ତରବରିଆ ପଦକ୍ଷେପ ସମସ୍ୟାକୁ କରିଛି ଜଟିଳ

ଯୋଡ଼ା, ୧୧।୧୦(ଡି.ଏନ.ଏ.)- ଯୋଡା ଅଞ୍ଚଳର ପ୍ରଦୂଷଣ ସମସ୍ୟା ବୃଦ୍ଧି ନେଇ ସ୍ଥାନୀୟ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିକଟରେ ଉଁଚ୍ଚବାଲୀ ଗ୍ରାମବାସୀଙ୍କ ପକ୍ଷରୁ ଖାଲଖମାରେ ଭର୍ତ୍ତି ରାସ୍ତା ସମସ୍ୟା ନେଇ ସ୍ଥାନୀୟ ଖଣିସଂସ୍ଥାକୁ ଲିଖିତ ଦାବିପତ୍ର ଦିଆଯାଇଥିଲା। ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର କରା ନ ଗଲେ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା। ଖଣି ସଂସ୍ଥା ଓ ପ୍ରଶାସନ ତପତ୍ରତା ଦେଖାଇ ତରବରିଆ ଭାବେ ରାସ୍ତାର ବିଭିନ୍ନ ସ୍ଥାନରେ ଥିବା ବଡ ବଡ ଖାଲରେ ମୋରମ ପକାଇ ଦେବାରୁ ବର୍ତ୍ତମାନର ଅବସ୍ଥା ଅଧିକ ଖରାପ ହୋଇପଡିଥିବା ଗ୍ରାମବାସୀ କହିଛନ୍ତି। ଉଲ୍ଳେଖନୀୟ ଯେ, ସ୍ଥାନୀୟ ୨ ନମ୍ବର ରାଜ୍ୟରାଜପଥର ମରାମତି ଓ ନିର୍ମାଣ କାର୍ଯ୍ୟ ଲାଗି ବିଭିନ୍ନ ସମୟରେ ଲେଶକେ ଆନ୍ଦୋଳନ କରିବା ସହିତ ଜିଲାପାଳଙ୍କଠାରେ ମଧ୍ୟ ଲିଖିତ ଅଭିଯୋଗ କରି ଆସୁଥିଲେ।ଏହି ପରିପ୍ରେକ୍ଷୀରେ ରାସ୍ତା ନିର୍ମାଣ ସକାଶେ ଡିଏମଏଫ ଅର୍ଥ ବ୍ୟୟରେ ଏବେ ଏକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି। ହେଲେ ନିମ୍ନମାନର କାମ ଓ ମରାମତିରେ ଅଯଥା ବିଳମ୍ବ ସମସ୍ୟାକୁ ଅଧିତ୍କ ଜଟିଳ କରୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌କୁ ଯାତ୍ରୀ ଅଭାବ

ଅନୁଗୋଳ ଅଫିସ, ୧୯ା୬ ଲକ୍‌ଡାଉନ ବେଳେ ଯାତ୍ରୀ ପରିବହନ ସେବା ଚାଲୁ କରିବା ନେଇ ବିଭିନ୍ନ ଆଡ଼ୁ ଦାବି ଉଠୁଥିଲା। ସମୟ ସୁବିଧା ଦେଖି ସରକାର...

ଉଚ୍ଛେଦ ପରେ ଜବରଦଖଲ

ଭଦ୍ରକ ଅଫିସ,୨୨।୯ – ଭଦ୍ରକ ସହରକୁ ସ୍ମାର୍ଟସିଟି କରାଯିବା ପାଇଁ ମୁଖ୍ୟରାସ୍ତାଗୁଡ଼ିକୁ ଜବରଦଖଲମୁକ୍ତ ଲାଗି ଉଦ୍ୟମ କରାଯାଇଛି। ଗତ ଜୁନ୍‌ ଶେଷ ସପ୍ତାହରେ ମହତାବ ଛକଠାରୁ...

୬ରୁ ହକି ବିଶ୍ୱକପ୍‌ ଟ୍ରଫିର କେନ୍ଦୁଝର ପରିକ୍ରମା

କେନ୍ଦୁଝର,୩ା୧(ଡି.ଏନ୍‌.ଏ): ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ପରିପ୍ରେକ୍ଷୀରେ ଟ୍ରଫି ରାଜ୍ୟର ବିଭିନ୍ନ ଜିଲା ପରିକ୍ରମା କରୁଛି। ଏହିକ୍ରମରେ ଆଗାମୀ ଜାନୁୟାରୀ...

ଭୂମି ପରେ ଭାଷା

ଶରତ କୁମାର ଧଳ ପଟ୍ଟାଙ୍ଗୀ, ୧୫ା୧୦: ପ୍ରଥମେ ଭୂମି ହାତେଇବାକୁ ଚକ୍ରାନ୍ତ। ଏବେ ଭାଷାକୁ ଅକ୍ତିଆର କରିବାକୁ ପ୍ରୟାସ। ସୀମାନ୍ତ କୋରାପୁଟ ଜିଲାରେ ସରକାରୀ ସ୍କୁଲ...

ରାସ୍ତା ପାଲଟିଲା ଜନସମୁଦ୍ର

ବାଲେଶ୍ୱର ଅଫିସ,  ୨୨।୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୭ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟାର ଶୁକ୍ରବାର ଶେଷ ହୋଇଛି। ଶେଷ ଦିନରେ...

ମ୍ୟାନେଜରଙ୍କଠାରୁ ଲୁଟି ଧରାପଡିଲେ

ରାଇରଙ୍ଗପୁର,୯ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ ଲକ୍ଷ୍ମୀପୋଷି ଗ୍ରାମ ନିକଟସ୍ଥ ରାସ୍ତାରେ ଗତ ୨ ତାରିଖରେ ଏକ ଅର୍ଥ ଲଗାଣକାରୀ ସଂସ୍ଥାର ମ୍ୟାନେଜରଙ୍କଠାରୁ ଲୁଟ...

ସିଆର୍‌ପିଏଫ୍‌ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

ସୋନପୁର,୯।୧୦:ସିଆର୍‌ପିଏଫ୍‌ରେ କାର୍ଯ୍ୟରତ ସୁବର୍ଣ୍ଣପୁର ସହର ମଝିପଡ଼ାର ପ୍ରତାପ କୁମାର ନାଏକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମାଆଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ପ୍ରତାପ ନିଜ ଘରକୁ ଫେରୁଥିଲେ।...

ବୈଷୟିକ ଜ୍ଞାନକୌଶଳରେ ଶିକ୍ଷାଦାନ ପାଇଁ ପ୍ରୟାସ

ଧରାକୋଟ,୧୬ା୧(ଡି.ଏନ.ଏ.)-ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ହେଲେ ଧରାକୋଟ ବ୍ଲକର ମୁଣ୍ଡମରାଇସ୍ଥିତ ପୁରାତନ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ...

Advertisement
Archives

Model This Week