ତବଲିଗ୍‌ ଜମାତ୍‌ ଯୋଗୁ ଏସିଆରେ ବ୍ୟାପିଲା କରୋନା: ପାକିସ୍ତାନ-ମାଲେସିଆ ପରେ ଏବେ ଭାରତରେ ସୃଷ୍ଟି କଲା ସଙ୍କଟ

ନୂଆଦିଲ୍ଲୀ/ଇସଲାମାବାଦ୍‌,୩୧।୩: ସାରା ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ମାଲେସିଆ, ପାକିସ୍ତାନ ଏବଂ ଭାରତରେ ହୋଇଥିବା ତବଲିଗ୍‌ ଜମାତ୍‌ ଯୋଗୁ ଏବେ ସମଗ୍ର ଏସିଆ ଉପରେ କରୋନାର ଆତଙ୍କ ଦେଖାଦେଇଛି। ୧୨ ମାର୍ଚ୍ଚରେ ପାକିସ୍ତାନର ଲାହାରରେ ତବଲିଗ୍‌ ଜମାତ ହୋଇଥିଲା। ଏଥିରେ ପୃଥିବୀର ୮୦ରୁ ଅଧିକ ଦେଶରୁ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଯୋଗଦେଇଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତବଲିଗ୍‌ ଜମାତ ନ କରିବାକୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ତେବେ ଏହାକୁ ଅଣ ଦେଖା କରାଯାଇଥିଲା। ଫଳରେ ପରବର୍ତ୍ତୀ ସମୟରେ ଏଠାରେ ପାକିସ୍ତାନରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିଥିଲା। ସେହିପରି ମାଲେସିଆରେ ମଧ୍ୟ ଏଭଳି ଧର୍ମ ସମାବେଶ ହୋଇଥିଲା। ପରବର୍ତ୍ତୀ ସମୟରେ ଏଠାରେ ୬୨୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏବେ ଭାରତରେ ମଧ୍ୟ ତବଲିଗ୍‌ ଜମାତ ଯୋଗୁ ସଙ୍କଟ ଦେଖାଦେଇଛି। ଏଥିରେ ୨୦ରୁ ଅଧିକ ଦେଶରୁ ଧାର୍ମିକ ନେତା ଯୋଗଦେଇଥିଲେ। ସେହିପରି ଉତ୍ତରପ୍ରଦେଶର ୧୯ ଜିଲାରୁ ମଧ୍ୟ ବହୁ ଲୋକ ଏଥିରେ ଯୋଗଦେଇଥିଲେ। ଏବେ ଯୋଗଦେଇଥିବା ଲୋକଙ୍କ ଦ୍ୱାରା ଦେଶରେ କମ୍ୟୁନିଟି ସଂକ୍ରମଣର ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ଗଲା ଆଉ ଜଣେ ବିଧାୟକଙ୍କ ଜୀବନ

ଜୟପୁର,୧୯।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଗତ ୩ ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ...

ଛାତ ଭାଙ୍ଗି ରୋଷେଇ ଘରେ ଲ୍ୟାଣ୍ଡିଂ କଲେ ସୈନ୍ୟ

ଓ୍ବାଶିଂଟନ୍‌,୧୨।୭: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାରାଚ୍ୟୁଟ ଟ୍ରେନିଂ ନେଉଥିବା ଜଣେ ସୈନ୍ୟ ଭୁଲରେ ଏକ ଘରର ଛାତ ଉପରେ ଲ୍ୟାଣ୍ଡିଂ...

୨୪ ଘଣ୍ଟାରେ ୨ହଜାର ଲୋକଙ୍କୁ କାବୁଲ ବାହାରକୁ ଆଣିଲା ଆମେରିକା

ୱାଶିଂଟନ,୨୯ ।୮: ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଅଭିଯାନର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଆମେରିକା କଥା ଦେଇଛି ୩୧ ଅଗଷ୍ଟ ସୁଦ୍ଧା ସେ ତା’ର...

ମହିଳା ଦିବସରେ ମହିଳାଙ୍କ ଉପରେ ଲାଠି ଚାର୍ଜ: ଅଡୁଆରେ ଶାହାବାଜ ସରକାର…

ଇସଲାମାବାଦ,୯।୩ : ଅନ୍ତର୍ଜାତୀୟ ମହିଳା ଦିବସରେ ପାକିସ୍ତାନରେ ଆୟୋଜିତ ଏକ ରାଲି ବୁଧବାର ଦିନ ହିଂସାତ୍ମକ ରୂପ ନେଇଥିଲା। ଏହି ସମୟରେ ପୋଲିସ ଓ ବିକ୍ଷୋଭକାରୀଙ୍କ...

ଭୁବନେଶ୍ୱର ୨୨୭ନଂ ଆକ୍ରାନ୍ତ ନିଶ୍ଚିନ୍ତକୋଇଲି କଟିକଟା ପଞ୍ଚାୟତର: ଦେହ ଖରାପ ହେବା ପରେ ଏକ ମାସ ଧରି ରହିଥିଲେ ଘରେ, ବୁଲିଛନ୍ତି ହାଟ ବଜାର

ନିଶ୍ଚିନ୍ତକୋଇଲି,୮।୫(ସ୍ବ.ପ୍ର.)- ଭୁବନେଶ୍ୱର ଭିଏସ୍‌ଏସ୍‌ ନଗର କରୋନା ଆକ୍ରାନ୍ତ ହେଉଛନ୍ତି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ପଞ୍ଚାୟତ ମିରା ସାହିର। ଏହି ୩୪ ବର୍ଷୀୟ ଯୁବକ...

ସିରିଆରେ ଗୃହଯୁଦ୍ଧ, ଆଇଏସ୍‌-କୁର୍ଦ୍ଦ ସୈନ୍ୟ ମୁହାଁମୁହିଁ…

ଦାମାସ୍‌କସ୍‌, ୨୪।୧ : ସିରିଆରେ ଇସଲାମିକ ଷ୍ଟେଟ (ଆଇଏସ) ଆତଙ୍କବାଦୀ ଏବଂ କୁର୍ଦ୍ଦ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୧୩୬ ଜଣଙ୍କର ମୃତ୍ୟୁ ହୋଇଥିବା...

ଏକ୍ସରସାଇଜ୍‌ କରୁଥିବା ବେଳେ ଜିମ୍‌ରେ ଫିଟନେସ୍‌ ଇନଫ୍ଲୁଏନସର୍‌ଙ୍କ ମୃତ୍ୟୁ

ବାଲି,୨୨।୭: ଇଣ୍ଡୋନେସିଆର ବାଲିରେ ଜଣେ ଫିଟନେସ୍‌ ଇନଫ୍ଲୁଏନ୍ସଙ୍କର ଜିମ୍‌ରେ ଏକ୍ସରସାଇଜ୍‌ କରିବା ସମୟରେ ମୃତ୍ୟୁ ଘଟିଛି। ୩୩ ବର୍ଷିୟ ଇଣ୍ଡୋନେସିଆର ଫିଟନେସ ଇନଫ୍ଲୁଏନ୍ସର ଜଷ୍ଟିନ ଭିକି...

ବିପନ୍ନଙ୍କୁ ଭ୍ରାମ୍ୟମାଣ ଘର ଦେଲା କାତାର

ଦୁବାଇ,୧୫।୨ : ବିଶ୍ୱକପ୍‌ ଫୁଟ୍‌ବଲ ମ୍ୟାଚ୍‌ ପାଇଁ କାତାର ଗତବର୍ଷ ନିର୍ମାଣ କରିଥିବା ୧୦ ହଜାର କ୍ୟାବିନ୍‌ ଏବଂ କାରାଭାନ୍‌କୁ ତୁର୍କୀ ଭୂକମ୍ପ ବିପନ୍ନଙ୍କୁ ପ୍ରଦାନ...

Advertisement
Archives

Model This Week