛି। ବିଶ୍ୱ ତାପନ ଯୋଗୁଁ ସମୁଦ୍ର ତଳେ ବର୍ଷବର୍ଷ ଧରି ବରଫ ଅବସ୍ଥାରେ ରହିଥିବା ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ମିଥେନ ପୁଣି ଗ୍ୟାସ ଅବସ୍ଥାକୁ ଫେରି ସମୁଦ୍ର ଉପରି ଭାଗକୁ ବୁଦ୍‌ବୁଦ୍‌ ହୋଇ ଫୋଟକା ଭାବେ ଉଠୁଥିବା ପରିବେଶ୍‌ବିତ୍‌ ଅନୁଧ୍ୟାନ କରିଛନ୍ତି। ଫଳରେ ଜଳର ଉପରି ଭାଗରେ ଥିବା ଭାସମାନ ହିମ ପାହାଡ଼ ତରଳିବାରେ ଲାଗିଛି। ଏହି ପ୍ରକ୍ରିୟା ଜାରି ରହିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ବିଶ୍ୱ ତାପମାନ ୧ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସାମୁଦ୍ରିକ ବରଫ ଯୋଗୁଁ ପୃଥିବୀର ଏହି ଅଞ୍ଚଳ ଧଳା ଦେଖାଯାଏ। ଏହା ସୂର୍ଯ୍ୟ କିରଣକୁ ସ୍କାଟରିଂ କରିବାରେ ସହାୟତା ମଧ୍ୟ କରିଥାଏ। ମାତ୍ର ପ୍ରଦୂଷଣ ଯୋଗୁ ଧୀରେଧୀରେ ପୃଥିୀର ଏହି ଅଂଶ କଳା ରଙ୍ଗ ଧାରଣ କରିବ। ଫଳରେ ପୃଥିବୀ ପୃଷ୍ଠରେ ଥିବା ମହାସାଗର ଅଧିକ ମାତ୍ରା ଅବଶୋଷ କରିବ। ଏହା ଯୋଗୁ ମଧ୍ୟ ଭାସମାନ ବରଫ ପାହାଡ଼ ଅଧିକ ପରିମାଣରେ ତରଳିବ। ଏହି ଧାରା ଜାରି ରହିଲେ ୨୦୫୦ ସୁଦ୍ଧା ସୁମେରୁ ବରଫ ଶୂନ୍ୟ ହେବାର ଆଶଙ୍କା ଦେଖାଦେଇଛି। ଗତ ବର୍ଷ ଜାନୁଆରୀ ମାସରେ ସୁମେରୁ ଅଂଚଳରେ ସବୁଠୁଁ କମ ବରଫ ଥିଲା। ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ମଧ୍ୟ ଏହି ପରିସ୍ଥିତି ଲାଗି ରହିଥିଲା। ତେଣୁ ଏହା ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି ବୋଲି ପରିବେଶବିତ୍‌ ମତପୋଷଣ କରିଛନ୍ତି।

ବରଫ ପାହାଡ଼ ତରଳିବାରେ ଯୋଗୁ ସମୁଦ୍ର ଜଳସ୍ତର ବଢିଚାଲିଛି। ଏହା ଜାରି ରହିଲେ ଆସନ୍ତା ୨୦୩୦ ସୁଦ୍ଧା ବମ୍ବେ, ବ୍ୟାଙ୍କକ, ଜାକର୍ତ୍ତା, ମାନିଲା ସମେତ ଅନେକ ସହର ଜଳମଗ୍ନ ହେବାର ଆଶଙ୍କା ରହିଛି। ଏହାଦ୍ୱାରା ବ୍ୟାଙ୍କକ ସହର ଅଧିକ କ୍ଷତିଗ୍ରସ୍ତ ହେବ ବୋଲି କୁହାଯାଉଛି। ୧୨ ବର୍ଷ ପରେ ଏହି ସହରର ପ୍ରାୟ ୪୦ ପ୍ରତିଶତ ଅଂଶ ଜଳମଗ୍ନ ହେବାର ଆଶଙ୍କା ରହିଛି। ଗ୍ରୀନ୍ପିସ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁସାରେ ପ୍ରତିବର୍ଷ ବ୍ୟାଙ୍କକ ସହରର ୨ରୁ୩ ସେମି ଅଂଶ ବୁଡ଼ିବାରେ ଲାଗିଛି। ସମୁଦ୍ର ଜଳସ୍ତର ବୃଦ୍ଧି ଦକ୍ଷିଣ ଏସିଆର ଅନେକ ସହର ପାଇଁ ମଧ୍ୟ ବିପଦ ସୃଷ୍ଟି କରିବାରେ ଲାଗିଛି ବୋଲି ପରିବେଶବିଜ୍ଞାନୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri